ଜି.ଉଦୟଗିରି ଏନ୍‌ଏସିର ବିଭିନ୍ନ ବୁଥରେ ବିଳମ୍ବରେ ମତଦାନ

ଜି.ଉଦୟଗିରି,୧୮ା୪(ଡି.ଏନ୍‌.ଏ.) : ଜି. ଉଦୟଗିରି ଓ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହେବାକୁ ଥିବାବେଳେ ବିଳମ୍ବରେ ମତଦାନ ହୋଇଛି। ଜି.ଉଦୟଗିରି ଏନଏସିର ହାଟପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୬ ନଂ ମଡେଲ ବୁଥ୍‌ରେ ୧ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ଏଜେଣ୍ଟମାନେ ବିଳମ୍ବରେ ଆସିବାରୁ ମତଦାନରେ ଅଧଘଣ୍ଟା ବିଳମ୍ବ ହୋଇଥିଲା। ପୁଣି ମେସିନରେ ତୃଟି ଯୋଗୁ ଅଧଘଣ୍ଟା ବିଳମ୍ବ ହୋଇଥିଲା। ସେହିପରି ହାତୀଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ ନଂ ବୁଥ୍‌ରେ ମଧ୍ୟ ୧ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ସେଠାରେ ମଧ୍ୟ ଏଜେଣ୍ଟମାନେ ଆସିବାରେ ବିଳମ୍ବ ଯୋଗୁ ମତଦାନ ବିଳମ୍ବ ହୋଇଥିଲା। ବିଭିନ୍ନ ବୁଥ୍‌ରେ ସ୍ବେଚ୍ଛାସେବୀମାନେ ବୟସ୍କ ଓ ଦିବ୍ୟାଙ୍ଗମାନଙ୍କୁ ନେଇ ମତଦାନ କରାଉଥିଲେ । ଜି.ଉଦୟଗିରି ଏନଏସିର ୭ଟି ଯାକ ମତଦାନ କେନ୍ଦ୍ରରେ ଭୋଟ ଦେବା ପାଇଁ ଭିଡ଼ ଲାଗି ରହିଥିଲା । ସୂଚନା ଅନୁଯାୟୀ, ଜି.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ସମୁଦାୟ ୨୫୧ଟି ବୁଥ ମଧ୍ୟରୁ ଜିଉଦୟଗିରି ବ୍ଲକ ଓ ଏନଏସିରେ ୪୦ ଟି ମତଦାନ କେନ୍ଦ୍ର ଖୋଲା ଯାଇଛି।

Share