ଜିଲା ମୁଖ୍ୟଚିକିତ୍ସାଳୟରେ ଏମ୍‌ଆର୍‌ଙ୍କୁ ବାରଣ 

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ମୁଖ୍ୟଚିକିତ୍ସାଳୟରେ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌(ଏମ୍‌ଆର୍‌)ଙ୍କୁ ବାରଣ କରିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଜନାୈଷଧି ଜରିଆରେ ରୋଗୀଙ୍କୁ ମାଗଣାରେ ସମସ୍ତ ଔଷଧପତ୍ର ଇତ୍ୟାଦି ଉପଲବ୍ଧ ହେଉଛି। ଜିଲା ସଦର ମହକୁମା ହସ୍ପିଟାଲ ଏବେ ମେଡିକାଲ କଲେଜ ରୂପ ନେବାକୁ ଯାଉଥିବାବେଳେ ସରକାର ମଧ୍ୟ ଏଥିପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଲେଣି। କିନ୍ତୁ ଏଠାରୁ ଦଲାଲଙ୍କୁ ହଟାଇବାରେ ସ୍ବାସ୍ଥ୍ୟ ପ୍ରଶାସନ କ୍ରମାଗତ ଭାବେ ବିଫଳ ହୋଇ ଚାଲିଛି। ଏଠାରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ବରୋଗୀଙ୍କୁ ବିଭ୍ରାନ୍ତ କରି ଘରୋଇ ଡାକ୍ତରଖାନାକୁ ପଠାଇ ସମ୍ପୃକ୍ତ ନର୍ସିଂହୋମରୁ ମୋଟାଅଙ୍କର କମିଶନ ପାଉଛନ୍ତି। ଏପରି କି ଏଥିରେ କିଛି ଅସାଧୁ ଚିକିତ୍ସକ, ନର୍ସ, କର୍ମଚାରୀ ଓ ଆଶାକର୍ମୀ ମଧ୍ୟ ସାମିଲ ହେଉଛନ୍ତି। ରୋଗୀଙ୍କୁ ଶୋଷଣ କରିବା ଏହି ସବୁ ଦଲାଲ ଓ ସେମାନଙ୍କ ସହଯୋଗୀଙ୍କ ମୁଖ୍ୟକାର୍ଯ୍ୟ ହୋଇଛି। ସେହିଭଳି ମେଡିକାଲରେ ସବୁ ରୋଗ ପାଇଁ ମାଗଣା ଔଷଧର ବ୍ୟବସ୍ଥା ରହିଛି। ଏପରିକି ରୋଗୀଙ୍କ ପାଇଁ ଯେଉଁ ଔଷଧ ମେଡିକାଲ ଷ୍ଟୋରରେ ନ ମିଳିବ ବା ସମ୍ପୃକ୍ତ ଚିକିତ୍ସକ ସେଭଳି କିଛି ଔଷଧ ପ୍ରେସ୍‌କ୍ରାଇବ କରିବେ ସେକ୍ଷେତ୍ରରେ ସରକାର ବାହାର ଔଷଧ ଦୋକାନରୁ ସେସବୁକୁ କିଣି ରୋଗୀଙ୍କୁ ଚିକିତ୍ସା ପାଇଁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ସଂପୃକ୍ତ ଦଲାଲ ମାନେ ”ମେଡିକାଲ ଔଷଧ କାମ କରିବନି, ବାହାର ଔଷଧ ଭଲ କାମ ଦେବ“ ଭଳି ମିଛ ଓ ବିଭ୍ରାନ୍ତିମୂଳକ ତଥା ରୋଗୀ ଏବଂ ରୋଗୀର ସହାୟକଙ୍କୁ କହି ବାହାର ଦୋକାନରୁ ଚଢାମୂଲ୍ୟର ଔଷଧ କିଣାଇଥାନ୍ତି। ସେହିଭଳି ସରକାରୀ ଡାକ୍ତରଖାନା ମଧ୍ୟରେ କୌଣସି ଏମ୍‌ଆର୍‌ ପ୍ରବେଶ ଉପରେ କଟକଣା ରହିଥିଲେ ମଧ୍ୟ ଏହାକୁ ପ୍ରଭାବଶାଳୀ ଏମ୍‌ଆର୍‌ ଓ ଔଷଧ ବେପାରୀମାନେ ଖାତିର କରି ନ ଥାନ୍ତି ା ଅଧିକାଂଶ ଏମ୍‌ଆର ଏବଂ ଔଷଧ ବ୍ୟବସାୟୀମାନେ ରାଜନେତାଙ୍କ ପାଖଲୋକ ଓ ଶାସକଦଳର ସମର୍ଥକ ବୋଲି ନିଜକୁ ପ୍ରଦର୍ଶିତ କରିବାକୁ ଆଗେଇ ଆସି ଡାକ୍ତରଙ୍କୁ ଏକରକମ ବ୍ଲାକମେଲ୍‌ ମଧ୍ୟ କରିଥାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଡିକାଲ ଆଉଟଡୋର ଏବଂ ଇନ୍‌ଡୋର ରୋଗୀ ସେବା ପାଇଁ ଯେତେବେଳେ ଡାକ୍ତର ରୋଗୀଙ୍କୁ ଭଲ ମନ୍ଦ ପଚାରି ବୁଝୁଥାନ୍ତି ସେହି ସମୟରେ ଏମ୍‌ଆର ଓ ଔଷଧ ବ୍ୟବସାୟୀ ସେଠାରେ ପହଞ୍ଚତ୍ ଡାକ୍ତରଙ୍କୁ ନିର୍ଦ୍ଦିଷ୍ଟ କମ୍ପାନୀର ଔଷଧ ବ୍ୟବହାର କରିବାକୁ ପ୍ରବର୍ତ୍ତାଇଥାନ୍ତି। ଯାହାଫଳରେ ରେଗୀ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ଜିଲା ସଦର ମହକୁମା ହସ୍ପିଟାଲରେ ଏଭଳି ଅବ୍ୟବସ୍ଥା ସମ୍ପର୍କରେ ଜାଣିବାପରେ ଜିଲାପାଳ ଦାସ ଏମ୍‌ଆର ଓ ଦଲାଲ୍‌ଙ୍କୁ ହସ୍ପିଟାଲ ପରିସର ମଧ୍ୟକୁ ପ୍ରବେଶ କରାଇ ନ ଦେବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏହି ନିର୍ଦ୍ଦେଶକୁ ନ ମାନିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri