ଜି.ଉଦୟଗିରି କଂଗ୍ରେସ ତରଫରୁ ଥାନାରେ ଏତଲା

ଜି.ଉଦୟଗିରି,୨୫ା୪(ଡି.ଏନ.ଏ.)- ଜି.ଉଦୟଗିରି କଂଗ୍ରେସ ଦଳ ତରଫରୁ ଶୁକ୍ରବାର ସୋନିଆ ଗାନ୍ଧୀଙ୍କ ବିରୋଧରେ ନିମ୍ନମାନର ଓ ମାନହାନି ହେବାଭଳି ଖବର ପରିବେଷଣ କରିଥିବା ଅଭିଯୋଗ କରି ରିପବ୍ଲିକ ଟିଭିର ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜି.ଉଦୟଗିରି ଥାନାରେ ଏତଲା ଦିଆଯାଇଛି। କଂଗ୍ରେସ ନେତା ଜାକେଶ ପ୍ରଧାନ, ଟାରଜନ ସାହୁ, ଏନ୍‌.ରାଜା ରାଓ, ଫିରଜ ଦିଗଲ ଓ ଅଞ୍ଜୁ ଅହମ୍ମଦ ପ୍ରମୁଖ ଯାଇ ପୋଲିସ ଏସ୍‌ଆଇ କୌଶଲ୍ୟା ବେହେରାଙ୍କୁ ଏତଲା ପ୍ରଦାନ କରିଛନ୍ତି।