ଜିଲା ପରିଷଦ ଅଧ୍ୟକ୍ଷାଙ୍କ ଘରୁ ଚୋରି

ବାରିପଦା ଅଫିସ,୧୮ା୧୦- ମୟୂରଭଞ୍ଜ ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ଘରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ବାରିପଦା ସହର ୱାର୍ଡ ନଂ. ୨୮ ସ୍ଥିତ ତାଙ୍କ ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତମାନେ ସୁନା ଗହଣା ଓ ନଗଦ ଟଙ୍କା ଚୋରି କରିନେଇଛନ୍ତି। ଗୁରୁବାର ସକାଳେ ସେ ଏ ନେଇ ଜାଣିବା ପରେ ଅଧ୍ୟକ୍ଷା ମୁର୍ମୁ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସଙ୍କୁ ଜଣାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଟାଉନ ଥାନା ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ଅଧ୍ୟକ୍ଷା ମୁର୍ମୁଙ୍କ ଘର ନିକଟରେ ଏକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୪ ଜଣ ଶ୍ରମିକଙ୍କୁ ପୋଲିସ ଥାନାକୁ ନେଇ ପଚରା ଉଚରା କରୁଛି। ଏହି ଶ୍ରମିକମାନେ ପଶ୍ଚିମବଙ୍ଗ ରାଜ୍ୟ ମୁର୍ସିିଦାବାଦ ଅଞ୍ଚଳର ବୋଲି ଜଣାପଡିଛି ।