ଭାରତ-ଚାଇନା ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରଭାବିତ ଆଶଙ୍କା

ନୂଆଦିଲ୍ଲୀ,୧୭।୬: ଚାଇନା ସହ ସୀମା ବିବାଦ ଲଗାତର ବଢ଼ିଚାଲିଛି। ଲଦାଖ ସୀମାରେ ଚାଇନା ସେନାର ବଳପୂର୍ବକ ପ୍ରବେଶ ଯୋଗୁ ଭାରତର ୩ ଯବାନ ଶହୀଦ ହୋଇଛନ୍ତି। ଏହାର ପ୍ରଭାବ ଦୁଇ ଦେଶର ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ପଡ଼ିବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏଠାରେ ଗୋଟିଏ କଥା ବିଚାର କରାଯାଇପାରେ ଯେ, ଭାରତ ଏବଂ ଚାଇନା ଆର୍ଥତ୍କ ରୂପେ ଉଭୟଙ୍କ ଉପରେ କେତେ ନିର୍ଭରଶୀଳ। ବାଣିଜ୍ୟ କାରବାର ପ୍ରଭାବିତ ହେଲେ କାହା ଉପରେ କ’ଣ ପ୍ରଭାବ ରହିବ।
ଭାରତ ଏବଂ ଚାଇନା ମଧ୍ୟରେ ବାର୍ଷିକ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ସମ୍ପାଦିତ ହେଉଛି। ଭାରତ ପ୍ରତିବର୍ଷ ଚାଇନାଠାରୁ ୪.୯ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଆମଦାନୀ କରୁଛି। ସେହିଭଳି ଚାଇନା ଭାରତରୁ ୧.୨ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ନେଉଛି। ଏହାକୁ ଦେଖିଲେ ଚାଇନା ସହ ଭାରତର ବାଣିଜି୍ୟକ ଘାଟା ପୂରା ପ୍ରଭାବିତ ସ୍ଥିତିରେ ରହିଛି। ମାତ୍ର ଅନ୍ୟପକ୍ଷରେ ବିଚାରକଲେ ଚାଇନା ଲାଗି ଭାରତ ଏକ ପ୍ରମୁଖ ରପ୍ତାନି ବଜାର। କୌଣସି ସ୍ଥିତିରେ ଏହା ଭାରତ ସହ ବାଣିଜ୍ୟ ଯୁଦ୍ଧ କରିବାକୁ ଚାଇନା ଚାହିଁବ ନାହିଁ। ଭାରତ ଚାଇନାକୁ ଯେତେ ପରିମାଣର ସାମଗ୍ରୀ ଯୋଗାଉଛି ତା’ର ଚାରିଗୁଣ ସାମଗ୍ରୀ ସେହି ଦେଶରୁ ଆମଦାନୀ କରୁଛି। ଏକ ରିପୋର୍ଟ ମୁତାବକ, ଏପ୍ରିଲ ୨୦୧୯ରୁ ଜାନୁୟାରୀ ୨୦୨୦ ମଧ୍ୟରେ ଭାରତଠାରୁ ଚାଇନା ୧୪.୪୨ ବିଲିୟନ ଡଲାରର ସାମଗ୍ରୀ କ୍ରୟ କରିଛି। ଏହି ସମୟ ମଧ୍ୟରେ ଭାରତ ଚାଇନାଠାରୁ ୫୭.୯୩ ବିଲିୟନ ଡଲାରର ସାମଗ୍ରୀ କ୍ରୟ କରିଛି।
ଚଳିତ ବର୍ଷ ମାର୍ଚ୍ଚ ୨୫ରେ ସରକାର ଲକ୍‌ଡାଉନ ଘୋଷଣା କରିଥିଲେ। ଜାନୁୟାରୀ ଏବଂ ଫେବୃୟାରୀରେ ଚାଇନା ଭାରତକୁ ୯.୫ ବିଲିୟନ ଡଲାରର ସାମଗ୍ରୀ ବିକ୍ରି କରିଛି। ଏହି ସମୟରେ ଭାରତର ରପ୍ତାନି ଚାଇନାକୁ ୨.୫ ବିଲିୟନ ଡଲାର ରହିଛି। କରୋନା କାରଣରୁ ଗତବର୍ଷ ତୁଳନାରେ ଏଥିରେ ୧୧ରୁ ୧୨% ହ୍ରାସ ଦେଖାଯାଇଛି। ଭାରତରେ ପ୍ରତି କ୍ଷେତ୍ରରେ କମ୍ପାନୀ ଚାଇନା ଉପରେ ନିର୍ଭର କରିଥାନ୍ତି। ଔଷଧ ସମେତ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ର ୬୮% ଚାଇନାର ରପ୍ତାନି ଉପରେ ନିର୍ଭରଶୀଳ। ଏହି ନିର୍ଭରତା ଇଲେକ୍‌ଟ୍ରୋନିକ୍ସରେ ୪୩%, ଗାର୍ମେଣ୍ଟରେ ୭୦% ଏବଂ ଅଟୋମୋବାଇଲ ସେକ୍ଟରରେ ପ୍ରାୟ ୯% ରହିଛି। ଭାରତର ଇଣ୍ଟରନେଟ ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକରେ ଚାଇନା କମ୍ପାନୀ ବୃହତ୍‌ ପରିମାଣର ନିବେଶ କରିଛନ୍ତି। ଚାଇନା ଯଦି ନିଜ ନିବେଶ ପ୍ରତ୍ୟାହାର କରିନିଏ ଏହାଦ୍ୱାରା ଭାରତୀୟ କମ୍ପାନୀଗୁଡ଼ିକ କ୍ଷତିଗ୍ରସ୍ତ ହୁଏ। ଗତ କିଛି ବର୍ଷ ଧରି ଚାଇନା କମ୍ପାନୀଗୁଡ଼ିକ ଭାରତରେ ବଡ ଧରଣର ନିବେଶ କରିଥିବା ଦେଖାଯାଏ। ୨୦୧୪ରେ ଏହି ନିବେଶ ୧୨ ହଜାର କୋଟି ଟଙ୍କା ଥିବା ବେଳେ ଗତ ୬ ବର୍ଷରେ ଏହା ୬୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହାବାଦ ସିଙ୍ଗାପୁରରେ ରହିଥିବା ଚାଇନାର ସହାୟକ କମ୍ପାନୀଗୁଡିକ ଭାରତରେ ନିବେଶ କରିଥିବା ଜଣାପଡିଛି।
୨୦୧୯ରେ ଚାଇନା ଭାରତୀୟ ଷ୍ଟାର୍ଟଅପ୍‌ କମ୍ପାନୀଗୁଡ଼ିକରେ ନିବେଶକୁ ବଢ଼ାଇଛି। ୨୦୧୮ରେ ଉକ୍ତ ନିବେଶ ୧୫ ହଜାର କୋଟି ଟଙ୍କା ଥିଲା। ୨୦୧୯ରେ ଏହା ୨୯ ହଜାର କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଭାରତର ୩୦ ବଡ ଷ୍ଟାର୍ଟଅପ୍‌ କମ୍ପାନୀ ମଧ୍ୟରୁ ୧୮ଟିରେ ଚାଇନା ନିବେଶ ରହିଛି। ଦେଶର ବଡ ଇଣ୍ଟରନେଟ କମ୍ପାନୀଗୁଡିକରେ ଚାଇନାର ନିବେଶ ରହିଛି। ପେଟିଏମ୍‌ରେ ଆଲିବାବା, ଆଲିବାବା ଗ୍ରୁପ୍‌ ଏବଂ ଆଣ୍ଟ ଫାଇନାନ୍ସିଆଲ, ଓଲାରେ ଟେନସେଣ୍ଟ, ଡିଜି କସ୍କିଙ୍ଗ, ଓୟୋ ହୋଟେଲ୍ସରେ ଦିଦି ୟୁସିଙ୍ଗ, ହୁଆଜ ହୁହୁଇ, ସ୍ନାପ୍‌ଡିଲ୍‌ରେ ଆଲିବାବା ଗ୍ରୁପ୍‌, ସ୍ବିଗିରେ ଟେସେଣ୍ଟ, ମିଟୁଆନ ଭଳି କମ୍ପାନୀ ନିବେଶ କରିଛନ୍ତି। ଦେଶର ୧୨ ବଡ କମ୍ପାନୀରେ ଚାଇନା ନିବେଶ କରିଛି। ୧୯ କମ୍ପାନୀରେ ଟେସେଣ୍ଟ, ୧୬ କମ୍ପାନୀରେ ସୁନବାଇ କ୍ୟାପିଟାଲ, ୧୦ କମ୍ପାନୀରେ ସ୍ବସ୍ତିକା, ୮ଟିରେ ସାଓମି, ୬ଟିରେ ଫୋସୁନ ଆର୍‌ଜେଡ, ୫ଟିରେ ହିଲହାଉସ କ୍ୟାପିଟାଲ, ୪ଟିରେ ଏନ୍‌ଜିପି କ୍ୟାପିଟାଲ, ୩ଟିରେ ଆଲିବାବା ଗ୍ରୁପ୍‌, ୩ଟିରେ ଏକ୍ସିମ କ୍ୟାପିଟାଲ ପାର୍ଟନର୍ସର ନିବେଶ ରହିଛି। ଚାଇନା କମ୍ପାନୀଗୁଡିକର ନିବେଶ ବଢୁଥିବାରୁ ଭାରତ ସରକାର ଏଫ୍‌ଡିଆଇ ନିୟମରେ ନିକଟରେ ପରିବର୍ତ୍ତନ କରିଛନ୍ତି।
ସ୍ମାର୍ଟଫୋନ ବଜାରରେ ଚାଇନା କମ୍ପାନୀଗୁଡିକର ଅଂଶ ୭୦% ରହିଛି। ଭାରତର ସ୍ମାର୍ଟଫୋନ ବଜାରରେ ଚାଇନା କମ୍ପାନୀର କାଟତି ରହିଛି। ଭାରତରେ ସ୍ମାର୍ଟଫୋନ ବଜାର ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହେବ। ଚାଇନା ବ୍ରାଣ୍ଡ ଓପୋ, ସାଓମି, ରେଡମି ଭଳି କମ୍ପାନୀ ଭାରତୀୟ ବଜାରକୁ କବ୍‌ଜା କରି ନେଇଛନ୍ତି। ସେହିଭଳି ୨୫ ହଜାର କୋଟି ଟଙ୍କାର ଟେଲିଭିଜନ ବଜାରରେ ଚାଇନିଜ ବ୍ରାଣ୍ଡର ଅଂଶ ୪୫% ରହିଛି। ଭାରତର ୫୦ ହଜାର କୋଟି ଟଙ୍କାର ହୋମ୍‌ ଆପ୍ଲାଏନ୍ସ ବଜାରରେ ଚାଇନା କମ୍ପାନୀର ଅଂଶ ୧୦ରୁ ୧୨%। ୪୩ ଲକ୍ଷ କୋଟି ଅଟୋ କମ୍ପୋନେଣ୍ଟ ବଜାରରେ ଚାଇନାର ଅଂଶ ୨୬%। ୧.୫ ଲକ୍ଷ କୋଟି ଟଙ୍କାର ଫାର୍ମାସିଟିକାଲ ବଜାରରେ ଚାଇନା ଅଂଶ ୬୦% ରହିଛି। ଭାରତୀୟ ଟେଲିକମ ଇକ୍ୱିପମେଣ୍ଟ ବଜାରରେ ଚାଇନା ଅଂଶ ପ୍ରାୟ ୨୫% ରହିଛି।
ଭାରତୀୟ ଅର୍ଥ ବ୍ୟବସ୍ଥାରେ ଚାଇନା କମ୍ପାନୀଗୁଡିକ ଗୁରୁତ୍ୱ ରଖୁଛନ୍ତି। ଭାରତୀୟ କମ୍ପାନୀଗୁଡିକ ଚାଇନାର ରପ୍ତାନି ଉପରେ ନିର୍ଭର କରିଥାନ୍ତି। ଏଭଳି ସ୍ଥିତିରେ ଭାରତ ହଠାତ୍‌ ଚାଇନା ସାମଗ୍ରୀ ବର୍ଜନ କରିପାରିବ ନାହିଁ। ଅପରପକ୍ଷରେ ବାଣିଜ୍ୟ ସମ୍ପର୍କ ଛିନ୍ନ କରିବା ନେଇ ମଧ୍ୟ ଚିନ୍ତା କରିପାରିବ ନାହିଁ। ଚାଇନା ଲାଗି ମଧ୍ୟ ଭାରତ ଏକ ବଡ ବଜାର। ବିଶ୍ୱର ପ୍ରମୁଖ ବଜାର ମଧ୍ୟରେ ଭାରତ ଆସୁଛି। ଭାରତ ଯଦି ଚାଇନା ସାମଗ୍ରୀ ବର୍ଜନକରେ ତେବେ ଚାଇନାକୁ ମଧ୍ୟ କ୍ଷତି ସହିବାକୁ ପଡିବ। ସୀମାରେ ଜାରି ରହିଥିବା ବିବାଦ ସତ୍ତ୍ୱେ ମଧ୍ୟ ଚାଇନା କେବେ ଚାହିଁବ ନାହିଁ ଯେ ଭାରତ ସହ ବାଣିଜି୍ୟକ ସମ୍ପର୍କ ଖରାପ କରିବା ପାଇଁ )।


Enter your email to get our daily news in your inbox.

All Right Reserved By Dharitri.Com

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri