ଜିଲା ପ୍ରଶାସନର ରଥଯାତ୍ରା ପ୍ରସ୍ତୁତି : ରହିବ ୩୦ ଆମ୍ବୁଲାନ୍ସ, ଖୋଲିବ ୩୧ ଫାଷ୍ଟଏଡ୍‌ ସେଣ୍ଟର

ପୁରୀ ଅଫିସ, ୨୮।୬ : ଆସନ୍ତା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ରଥଯାତ୍ରାଠାରୁ ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀରେ ଯାତ୍ରୀ, ପର୍ଯ୍ୟଟକଙ୍କ ଗହଳି ଲାଗିବ। ଏଥିପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଆଦି ସମ୍ପର୍କରେ ଗୁରୁବାର ଜିଲାପାଳ ଏବଂ ଏସ୍‌ପି ସୂଚନା ଦେଇଛନ୍ତି।
ସର୍କିଟ ହାଉସ୍‌ରେ ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ରାସ୍ତାଘାଟ, ପରିମଳ, ବିଦ୍ୟୁତୀକରଣ ଉପରେ ଗୁରୁତ୍ୱ ଦିଆଯାଇ କାମ କରାଯାଇଛି। ଡ୍ରେନ୍‌ ସଫେଇ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ ଆଉ କେତେକ ଜାଗାରେ କାମ ଚାଲିଛି। ୭,୪୫୦ ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫,୫୦୦ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇସାରିଲାଣି। ରଥଯାତ୍ରା ପୂର୍ବରୁ ସବୁ ଠିକ୍‌ କରିଦିଆଯିବ। ରଥଯାତ୍ରା ସମୟରେ ପ୍ରାୟ ୫୦୦ ଅସ୍ଥାୟୀ ଶୌଚାଳୟ ତିଆରି ହେବ। ୫୦୦ ପରିମଳ କର୍ମଚାରୀ ନିୟୋଜିତ ହେବେ। ୩୨ଟି ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ ହେବ। ଶତାଧିକ ଏନ୍‌ଜିଓ ବିଭିନ୍ନ ପ୍ରକାର ସେବା ଯୋଗାଇଦେବେ। ରଥଯାତ୍ରା ଦିନ ବିଭିନ୍ନ ସ୍ଥାନରେ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ପ୍ରାୟ ୨ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବେ। ୩୧ଫାଷ୍ଟଏଡ ସେଣ୍ଟର ଖୋଲାଯିବ। ୩୦ଟି ଆମ୍ବୁଲାନ୍ସ ମହଜୁଦ ରହିବ। ପର୍ଯ୍ୟାପ୍ତ ଡାକ୍ତର ସ୍ବାସ୍ଥ୍ୟସେବା ପାଇଁ ପ୍ରସ୍ତୁତ ରହିବେ। ହାଲୋଜିନ ଟାବ୍‌ଲେଟ ଏବଂ ଓଆରଏସ୍‌ ପାଉଡର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍‌ ରଖାଯିବ। ୮ଜଣ ଫୁଡ୍‌ ଇନ୍ସପେକ୍ଟର ଖାଦ୍ୟ ପଦାର୍ଥ ଯାଞ୍ଚ କରିବେ। ଆସନ୍ତା ଜୁଲାଇ ୧ତାରିଖରୁ ଫୁଡ ଇନ୍ସପେକ୍ଟରମାନେ ଦାୟିତ୍ୱରେ ନିୟୋଜିତ ହେବେ। ବିଭିନ୍ନ ଜିଲାରୁ ୧୨୫ ଜଣ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିବେ ବୋଲି ଜିଲାପାଳ ସିଂ କହିଥିଲେ।
ଏସ୍‌ପି ଉମାଶଙ୍କର ଦାଶ କହିଥିଲେ, ପୋଲିସ ବ୍ୟବସ୍ଥାକୁ ମନ୍ଦିର ଭିତର, କ୍ରାଉଡ ଏବଂ ଟ୍ରାଫିକ ଏହିଭଳି ୩ ଭାଗରେ ବିଭକ୍ତ କରାଯାଇଛି। ଏହିସବୁ ଦାୟିତ୍ୱ ଜଣେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦିଆଯାଇଛି। ରଥଯାତ୍ରାରେ ମୋଟ ୧୫୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଯଦି ସମସ୍ତଙ୍କୁ ମିଶାଯାଏ ତେବେ ପ୍ରାୟ ୧୦ ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବେ। ସେହିପରି ଟ୍ରାଫିକ ବ୍ୟବସ୍ଥାକୁ ଇନ୍‌ସାଇଡ-୧, ଇନ୍‌ସାଇଡ-୨ ଓ ଆଉଟ୍‌ସାଇଡ୍‌ ୩ ଆଦି ଭାଗରେ ବିଭକ୍ତ କରାଯାଇଛି। ଆନ୍ତଃରାଜ୍ୟ ବସ୍‌ଗୁଡ଼ିକ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ରହିବେ । ଦୈନିକ ପୁରୀକୁ ଚଳାଚଳ କରୁଥିବା ବସ୍‌ଗୁଡ଼ିକ ତାଳବଣିଆ ପର୍ଯ୍ୟନ୍ତ ଆସିବେ । ବାଇକ୍‌ ପାଇଁ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଉଛି। ଆସନ୍ତା ୨୯, ୩୦ ଏବଂ ଜୁଲାଇ ୧ ତାରିଖ ତିନିଦିନ ଧରି ପୋଲିସ ପକ୍ଷରୁ ରିହର୍ସାଲ କରାଯିବ। କେହି ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହା ଉପରେ ଗୁରୁତ୍ୱ ଦିଆଯିବ। ପ୍ରତି ଛକରେ ପୁରୀ ବିଷୟରେ ଧାରଣା ଥିବା ପୋଲିସ କର୍ମଚାରୀ ଏବଂ ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯିବ। ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କୁ ସହଯୋଗ ପାଇଁ କୁହାଯିବ ବୋଲି ଏସ୍‌ପି ଦାଶ କହିଥିଲେ। ଏହି ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂହ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri