ଜୀବନ ଅନ୍ୟର ଦାନ

ଡ. ବାସୁଦେବ ମିଶ୍ର
ମଣିଷ ଜୀବନ ଯେ ଅନ୍ୟର ଦାନ ଏ କଥାକୁ ବୁଝିବା ହେଉଛି ସଂସାରରେ ଜୀବନ ବଞ୍ଚତ୍ବାର ସର୍ବୋତ୍କୃଷ୍ଟ କଳା। ଏହି କଳା ବାସ୍ତବରେ ଖୁବ୍‌ କମ୍‌ ଲୋକଙ୍କୁ ଜଣାଥାଏ। ସମସ୍ତେ କେବଳ ନିଜ ସହିତ ଛଳନା କରିବାକୁ ଭଲ ପାଆନ୍ତି। କେତେ ବେଦ, ପୁରାଣ, ଉପନିଷଦ୍‌ରେ ଧୁରୀଣ ପଣ୍ଡିତ ମଧ୍ୟ ଏପରି କଳାର ଧାର ଧାରି ନ ଥିବା ବହୁ କ୍ଷେତ୍ରରେ ଦେଖାଯାଏ। ସେମାନେ ନିଜକୁ ମର୍ତ୍ତ୍ୟଭୂମିର ଜୀବ ବୋଲି ସ୍ବୀକାର କରି ନ ଥାନ୍ତି। ଅନବରତ ଏକ କାଳ୍ପନିକ ସ୍ବର୍ଗର ଅନ୍ବେଷଣରେ ରହିଥାନ୍ତି। କିନ୍ତୁ ବାସ୍ତବରେ ନିଜ ଅଜାଣତରେ ସ୍ବର୍ଗର ବିପରୀତ ଦିଗରେ ଅଗ୍ରସର ହେଉଥାନ୍ତି।
ଜୀବନଧାରଣର ଅର୍ଥ ହେଲା ଅନ୍ୟର ସାହାଯ୍ୟ ନେଇ ବଞ୍ଚତ୍ବା। ଜନ୍ମ ପୂର୍ବରୁ ମାତାଙ୍କର ସାହାଯ୍ୟ ନେଇ ତାଙ୍କ ଗର୍ଭରେ କିଛି ଦିନ ବାସକରୁ। ପୃଥିବୀପୃଷ୍ଠକୁ ଆସିବା ପରେ ସାହାଯ୍ୟକାରୀମାନଙ୍କର ଧାଡି କ୍ରମେ ଲମ୍ବା ହୋଇଯାଏ। ମାଆଙ୍କର ଅନ୍ତୁଡିଶାଳରେ ଅନ୍ତୁଡି ନିଆଁର ଉଷ୍ମତା ପାଇ, ତାଙ୍କ ବକ୍ଷର ଅମୃତ ଖାଇ ଆମର ଶରୀର ପୁଷ୍ଟ ହୁଏ। ପିତାଙ୍କର ସୁରକ୍ଷା ଆମକୁ ବଳ ଦିଏ। ତାଙ୍କ ହାତ ଧରି ବାଟ ଚାଲିବା ଶିଖୁ। କେବଳ ମାତାପିତା ନୁହନ୍ତି, କିଏ ଆମର ବଞ୍ଚତ୍ବାରେ ସାହାଯ୍ୟ ନ କରେ କୁହନ୍ତୁ ତ, ଭାବି ଦେଖିଲେ ଆମକୁ ସାହାଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା ଅଗଣନ। ଗଛଟି ଉପରେ ନିର୍ଭର କରୁ ଅମ୍ଳଜାନ ପାଇଁ, ଝରଣା ଉପରେ ନିର୍ଭର କରୁ ଜଳଟିକିଏ ପାଇଁ, ଚାଲୁଚାଲୁ ବାଟରେ ଗୋଡ଼ଖସିଗଲେ ଅନ୍ୟମାନେ ଆମକୁ ଉଠାଇବାରେ ସାହାଯ୍ୟ କରନ୍ତି। ମୃତ୍ୟୁ ପରେ ମଧ୍ୟ ଆମକୁ ନେଇ ମଶାଣିରେ ସତ୍କାର କରନ୍ତି ଅନ୍ୟମାନେ।
ହାତ ବଢ଼େଇ ଅନ୍ୟମାନଙ୍କର ସାହାଯ୍ୟ ନେବା, ନିଜକୁ ପୁଷ୍ଟ କରିବା ଏବଂ ତା’ପରେ ସେମାନଙ୍କଠାରୁ ନିଜକୁ ଶ୍ରେଷ୍ଠ ମଣିବାକୁ ମନୁଷ୍ୟର ଗୁଣ ନା ଦୋଷ ବୋଲି କୁହାଯିବ? ଅତି ପ୍ରାଚୀନ କାଳରୁ ଜଙ୍ଗଲରେ ଶୀଘ୍ର ଧାଇଁ ପାରୁଥିବା ଜୀବଟାକୁ ପୋଷା ମନେଇ କାବୁକରି ତାକୁ ନିଜ ବାହନରେ ପରିଣତ କରିବା ଏବଂ ତା’ର ଶ୍ରମକୁ ନିଜର ଯିବା ଆସିବା କାମରେ ବିନିଯୋଗ କରିବାକୁ ଏକ ଉଦାହରଣରୂପେ ନିଆଯାଇପାରେ। ମନୁଷ୍ୟର ଶକ୍ତିଠାରୁ ପଶୁର ଶକ୍ତି ଅଧିକ। ସେହି ଶକ୍ତିକୁ ଜୁଆଳି ଲଙ୍ଗଳ ମାଧ୍ୟମରେ ବ୍ୟବହାର କରି ମାଟିକୁ ତାଡ଼ିବା, ଚାଷ କରିବା, କୁକୁରର ଅଳ୍ପ ନିଦ୍ରା ଏବଂ ସ୍ବାମିଭକ୍ତି ଗୁଣଟିକୁ ନିଜର ସୁରକ୍ଷା ପାଇଁ ବ୍ୟବହାର କରିବା- ଏମିତି ହାତବଢ଼େଇ ସବୁ ପଶୁପକ୍ଷୀଙ୍କର ସାହାଯ୍ୟ ନିଏ ମଣିଷ। ଏପରିକି କେତେକ ପଶୁପକ୍ଷୀଙ୍କୁ ପିଞ୍ଜରାବଦ୍ଧ କରି ସେମାନଙ୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରେ। ପୁଣି କେତେକଙ୍କୁ ମାରି ସେମାନଙ୍କର ମାଂସ ଖାଇ ନିଜ ଶରୀରର ଅଭିବୃଦ୍ଧି କରିବାକୁ ପଛାଏ ନାହିଁ ମଣିଷ।
ସଂସାରଟା ଯାକର ସାହାଯ୍ୟ ସହଯୋଗରେ ଜୀବନ ବଞ୍ଚୁଥିବା ମଣିଷ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ବୋଲି ଗଣାହୁଏ କେମିତି? ଏକ ସହଜ ଓ ସମ୍ଭୋଗମୟ ଜୀବନ ବଞ୍ଚତ୍ବା ନିମନ୍ତେ ମନୁଷ୍ୟ ତା’ର ମସ୍ତିଷ୍କକୁ ଯେତିକି ଖଟାଏ, ଯେତିକି କୌଶଳର ଉଦ୍ଭାବନ, ଆବିଷ୍କାର ତଥା ସେଗୁଡ଼ିକର ପ୍ରୟୋଗ କରେ, ଅନ୍ୟ ପ୍ରାଣୀ ସେପରି କରିପାରନ୍ତି ନାହିଁ। ଅନ୍ୟ ପ୍ରାଣୀମାନଙ୍କର ଶ୍ରମ, ସୁଖ, ଏବଂ ଅର୍ଜନକୁ ଚୋରି କରିବାରେ ଅଥବା ଜୋର କରି ନେଇଯିବାରେ ମଣିଷ ସମସ୍ତଙ୍କଠାରୁ ଆଗରେ। କୁକୁଡା ଅଣ୍ଡା ଦିଏ। ଛୁଆ ଫୁଟିବା ଆଗରୁ ତାକୁ ମଣିଷ ନେଇ ଖାଇଦିଏ। ବଳଦକୁ ଶ୍ରମମୁଖୀ କରିବା ଉଦ୍ଦେଶ୍ୟ ନେଇ କିଶୋର ଅବସ୍ଥାରେ ତା’ର ପୁଂସତ୍ୱ ନଷ୍ଟ କରେ। ମହୁମାଛିକୁ ତା’ର ବସାରୁ ଘଉଡ଼ାଇ ଦେଇ ତା’ର ସଞ୍ଚତ୍ତ ମଧୁକୁ ନେଇଯାଏ। ଏ କ୍ଷେତ୍ରରେ ସେ ଜଳଚର, ସ୍ଥଳଚର, ଆକାଶଚର କାହାରିକୁ ବାଦ୍‌ ଦିଏନା।
ଏଇ ଅଭ୍ୟାସ ଏବଂ କୌଶଳଟି ସେ ଯେ କେବଳ ମନୁଷ୍ୟ ଭିନ୍ନ ପ୍ରାଣୀମାନଙ୍କଠାରେ ପ୍ରୟୋଗ କରେ, ତାହା ନୁହେଁ, ମନୁଷ୍ୟ-ମନୁଷ୍ୟ ଭିତରେ ମଧ୍ୟ ଏପରି କୌଶଳର ପ୍ରୟୋଗ ଦେଖାଯାଏ। ଏହା ସପକ୍ଷରେ ମଣିଷର ଯୁକ୍ତି ହେଲା- ଯେଉଁ ସମୟ ଏବଂ ଶକ୍ତି ଅନ୍ୟମାନଙ୍କଠାରୁ ଅନାୟସରେ ମିଳିପାରୁଛି, ତାକୁ ସେ ଉପଯୋଗ କରିବ ନାହିଁ କାହିଁକି? ସେଥିପାଇଁ କେତେବେଳେ କାହାକୁ ପୋଷା ମନାଇବାକୁ ପଡ଼େ ତ କାହାକୁ ଖୋସାମତ କରିବାକୁ ହୁଏ। କାହା ଉପରେ ଜବରଦସ୍ତି ମଧ୍ୟ କରିବାକୁ ହୁଏ।
ବାସ୍ତବରେ ନିଜ ଅଭିଜ୍ଞତାରୁ କିଛି ଶିଖିବା ପୂର୍ବରୁ ମନୁଷ୍ୟ ଅନ୍ୟର ଅଭିଜ୍ଞତାରୁ ଶିଖିବାକୁ ପାଏ ଅନେକ। ଅଗ୍ନିର ଦାହିକା ଶକ୍ତିର ପରିଚୟ ଏବଂ ଅଭିଜ୍ଞତା ନିଜେ ପ୍ରାପ୍ତ ହେବା ପୂର୍ବରୁ ତାହା ସେ ନିଜ ଗୁରୁଜନଙ୍କଠାରୁ ପାଏ। ମନୁଷ୍ୟ ତା’ର ବଞ୍ଚତ୍ବା ଭିତରେ ପ୍ରାପ୍ତ ଅଭିଜ୍ଞତାଗୁଡିକୁ ପରବର୍ତ୍ତୀ ପିଢ଼ିକୁ ପ୍ରଦାନ କରିବା ପାଇଁ ଉଦ୍‌ଗ୍ରୀବ। ସେଥିପାଇଁ ସେ ରଚନା କରେ ଶାସ୍ତ୍ରପୁରାଣ, ଇତିହାସ। ନିଜର ଅଭିଜ୍ଞତାକୁ ତହିଁରେ ଲିପିବଦ୍ଧ କରି ରଖେ ପରବର୍ତ୍ତୀ ପିଢ଼ିକୁ ଶିକ୍ଷା ଦେବା ପାଇଁ।
ମାନୁଷୀ ସ୍ବାର୍ଥପରତାର ଆଉ ଏକ ନଗ୍ନ ଉଦାହରଣ ହେଲା ମନୁଷ୍ୟ ନିଜ ଶରୀରର ଅଭ୍ୟନ୍ତରକୁ ଦେଖିବାକୁ ଯାଇ ପ୍ରଥମେ ବେଙ୍ଗ, ମୂଷାର ଛାତିରେ ଛୁରି ଲଗାଏ। ବୈଜ୍ଞାନିକମାନେ ମଣିଷକୁ ମରଣାନ୍ତକ ରୋଗରୁ ରକ୍ଷା କରିବାକୁ ଯାଇ ଯେଉଁ ଔଷଧ ତିଆରି କରନ୍ତି, ତାକୁ ପ୍ରଥମେ ପରୀକ୍ଷା କରାଯାଏ ମୂଷା ଦେହରେ ପ୍ରୟୋଗ କରି।
ଆମର ଜୀବନ ଯେ ମାତାପିତା, ସମାଜ ଓ ପରିବେଶର ଦାନ ଏ କଥା ବୁଝିବା ଦରକାର। ଅହଂକାରର ଅନ୍ଧପୁଟୁଳି ବାନ୍ଧି ବାଟ ଚାଲୁଚାଲୁ ଅନେକବାର ଝୁଣ୍ଟି କ୍ଷତବିକ୍ଷତ ହେବା ଅପେକ୍ଷା ଅନ୍ଧପୁଟୁଳିକୁ ହଟାଇ ବାଟଚାଲିଲେ ଆଉ ଝୁଣ୍ଟିବାର ଆଶଙ୍କା ରହିବ ନାହିଁ। ଜୀବନର ବାସ୍ନା ମହକୁଥିବ ଦୂରରୁ ଦୂରକୁ ଚତୁର୍ଦ୍ଦିଗକୁ। ଈଶ୍ୱରଙ୍କର ଆଶୀର୍ବାଦ ଝରିପଡୁଥିବ ମଥା ଉପରେ।
ଦଶରଥପୁର ଯାଜପୁର, ମୋ- ୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri