ଜିଲା ମୁଖ୍ୟଚିକିତ୍ସାଳୟରେ ଏମ୍‌ଆର୍‌ଙ୍କୁ ବାରଣ 

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ମୁଖ୍ୟଚିକିତ୍ସାଳୟରେ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌(ଏମ୍‌ଆର୍‌)ଙ୍କୁ ବାରଣ କରିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଜନାୈଷଧି ଜରିଆରେ ରୋଗୀଙ୍କୁ ମାଗଣାରେ ସମସ୍ତ ଔଷଧପତ୍ର ଇତ୍ୟାଦି ଉପଲବ୍ଧ ହେଉଛି। ଜିଲା ସଦର ମହକୁମା ହସ୍ପିଟାଲ ଏବେ ମେଡିକାଲ କଲେଜ ରୂପ ନେବାକୁ ଯାଉଥିବାବେଳେ ସରକାର ମଧ୍ୟ ଏଥିପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଲେଣି। କିନ୍ତୁ ଏଠାରୁ ଦଲାଲଙ୍କୁ ହଟାଇବାରେ ସ୍ବାସ୍ଥ୍ୟ ପ୍ରଶାସନ କ୍ରମାଗତ ଭାବେ ବିଫଳ ହୋଇ ଚାଲିଛି। ଏଠାରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ବରୋଗୀଙ୍କୁ ବିଭ୍ରାନ୍ତ କରି ଘରୋଇ ଡାକ୍ତରଖାନାକୁ ପଠାଇ ସମ୍ପୃକ୍ତ ନର୍ସିଂହୋମରୁ ମୋଟାଅଙ୍କର କମିଶନ ପାଉଛନ୍ତି। ଏପରି କି ଏଥିରେ କିଛି ଅସାଧୁ ଚିକିତ୍ସକ, ନର୍ସ, କର୍ମଚାରୀ ଓ ଆଶାକର୍ମୀ ମଧ୍ୟ ସାମିଲ ହେଉଛନ୍ତି। ରୋଗୀଙ୍କୁ ଶୋଷଣ କରିବା ଏହି ସବୁ ଦଲାଲ ଓ ସେମାନଙ୍କ ସହଯୋଗୀଙ୍କ ମୁଖ୍ୟକାର୍ଯ୍ୟ ହୋଇଛି। ସେହିଭଳି ମେଡିକାଲରେ ସବୁ ରୋଗ ପାଇଁ ମାଗଣା ଔଷଧର ବ୍ୟବସ୍ଥା ରହିଛି। ଏପରିକି ରୋଗୀଙ୍କ ପାଇଁ ଯେଉଁ ଔଷଧ ମେଡିକାଲ ଷ୍ଟୋରରେ ନ ମିଳିବ ବା ସମ୍ପୃକ୍ତ ଚିକିତ୍ସକ ସେଭଳି କିଛି ଔଷଧ ପ୍ରେସ୍‌କ୍ରାଇବ କରିବେ ସେକ୍ଷେତ୍ରରେ ସରକାର ବାହାର ଔଷଧ ଦୋକାନରୁ ସେସବୁକୁ କିଣି ରୋଗୀଙ୍କୁ ଚିକିତ୍ସା ପାଇଁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ସଂପୃକ୍ତ ଦଲାଲ ମାନେ ”ମେଡିକାଲ ଔଷଧ କାମ କରିବନି, ବାହାର ଔଷଧ ଭଲ କାମ ଦେବ“ ଭଳି ମିଛ ଓ ବିଭ୍ରାନ୍ତିମୂଳକ ତଥା ରୋଗୀ ଏବଂ ରୋଗୀର ସହାୟକଙ୍କୁ କହି ବାହାର ଦୋକାନରୁ ଚଢାମୂଲ୍ୟର ଔଷଧ କିଣାଇଥାନ୍ତି। ସେହିଭଳି ସରକାରୀ ଡାକ୍ତରଖାନା ମଧ୍ୟରେ କୌଣସି ଏମ୍‌ଆର୍‌ ପ୍ରବେଶ ଉପରେ କଟକଣା ରହିଥିଲେ ମଧ୍ୟ ଏହାକୁ ପ୍ରଭାବଶାଳୀ ଏମ୍‌ଆର୍‌ ଓ ଔଷଧ ବେପାରୀମାନେ ଖାତିର କରି ନ ଥାନ୍ତି ା ଅଧିକାଂଶ ଏମ୍‌ଆର ଏବଂ ଔଷଧ ବ୍ୟବସାୟୀମାନେ ରାଜନେତାଙ୍କ ପାଖଲୋକ ଓ ଶାସକଦଳର ସମର୍ଥକ ବୋଲି ନିଜକୁ ପ୍ରଦର୍ଶିତ କରିବାକୁ ଆଗେଇ ଆସି ଡାକ୍ତରଙ୍କୁ ଏକରକମ ବ୍ଲାକମେଲ୍‌ ମଧ୍ୟ କରିଥାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଡିକାଲ ଆଉଟଡୋର ଏବଂ ଇନ୍‌ଡୋର ରୋଗୀ ସେବା ପାଇଁ ଯେତେବେଳେ ଡାକ୍ତର ରୋଗୀଙ୍କୁ ଭଲ ମନ୍ଦ ପଚାରି ବୁଝୁଥାନ୍ତି ସେହି ସମୟରେ ଏମ୍‌ଆର ଓ ଔଷଧ ବ୍ୟବସାୟୀ ସେଠାରେ ପହଞ୍ଚତ୍ ଡାକ୍ତରଙ୍କୁ ନିର୍ଦ୍ଦିଷ୍ଟ କମ୍ପାନୀର ଔଷଧ ବ୍ୟବହାର କରିବାକୁ ପ୍ରବର୍ତ୍ତାଇଥାନ୍ତି। ଯାହାଫଳରେ ରେଗୀ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ଜିଲା ସଦର ମହକୁମା ହସ୍ପିଟାଲରେ ଏଭଳି ଅବ୍ୟବସ୍ଥା ସମ୍ପର୍କରେ ଜାଣିବାପରେ ଜିଲାପାଳ ଦାସ ଏମ୍‌ଆର ଓ ଦଲାଲ୍‌ଙ୍କୁ ହସ୍ପିଟାଲ ପରିସର ମଧ୍ୟକୁ ପ୍ରବେଶ କରାଇ ନ ଦେବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏହି ନିର୍ଦ୍ଦେଶକୁ ନ ମାନିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri