ଜି ଉଦୟଗିରିରେ ନୂତନ ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣକଲେ ନରେଶ କୁମାର ସାହୁ

ଜି ଉଦୟଗିରି, ୧୦।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି ଉଦୟଗିରି ଥାନାରେ ନୂତନ ଆଇଆଇସି ଭାବେ ନରେଶ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଫୁଲବାଣୀ ଟାଉନ ଥାନା ଆଇଆଇସି ଭାବେ ଅବସ୍ଥାପିତ ଥିଲେ। ଦାୟିତ୍ୱ ଗ୍ରହଣପରେ ସେ ଜି ଉଦୟଗିରି ସହରର ସମସ୍ତ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦେବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।