ଜି.ଉଦୟଗିରିରେ ଶ୍ୟାମାକାଳୀ ପୂଜା

ଜି.ଉଦୟଗିରି, ୨୭।୧୦(ଡି.ଏନ୍‌.ଏ.)- ଜି. ଉଦୟଗିରି ବନ୍ଧ ଛକ କାଳୀ ପୂଜା ମଣ୍ଡପରେ ରବିବାର ମା’ କାଳୀଙ୍କ ପୂଜା ଆରମ୍ଭ ହୋଇଛି। ପୂଜା କମିଟି ସଭାପତି ଅଜିତ କୁମାର ସାହୁ କର୍ତ୍ତା ଭାବେ ପୂଜାରେ ବସି ଥିଲେ। ପ୍ରଥମେ ମା’ଙ୍କ ଘଟକୁ ଆବାହନ କରି ଅଣାଯିବା ପରେ ପୂଜା ଆରମ୍ଭ ହୋଇଥିଲା। ସହରର ଏହି ଗୋଟିଏ ପୂଜା ମଣ୍ଡପରେ କାଳୀ ପୂଜା ହେଉଥିବାରୁ ବହୁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଆକର୍ଷଣୀୟ ତୋରଣ ଓ ଅଲୋକ ସଜା ଲୋକଙ୍କୁ ଆକୃଷ୍ଟ କରିଛି।