ଜୀବନ ବଞ୍ଚାଇବାକୁ ଗଁା ଛାଡ଼ିଲେ

ବଢ଼ି ଚାଲିଲା ମୃତ୍ୟୁର ଭୟ। କାରଣ ଜାଣିବା ପୂର୍ବରୁ ଗଡ଼ି ଚାଲିଲା ମୁଣ୍ଡ। ୬ ବର୍ଷରେ ଚାଲିଗଲା ୫ ଜୀବନ। ଧୀରେ ଧୀରେ ପୁରୁଷ ଶୂନ୍ୟ ହୋଇପଡ଼ିଲା ଗୁଣ୍ଡୁରାବାରି ଗଁାର ଦଳିତସାହି। ଶେଷରେ ଘରଦ୍ୱାର ଛାଡ଼ି ଜୀବନ ବଞ୍ଚାଇବା ପାଇଁ ଗଁା ଛାଡିଲେ ଦଳିତ ପରିବାର। ଗଁା ଛାଡ଼ିବା ପରେ ଭୟରେ ଲାଗିଛି ରୋକ୍‌। ହେଲେ ଭୁଲି ପାରୁ ନାହାନ୍ତି ଆଖିଆଗରେ ଚାଲି ଯାଇଥିବା ନିଜର ଲୋକଙ୍କୁ। ଆଖିରୁ ଶୁଖୁନି ଲୁହ କି ମନରୁ ଲିଭୁନି କୋହ। ମରୁ ମରୁ ବଞ୍ଚିବା ଅପେକ୍ଷା ଗଁା ଛାଡି ସେମାନେ ବର୍ତ୍ତି ଯାଇଛନ୍ତି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି।

ନୟାଗଡ଼ ଅଫିସ/ରଣପୁର,୭ା୬(ସ୍ବ.ପ୍ର.): ଶ୍ମଶାନ ପରି ଲାଗୁଥିଲା ଗୁଣ୍ଡୁରାବାରି ଗଁାର ଦଳିତସାହି। ଗଁାରେ କାହାକୁ ଦେଖିବାକୁ ମିଳି ନ ଥିଲା। ଘରର କବାଟ ଝରକା ନ ଥିଲା। ଶୂନଶାନ ଯୋଗୁ ଗଁାରେ ପଶିଲା ବେଳକୁ ଭୟ ବି ଲାଗୁଥିଲା। ଲୋକମାନେ ନିଜକୁ ନିଜେ ଗଁା ଛାଡିଛନ୍ତି ନା ତାଙ୍କୁ କେହି କାଢ଼ି ଦେଇଛନ୍ତି ତାହା ଜାଣି ହେଉ ନ ଥିଲା। ତେବେ ଆଖପାଖ ଗଁାର ଲୋକଙ୍କ ସୂଚନାରୁ ଜଣାପଡିଥିଲା ଦେବଦେବୀଙ୍କ କୋପ ବଦଳାଇ ଦେଇଛି ଗଁାର ଚିତ୍ର। ନୟାଗଡ଼ ଜିଲା ରଣପୁର ବ୍ଲକ ଦର୍ପନାରାୟଣପୁର ପଞ୍ଚାୟତରେ ଥିବା ଏହି ଗଁାରେ ୭ ଦଳିତ ପରିବାରର ୫୫ ଲୋକ ପ୍ରାୟ ଦେଢ଼ଶହ ବର୍ଷ ହେଲା ଏଠାରେ ବାସ କରିଆସୁଥିଲେ। ସବୁ କିଛି ଠିକ୍‌ଠାକ୍‌ ଥିଲା। ପୁରୁଷ ଲୋକମାନଙ୍କର ମୃତ୍ୟୁ ବିଭିନ୍ନ ସମୟରେ ଘଟୁଥିଲା। ହେଲେ କାରଣ ଜଣାପଡୁ ନ ଥିଲା। ୫୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ମୃତ୍ୟୁ ପରେ କେହି ବି କାରଣ ଖୋଜୁ ନ ଥିଲେ। ତେବେ ଗତ ୬ ବର୍ଷ ତଳେ ଦୟାନିଧି ନାୟକ ନାମକ ଜଣେ ୪୦ ବର୍ଷର ଯୁବକ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁ ଆକସ୍ମିକ ଥିଲା। ରୋଗ କିଛି ନ ଥିଲା। ତାଙ୍କର ୧୦ ଓ ୯ ବର୍ଷର ଦୁଇ ପୁଅ ଅଛନ୍ତି। ପରେ ମାଗୁଣି ନାୟକ(୪୫)ଙ୍କର ବି ଆକସ୍ମିକ ମୃତ୍ୟୁ ହେଲା। ହେଲେ କିଛି ମାସ ପରେ ମାଗୁଣିଙ୍କ ପୁଅ ବାବୁଲା (୨୫)ଙ୍କ ମୃତ୍ୟୁ ଗଁା ଲୋକଙ୍କୁ ଭୟଭୀତ କରିଥିଲା। ରୋଗର କାରଣ ଜାଣିବା ପୂର୍ବରୁ ଜଣକ ପରେ ଜଣେ ଆଖି ବୁଜୁଥିଲେ। କିଛି ମାସ ଅନ୍ତରରେ ପୁଣି ବଂଶୀଧର ନାୟକ(୪୫) ଓ ପୁଅ ପୂର୍ଣ୍ଣଚନ୍ଦ୍ର(୨୪)ଙ୍କ ମୃତ୍ୟୁ ହୋଇଥିଲା। ବାପ ପୁଅଙ୍କ ମୃତ୍ୟୁକୁ ଗଁାଲୋକେ ଆଉ ଭୁଲି ପାରିଲେ ନାହିଁ। ଗଁାରେ ବସିଲା ସଭା। ଆଉ ଗଁା ଛାଡି ଯିବାକୁ ନିଷ୍ପତ୍ତି ହେଲା। କେହି ଯାଇ ଅନ୍ୟ ଗଁାରେ ଭଡ଼ାରେ ରହିଲେ ତ ଆଉ କିଏ ବନ୍ଧୁବାନ୍ଧବ ଘରେ। ପୁଣି ଆଉ କିଏ ଯାଯାବର ଜୀବନଯାପନ କଲେ। କାହା ଖବର କାହା ପାଖରେ ରହିଲା ନାହିଁ। ଏବେ ପ୍ରାୟ ୧୦ଦିନ ହେଲା ଗୁଣ୍ଡୁରାବାରି ଦଳିତସାହି ଶ୍ରୀହୀନ ହୋଇପଡିଛି। ବସବାସ ଅଭାବରୁ ଘରଗୁଡିକ ମଧ୍ୟ ପରିତ୍ୟକ୍ତ ହେବାରେ ଲାଗିଛି। ଗଁା ଛାଡିବା ଓ ଅକାଳ ମୃତ୍ୟୁର କାରଣ ଜାଣିବା ପାଇଁ ଭେଟିଥିଲୁ ମୃତକ ବଂଶୀଧରଙ୍କ ସ୍ତ୍ରୀ ବସନ୍ତଙ୍କୁ। ବସନ୍ତ କହିବା ସମୟରେ ଭୋଭୋ ହୋଇ କାନ୍ଦି ଗଁା ଲୋକଙ୍କର ଅଭିଶପ୍ତ ଜୀବନକୁ ବଖାଣିଥିଲେ। ଗଁାର ମାଗୁଣି ଓ ପୁଅ ବାବୁଲାଙ୍କ ମୃତ୍ୟୁ ପରେ ମୃତ୍ୟୁର କାରଣ ଖୋଜାଗଲା। ବାବୁଲା ରକ୍ତବାନ୍ତି କରି ଚାଲିଗଲେ। ମୋ ସ୍ବାମୀ ଯୁବାବସ୍ଥାରେ ପ୍ରାଣ ହରାଇଲେ। ପୁଅ ବି ରକ୍ତବାନ୍ତି କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଣ ହରାଇଲା। ରୋଗ କିଛି ନ ଥିଲା। ତଥାପି ସାଲାଇନ ଲଗାଇଥିଲେ। ପୁଅ ମରିଗଲା ପରେ ବୋହୂକୁ ବାପଘର ଲୋକ ନେଇଗଲେ। ମୁଁ ଏବେ ପୁଅ ଓ ସ୍ବାମୀଙ୍କ ମୃତ୍ୟୁ ସମେତ ଗଁାଲୋକଙ୍କ ଦଶା ଦେଖି ରୋଗୀଣା ହୋଇଗଲିଣି। ସରକାରଙ୍କ ଭତ୍ତା ୫୦୦ ଟଙ୍କା ଓ ୫ କିଲେ ଚାଉଳ ମୋତେ ପାଉ ନାହିଁ। ଡାଇବେଟିସ୍‌, ଗ୍ୟାସଟ୍ରିକ୍‌ ଓ ଅନ୍ୟ ରୋଗ ଦାଉ ସାଧିଛି। ତେବେ ଦଇବ ମୋତେ ବଞ୍ଚାଇ ରଖିଛି। ଦେବଦେବୀଙ୍କ କୋପ ଆମ ଗଁା ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ପୂର୍ବରୁ ଆମ ଗଁାରେ ଛାଞ୍ଚୁଣିଆ ପରିବାର ରହୁଥିଲେ। ସେମାନଙ୍କର ବଂଶ ଲୋପ ହୋଇଯିବା ଦେଖି ସେମାନେ ଗଁା ଛାଡିଥିଲେ। ଛାଞ୍ଚୁଣିଆ ପରିବାର ପରେ ଦଳିତ ଲୋକଙ୍କ ପାଳି ପଡିଛି। ଏଭଳି ଦୁଃଖଦ ସମୟରେ ସରକାର ଓ ପ୍ରଶାସନ ଆମ ପାଇଁ କିଛି କାମରେ ଆସୁନାହାନ୍ତି। ଆମ ଦୁଃଖ କେହି ଶୁଣୁ ନାହାନ୍ତି। ଆମେ କେବଳ ନର୍କ ଯନ୍ତ୍ରଣା ଭୋଗୁଛୁ ବୋଲି ବସନ୍ତ କାନ୍ଦି କାନ୍ଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଘର ଗ୍ରିଲ୍‌ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ

ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍‌ ହୋଇଛି। ଆଠଜଣ ଡକାୟତ ସୋମବାର...

ନୟାଗଡ଼ରେ ବନ୍ଧୁକ ତିଆରି କାରଖାନା ଠାବ

ନୟାଗଡ଼,୩୦ା୧୧: ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି...

ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ                   

ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି...

ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ

ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri