ଜୀବନ ପରିବର୍ତ୍ତେ ଜୀବିକାକୁ ପ୍ରାଧାନ୍ୟ

ଅନୁଗୋଳ ଅଫିସ, ୧୭।୬
କରୋନା ମହାମାରୀ ସମୟରେ ଜୀବନ ବଡ଼ ନା ଜୀବିକା। ଏ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇ ନ ଥିବାବେଳେ ଜୀବିକାକୁ ପ୍ରାଧାନ୍ୟ ଦେଇ କର୍ମସ୍ଥଳୀ ଅନୁଗୋଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ଶମ୍ଭୁନାଥ ଭୂୟାଁ। ନିଜ ସାଇକେଲରେ ସେ ଦୀର୍ଘ ୪୪୩ କିଲୋମିଟର ଅତିକ୍ରମ କରି ଅନୁଗୋଳରେ ପହଞ୍ଚିବା ପରେ ତାଙ୍କୁ ୭ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ପରିବାର ପ୍ରତିପୋଷଣ ଚିନ୍ତା ତାଙ୍କୁ କର୍ମକ୍ଷେତ୍ରକୁ ଟାଣି ଆଣିଥିବା ଶମ୍ଭୁନାଥ କହିଛନ୍ତି।
ଶମ୍ଭୁନାଥଙ୍କ କହିବା ଅନୁଯାୟୀ, ଅନୁଗୋଳରେ ସେ ବ୍ୟାଗ ସିଲେଇ କାମ କରନ୍ତି। ପାରିଶ୍ରମିକ ଭାବେ ଯାହା ପାଆନ୍ତି ସେଥିରେ ତାଙ୍କ ପରିବାର ଚଳିଥାଏ। ଲକ୍‌ଡାଉନ ଘୋଷଣା ପୂର୍ବରୁ ସେ ଘରକୁ ଯାଇଥିଲେ। ଏହାପରେ କଟକଣା ଯୋଗୁ ଆଉ ଫେରିପାରି ନ ଥିଲେ। କରୋନା ସଂକ୍ରମଣ ଭୟରେ ସେ ୩ ମାସ ଘରେ ବସିରହିଥିଲେ। ହେଲେ ପରିବାର ଚଳାଇବା କଷ୍ଟକର ହୋଇପଡିବାରୁ ସେ ଜୀବନକୁ ବିପଦରେ ପକାଇ ଜୀବିକା ବଞ୍ଚାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେଥିପାଇଁ ସାଇକେଲଟିଏ ଧରି ଅନୁଗୋଳ ଅଭିମୁଖେ ବାହାରି ପଡ଼ିଥିଲେ। ୩ ଦିନ ଧରି ସାଇକେଲ ଚଳାଇ ଓ ଚା’ ବିସ୍କୁଟ ଖାଇ ସେ ଅନୁଗୋଳରେ ପହଞ୍ଚିଥିଲେ। ରାତିରେ ସାଇକେଲ ଚଳାଇବାକୁ ଭୟ ଲାଗୁଥିଲେ ମଧ୍ୟ ବାଧ୍ୟହୋଇ ସେ ଦୀର୍ଘ ପଥ ଅତିକ୍ରମ କରିଥିଲେ। ରାତି ଅଧିକ ହେଲେ ରାସ୍ତା ପାର୍ଶ୍ୱରେ ଶୋଇପଡୁଥିଲେ। ଅନୁଗୋଳରେ ପହଞ୍ଚତ୍ବା ପରେ ପୌରପାଳିକା ପକ୍ଷରୁ ତାଙ୍କୁ କ୍ବାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ୭ ଦିନିଆ ସଙ୍ଗରୋଧ ଶେଷ ହେବା ପରେ ସେ ଅନୁଗୋଳ ବଜାରରେ ବ୍ୟାଗ ସିଲେଇ କରି କିଛି ରୋଜଗାର କରିବେ ବୋଲି ଶମ୍ଭୁନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ନିର୍ଦ୍ଦେଶ, ଗ୍ରୁପ୍‌ ‘ଏ’ ଠାରୁ ଆରମ୍ଭ କରି…

ଭୁବନେଶ୍ୱର,୨୩ା୨: ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୁପ ‘ଏ’ ଠାରୁ ଆରମ୍ଭ କରି ଗ୍ରୁପ…

ଧାନକିଣାର ଦୁର୍ନୀତି, ଜିଲାପାଳଙ୍କ କାର୍ଯ୍ଯାଳୟରେ ଧସେଇ ପଶିଲା ନବନିର୍ମାଣ କୃଷକ ସଂଗଠନ

ଖୋର୍ଦ୍ଧା,୨୩।୨: (ପ୍ରଭାତ ପାଣିଗ୍ରାହୀ) ଖୋର୍ଦ୍ଧା ଜିଲାରେ ଚାଲିଥିବା ଧାନକିଣାରେ ଚରମ ଅବ୍ୟବସ୍ଥା ନେଇ ପ୍ରତିବାଦ କରିଛି ନବନିର୍ମାଣ କୃଷକ ସଂଗଠନ । ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଛନ୍ତି…

ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୩ା୨: ସୋମବାର ଗୃହରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପ୍ରତି ଖାଦ୍ୟର ମାନକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତାରା କହିଛନ୍ତି, ରାଜ୍ୟରେ ସବୁଠି…

ଭୁବନେଶ୍ୱର କୋର୍ଟ ସାମ୍ମାରେ ଦୁର୍ଘଟଣା, ମହିଳାଙ୍କ ମୁଣ୍ଡ ଉପରେ ଚଢିଗଲା ଇନୋଭା

ଭୁବନେଶ୍ବର,୨୩।୨: ରାଜଧାନୀ ଭୁବନେଶ୍ବରରେ ସଡ଼କ ଦୁର୍ଘଟଣା । ମହିଳାଙ୍କୁ ଧକ୍କା ଦେଇ ମୁଣ୍ଡ ଉପରେ ଚଢି଼ଗଲା କାର୍ । ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଏହି ଦୁର୍ଘଟଣା ହୋଇଛି…

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା, ସରକାରୀ ଦଳ ଇଚ୍ଛା ପ୍ରକାଶ….

ଭୁବନେଶ୍ବର,୨୩।୨: ଚାଷୀ ପ୍ରସଙ୍ଗରେ ଗୃହ ହୁଲସ୍ତୁଲ ହୋଇଛି । ବିଧାନସଭା ଠିକ ଭାବେ ଚାଲିପାରୁ ନାହିଁ । ଗୃହ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। …

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ମିଶିବେ ଅନନ୍ତ ଦାସଙ୍କ ପୁଅ ଅଭିଜିତ

ଭୁବନେଶ୍ୱର,୨୩।୨: ସ୍ବର୍ଗତଃ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଭାଜପାରେ ମିଶିବେ ବୋଲି ଜଣାପଡିଛି। ଏ ନେଇ ନିଜେ ସୂଚନା ଦେଇଛନ୍ତି…

ଆସୁଛି ଲଘୁଚାପ: ଖୋଲା ଆକାଶ ତଳେ ମଣ୍ଡିରେ ଗଦା ହୋଇଛି ଚାଷୀଙ୍କ ଧାନ

ମହାକାଳପଡ଼ା,୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମଣ୍ଡିରେ ଧାନ ପକାଇ ଚାଷୀମାନେ ଲୁହ ଗଡାଉଛନ୍ତି। ବଙ୍ଗୋପସାଗର ଉତ୍ତର ପୂର୍ବରେ ଏକ ଲଘୁଚାପ ବଳୟ…

ପାଣି ମୁନ୍ଦେ ପାଇଁ ଆଉଟୁପାଉଟୁ ଦେଶୀ, ବିଦେଶୀ ପକ୍ଷୀ

ମହାକାଳପଡ଼ା, ୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳରେ ଗାଡିଆପୋଖରୀ ଖାଲ ପାଟ ଶୁଖିଗଲାଣି । ପାଣି ଅଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri