ଚନ୍ଦ୍ରଭାଗାରେ ଜଳ କ୍ରୀଡ଼ାର ମଜାନେବେ ପର୍ଯ୍ୟଟକ

ପୁରୀ ଅଫିସ, ୨୯।୯: ଆସୁଛି ପର୍ଯ୍ୟଟନ ଋତୁ। ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପୁରୀ ଜିଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରୁଛି। ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କୁ ୱାର୍ଟର ସ୍ପୋଟର୍‌ସ (ଜଳ କ୍ରୀଡ଼ାର) ମଜା ମିଳିବ। ଏ ନେଇ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଣାର୍କର ଅକେଲା ଆଡ୍‌ଭେଞ୍ଚର ସଂସ୍ଥାର ପଦାଧିକାରୀ ଯୋଗଦେଇ ସରକାରଙ୍କଠାରୁ ପାଇଥିବା ଅନୁମତି ସଂକ୍ରାନ୍ତରେ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ।
ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ସମ୍ପୃକ୍ତ ସଂସ୍ଥା ପ୍ରଥମେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତୀୟ ଅଣ୍ଡରଟେକିଂ ଲେଖିଦେବ। ଏଥିସହ ନିୟମକାନୁନ ମାନିବା ନେଇ ସମ୍ମତି ଜଣାଇବା ପରେ ପ୍ରଶାସନ ଅନୁଧ୍ୟାନ କରି ସଂସ୍ଥାକୁ ଅନୁମତି ଦେବ। ଏହି ସଂସ୍ଥା ସ୍ପିଡ୍‌ ବୋଟ, ଜେଟ୍‌ ସ୍କି, ବାନାନା ବୋଟ ସହିତ ବାଲିରେ ଏଟିଭି (ଅଲ୍‌-ଟେରେନ ଭେଇକ୍ଲି) ଚଳାଇବ ବୋଲି ଜଣାପଡ଼ିିଛି। ଚନ୍ଦ୍ରଭାଗାଠାରୁ ୫୦୦ ମିଟର ପରେ ନୋଳିଆସାହି ପଟକୁ ଏହା ଚଳାଚଳ କରିବ ବୋଲି ସ୍ଥିର ହୋଇଛି। ଅକ୍ଟୋବର ୨ରୁ ଏହା ଚଳାଚଳ କରିବାର ସମ୍ଭାବନା ରହିଛି। ବୈଠକରେ ଜିଲାପାଳ ବଲଓ୍ବନ୍ତ ସିଂଙ୍କ ସମେତ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା, କୋଣାର୍କ ଟୁରିଷ୍ଟ ଅଫିସର ସରୋଜକାନ୍ତ ପ୍ରଧାନ, କୋଣାର୍କ ଏନ୍‌ଏସି ଏକ୍‌ଜିକ୍ୟୁଟିଭ ଅଫିସର ଏବଂ ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri