ଜିଲା ଚିଠି: ଗଜପତିରେ ଆରଟିଓ ସେବା ବିପର୍ଯ୍ୟସ୍ତ, ଦୌଡି ଦୌଡି ନିରାଶ ହେଉଛନ୍ତି ଜିଲାବାସୀ

୧୯୯୨ ମସିହା, ଅବିଭକ୍ତ ଗଞ୍ଜାମ ଜିଲାରୁ ପୃଥକ୍‌ ହୋଇ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା ଗଜପତି। ଏହାର ୧୧ ବର୍ଷ ପରେ ଅର୍ଥାତ୍‌ ୨୦୦୩ରେ ଜିଲାର ପାରଳାଖେମୁଣ୍ଡିରେ ଏକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଲିଥିଲା। ଆଶା ଥିଲା ଜନସାଧାରଣଙ୍କ ମୋଟରଯାନ ସମ୍ପର୍କୀତ ସମସ୍ୟାର ସମାଧାନ ହେବ। ହେଲେ ସେହି ବିଶ୍ୱାସ ଭୁଲ ସାବ୍ୟସ୍ତ ହୋଇଛି। ଜିଲାବାସୀ ସେବା ପାଇବା ପାଇଁ ଉକ୍ତ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେଉଛନ୍ତି। ନୂତନ ମୋଟରଯାନ ନିୟମ ଲାଗୁ ହେବା ପରେ ଏବେ ସେହି କାର୍ଯ୍ୟାଳୟରେ ଭିଡ଼ ଜମୁଛି। ହେଲେ ଗାଡ଼ି ଚାଳକଙ୍କ ସୁବିଧା ପାଇଁ କୌଣସି ତପତ୍ରତା ସୃଷ୍ଟି ହେଉନାହିଁ। ନୂତନ ନିୟମ ଅନୁଯାୟୀ ପ୍ରଦୂଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ଅକ୍ଟୋବର ୧ରୁ ଏହି ଯାଞ୍ଚକୁ କଡ଼ାକଡ଼ି କରାଯିବ ବୋଲି ପ୍ରଥମେ ଘୋଷଣା କରାଯାଇଥିଲା। ପରେ ଏହାକୁ କୋହଳ କରାଯାଇଛି। ଅକ୍ଟୋବର ବଦଳରେ ଜାନୁୟାରୀରୁ ଏହା କଡ଼ାକଡ଼ି ହେବ। ନୂତନ ନିୟମ ଅନୁଯାୟୀ ଗାଡ଼ି ଚାଳକଙ୍କୁ ମୋଟାଅଙ୍କରେ ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି। ତେଣୁ ପ୍ରଥମ ଘୋଷଣା ଅନୁସାରେ ହାତରେ ଆଉ ମାତ୍ର ୩ଦିନ ରହିଥିବାରୁ ପ୍ରଦୂଷଣ ପ୍ରମାଣପତ୍ର ଯୋଗାଡ଼ ପାଇଁ ଚାଳକମାନେ ତପତ୍ର ହୋଇପଡ଼ିଛନ୍ତି। ହେଲେ ଗଜପତି ଜିଲାରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପାଇଁ କୌଣସି ବ୍ୟବସ୍ଥା ନାହଁି। ଫଳରେ ଜିଲାର ଗାଡ଼ି ଚାଳକମାନେ ପାରଳାଖେମୁଣ୍ଡି ସହର ସୀମାନ୍ତବର୍ତ୍ତୀ ତଥା ପଡ଼ୋଶୀ ଆନ୍ଧ୍ରର ପୁରୁଣାପାଟଣା ଗ୍ରାମକୁ ଯାଇ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ସଂଗ୍ରହ କରୁଛନ୍ତି। ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କିଛି ବର୍ଷ ତଳେ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ତାହା ବହୁ ଦିନରୁ ବନ୍ଦ ରହିଛି। ସେହିପରି ଗାଡ଼ି ଚାଳକଙ୍କ ନାମ ପଞ୍ଜୀକରଣ ପାଇଁ ବହୁ ଦିନ ଅପେକ୍ଷା କରିବାକୁ ପଡୁଛି। ଏପରି କି ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ସ୍ଥଳ ବି ଉପଯୁକ୍ତ ନୁହେଁ। ଜିଲାର କୋଣ ଅନୁକୋଣ ତଥା ଦୁର୍ଗମ ଅଞ୍ଚଳରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଲୋକେ ନିଜର ଗାଡ଼ି ପଞ୍ଜୀକରଣ ଏବଂ ଲାଇସେନ୍ସ ପାଇଁ ଆର୍‌ଟିଓ ଅଫିସ୍‌କୁ ଦୌଡ଼ୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ସେମାନଙ୍କୁ ଜନସେବା କେନ୍ଦ୍ର ଏବଂ ଅନ୍ୟସ୍ଥାନକୁ ପଠାଇ ଦିଆଯାଉଥିବା ଅଭିଯୋଗ ହେଉଛି। ଏହି ଆରଟିଓ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ଏବଂ ପଲ୍ୟୁସନ୍‌ ସାର୍ଟିଫିକେଟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ନିକଟରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ। ହେଲେ ଏ ଯାବତ ତାହା ହୋଇନାହିଁ। କୁଆଡ଼େ ଗଜପତି ଜିଲା ଆର୍‌ଟିଓଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା ଆବଶ୍ୟକତାଠାରୁ ଯଥେଷ୍ଟ କମ୍‌। ଆର୍‌ଟିଓଙ୍କ ସମେତ ଜଣେ ଏମ୍‌ଭିଆଇ, ଜଣେ ଟ୍ରାଫିକ୍‌ ସବ୍‌-ଇନ୍ସପେକ୍ଟର, ଜଣେ ବରିଷ୍ଠ କିରାଣି, ଜଣେ କନିଷ୍ଠ କିରାଣି ଓ ଜଣେ କନ୍‌ଷ୍ଟେବଳ ସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି। ୩ ସୁରକ୍ଷା କର୍ମୀ, ଜଣେ ସହକାରୀ ପ୍ରୋଗ୍ରାମର୍‌, ଜଣେ ପିଅନ, ଇଣ୍ଟର୍‌ସେପ୍ଟର ଚାଳକ ଓ ଜଣେ ଅପରେଟର୍‌ ଅସ୍ଥାୟୀ ଭାବେ ରହିଛନ୍ତି। ଏଥିଯୋଗୁ ସେବା ପ୍ରଦାନ ପାଇଁ ବିଳମ୍ବ ଘଟୁଥିବା ବିଭାଗୀୟ ଅଧିକାରୀମାନେ କହୁଛନ୍ତି। – ରଶ୍ମିରଞ୍ଜନ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri