ଜୀବନରେଖା ଏବେ ମରଣଯନ୍ତା

କେନ୍ଦୁଝର, ୨୦ା୬ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଲାଇଫଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି। ଏହାକୁ ଜିଲାର ‘ଜୀବନ ରେଖା’ କୁହାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ ହାନୀର କାରଣ ସାଜିଛି। ମୃତ୍ୟୁଯନ୍ତା ପାଲଟିଥିବା ରାଜପଥ ସମସ୍ୟା ପ୍ରତି କାହାରି ନଜର ନ ଥିବା କୁହାଯାଉଛି। ଏହି ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ କରାଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ କାମ ଅଧପନ୍ତରିଆ ହୋଇ ପଡରହିଛି। ଏସବୁ ସ୍ଥାନରେ ସର୍ବଦା ଦୁର୍ଘଟଣା ଘଟୁଥିଲେ ମଧ୍ୟ କାମ ଶେଷ କରାଯାଉନାହିଁ । ବିଭାଗୀୟ ଅଧିକାରୀ ରାସ୍ତାରେ ଏକାଧିକ ସ୍ଥାନରେ ଟୋଲ ଗେଟ୍‌ ବସାଇ ଅର୍ଥ ଆଦାୟରେ ବ୍ୟସ୍ତ ରହୁଥିବା ଲକ୍ଷ୍ୟ କରାଯାଉଛି। ପାଣିକୋଇଲି ଠାରୁ ରିମୁଳି ପର୍ଯ୍ୟନ୍ତ ଏବଂ କେନ୍ଦୁଝରଠାରୁ ଆନନ୍ଦପୁର ପର୍ଯ୍ୟନ୍ତ ଅନେକ ସ୍ଥାନରେ ପୋଲ ଓ ରାସ୍ତା କାମ ଶେଷ ହୋଇନାହିଁ। ଫଳରେ ସମସ୍ତ ଗାଡି ସେଠାରେ ଗୋଟିଏ ପାର୍ଶ୍ୱ ରାସ୍ତା ଦେଇ ଯିବାଆସିବା କରୁଛି । ଗତ ଏପ୍ରିଲ ମାସ ସୁଦ୍ଧା ଜିଲାର ବିଭିନ୍ନ ରାସ୍ତାରେ ୫୬ଟି ଦୁର୍ଘଟଣା ଘଟି ୩୦ ଜଣଙ୍କ ଜୀବନ ଯାଇଛି। ୩୨ ଜଣ ଗୁରୁତର ଓ ୫୯ ଜଣ ସାମାନ୍ୟ ଆହତ ହୋଇଛନ୍ତି। ତନ୍ମଧଧ୍ୟରୁ ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଅଧିକ ଘଟିଥିବା ବିଭାଗ ପକ୍ଷରୁ କୁହାଯାଉଛି । ଛୋଟ ଛୋଟ ଦୁର୍ଘଟଣାକୁ ନେଇ ପୋଲିସ ମକଦ୍ଦମା କରୁ ନ ଥିବାରୁ ଏହାର ବାସ୍ତବ ଚିତ୍ର ଲୋକଲୋଚନକୁ ଆସିପାରୁନାହିଁ ା
ଅନ୍ୟପକ୍ଷେ ରାସ୍ତା ସମ୍ପ୍ରସାରଣ ବେଳେ ଏହା ପାର୍ଶ୍ୱରେ ଥିବା ରାଜାରାଜୁଡା ଅମଳର ବହୁ ଆମ୍ବ, ଜାମୁ, ନିମ୍ବ, ବର, ଅଶ୍ୱତଥ ଗଛ ସମେତ ଜଙ୍ଗଲ ଜମିରୁ ଗଛ କଟାଯାଉଛି। ସେହି ତୁଳନାରେ ରାସ୍ତା କଡରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଉ ନାହିଁ ା ଜାତୀୟ ରାଜପଥ ପାର୍ଶ୍ୱ ଏକ ପ୍ରକାର ଗଛ ବିନା ଛାୟା ଶୂନ୍ୟ ହୋଇପଡିଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏପରିସ୍ଥଳେ ବସ୍‌ଷ୍ଟପଗୁଡିକରେ ବିଶ୍ରାମସ୍ଥଳୀ ମଧ୍ୟ ନିର୍ମାଣ କରାଯା ଇ ନାହିଁ ା । ଯାତ୍ରୀମାନେ ଖରା ଓ ବର୍ଷାରେ ରାସ୍ତାକଡରେ ଠିଆ ହୋଇ ବସକୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ନବନିର୍ମିତ ରାସ୍ତା ପାର୍ଶ୍ୱ ଅନେକ ସ୍ଥାନରେ ଦବି ଯାଇଥିବା ଦେଖିବାକୁ ମିଳୁଛି। ଏ ନେଇ ପଥଚାରୀଙ୍କ ଲାଗି ରାସ୍ତାପାର୍ଶ୍ୱ ଅସୁରକ୍ଷିତ ହୋଇପଡିଛି। ସେହିପରି ବାଲିଆଗୁଡା (କେନ୍ଦୁଝର), ରାଇସୁଆଁ, ପଦ୍ମପୁର, ଢେଙ୍କିକୋଟ, ଶାଳପଡା ଆଦି ସ୍ଥାନରେ ନିର୍ମାଣ ହୋଇଥିବା ଅଣ୍ଡରପାସ ଓ ସର୍ଭିସ ରୋଡର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ମରାମତି କାମ ହେଉ ନ ଥିବାରୁ ରାସ୍ତାରେ ବଡ ବଡ ଖାଲଖମା ସୃଷ୍ଟି ହୋଇ ଦୁର୍ଗମ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ଲୋକେ ଯିବା ଆସିବାରେ ସମସ୍ୟା ଭୋଗୁଛନ୍ତି। ମାଧପୁର (କେନ୍ଦୁଝର) ସହର ର ବାସିନ୍ଦା ପ୍ରଦିପ ମହାନ୍ତି କହିଛନ୍ତି। ଅନ୍ୟପକ୍ଷେ ରାସ୍ତା ନିର୍ମାଣ ଶେଷ ନ ହେବା ଆଗରୁ ଟୋଲ ଆଦାୟ କରାଯିବା ନେଇ ଏଠାରେ ବହୁ ବାର ଆନ୍ଦୋଳନ କରାଯାଇଛି। ହେଲେ ଏକଥା କେହି ଶୁଣୁ ନାହାନ୍ତି। ଏ ନେଇ ନ୍ୟାୟାଳୟ ଦ୍ୱାରସ୍ଥ ହେବା ଏକମାତ୍ର ପନ୍ଥା ବୋଲି କହିଛନ୍ତି, ଆଇନଜୀବୀ ସନ୍ତୋଷ ସାହୁ। ଯୁବ ଓ ଶ୍ରମ ବିକାଶ ମଞ୍ଚର ସାଧାରଣ ସମ୍ପାଦକ ନବୀନ ପଲେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାସ୍ତା, ପୋଲ ଓ ସର୍ଭିସ ରୋଡ ନିର୍ମାଣ କାମ ଶେଷ କରିବାରେ ଅଯଥା ବିଳମ୍ବ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥିଲାଗି ଅନେକ ସଡ଼କ ଦୁର୍ଘଟଣା ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri