ଜି.ଉଦୟଗିରିରେ ଝଡ଼ବର୍ଷା, ବିଜୁଳି ଯୋଗାଣ ବନ୍ଦ

ଜି.ଉଦୟଗିରି,୨୬ା୨(ଡି.ଏନ.ଏ.)-ଜି.ଉଦୟଗିରି ସହର ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୯ଟାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ହେବାର ଘଣ୍ଟାଏ ପୂର୍ବରୁ ସହରକୁ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାାଣ ବନ୍ଦ ରହିଛି ା ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ କନିଷ୍ଠଯନ୍ତ୍ରୀ ପବିତ୍ର କୁମାର ସାହୁଙ୍କୁ ପଚାରିବାରେ ଫୁଲବାଣୀଠାରେ ପ୍ରବଳ ଝଡ଼ବର୍ଷା ହେବାରୁ ଫୁଲବାଣୀ ଗ୍ରୀଡରୁ ଜି.ଉଦୟଗିରି ଆସୁଥିବା ୩୩ କେଭି ଲାଇନରେ ଗଛ ପଡ଼ି ଯାଇଛି। ଏଥିସହ ଫୁଲବାଣୀରୁ ବିଶିପଡ଼ା ମଧ୍ୟରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବା ସହିତ ଅନେକ ସ୍ଥାନରେ ତାର ଛିଡ଼ିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି ା କାମ ଶେଷ ହେଲେ ସହରକୁ ବିଦ୍ୟୁତ୍‌ ଯୋଗଇ ଦିଆଯିବ ବୋଲି କହିଥିଲେ ା ବିଦ୍ୟୁତ୍‌ ନ ଥିବାରୁ ପାନୀୟ
ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି ା