ଜିଲା ମୁଖ୍ୟ ଚିକିତ୍ସାଳୟରେ ହେବ କୋଭିଡ-୧୯ ହସ୍ପିଟାଲ

ସମ୍ବଲପୁର,୪।୪(ବ୍ୟୁରୋ): ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ କୋଭିଡ-୧୯ ହସ୍ପିଟାଲ ଅସ୍ଥାୟୀ ଭାବେ ଖୋଲିବାକୁ ଜିଲାପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପ୍ରଥମେ ବୁର୍ଲା ଭିସୁଟ, ଶାସନର ସିଲିକନ୍‌ କଲେଜ ଓ ଅନ୍ୟ ଦୁଇଟି ଘରୋଇ କଲେଜ ପରିଦର୍ଶନ କରିଥିଲେ। ହେଲେ ଘରୋଇ କଲେଜରେ ବିଭିନ୍ନ ସମସ୍ୟା ଦେଖାଦେଇଥିବାରୁ ଶେଷରେ ଜିଲା ସଦର ଡାକ୍ତରଖାନା ପରିସରରେ ଥିବା ମାଆ ଓ ଶିଶୁ ସୁରକ୍ଷା କେନ୍ଦ୍ରରେ କରୋନା ହସ୍ପିଟାଲ କରାଯିବାକୁ ସ୍ଥିର କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲାରେ କୋଭିଡ-୧୯ ହସ୍ପିଟାଲ ଖୋଲିବାକୁ ନିର୍ଦ୍ଦେଶ ରହିଥିଲା। ଏହାପୂର୍ବରୁ ସମ୍ବଲପୁର ଜିଲାରେ କୋଭିଡ-୧୯ ହସ୍ପିଟାଲ ଖୋଲିବାକୁ ବିଭିନ୍ନ ସଂଗଠନ ଓ ସ୍ବେଚ୍ଛାସେବୀମାନେ ଦାବି କରି ଆସୁଥିଲେ।