ଜିଲା ଗସ୍ତ କରିବେ ବରିଷ୍ଠ କୃଷି ଅଧିକାରୀ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ) : ରାଜ୍ୟ ସରକାର ନେଉଥିବା ନିଷ୍ପତ୍ତି ଓ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ଚାଷୀମାନଙ୍କ ନିକଟରେ ପହଞ୍ଚୁଛି କି ନାହିଁ। ଏହାର ଫାଇଦା ସେମାନଙ୍କୁ କେତେ ମିଳୁଛି। ଯୋଜନାଗୁଡ଼ିକ ଠିକ କାର୍ଯ୍ୟକାରୀ ହେଉଛି କି ନାହିଁ। ଏ ସବୁର ତଦାରଖ କରିବେ ବରିଷ୍ଠ କୃଷି ଅଧିକାରୀ। ୧୫ ଜଣ ବରିଷ୍ଠ ଅଧିକାରୀ ରାଜ୍ୟର ୩୦ଟି ଜିଲା ବୁଲିବେ। ପ୍ରତ୍ୟେକ ଅଧିକାରୀ ୨ଟି ଲେଖାଏ ଜିଲା ଗସ୍ତ କରିବେ। ଗସ୍ତ ସମୟରେ ଅଧିକାରୀମାନେ ସିଧାସଳଖ ଚାଷୀମାନଙ୍କୁ ଭେଟିବେ। ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିବେ। କ୍ଷେତ୍ର ପ୍ରଦର୍ଶନ ସମୟରେ ଫସଲର ସ୍ଥିତି ଅନୁଧ୍ୟାନ କରିବେ। ଏଥିପାଇଁ ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ଦେବେ। କୃଷି ବିଭାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ୫ଟି ଆଧାରରେ କାର୍ଯ୍ୟ କରିବ। ଏହି ବରିଷ୍ଠ ଅଧିକାରୀମାନେ ବ୍ଲକ ଓ ଜିଲାସ୍ତରରେ ଏହାର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଧିକାରୀମାନେ ନଭେମ୍ବର ୨ ତାରିଖରେ ଜିଲା ଗସ୍ତ କରି ନଭେମ୍ବର ୧୦ ତାରିଖ ସୁଦ୍ଧା ବିଭାଗୀୟ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବେ।
ଏହି ଅଧିକାରୀମାନେ ଚାଷ ପାଇଁ ବ୍ୟବହୃତ ସାର ଓ କୀଟନାଶକର ଗୁଣବତ୍ତା ଓ ମାନ ନିର୍ଦ୍ଧାରଣ କରିବେ। ଚାଷୀମାନେ ଠିକ୍‌ ସମୟରେ ସାର ଓ କୀଟନାଶକ ପାଉଛନ୍ତି କି ନାହିଁ ତାହାର ତର୍ଜମା କରିବେ। ଫସଲର ରୋଗ ପୋକ ସ୍ଥିତି ଅନୁଧ୍ୟାନ କରିବେ। ମୃତ୍ତିକା କାର୍ଡ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ଅଗ୍ରଗତି, ପ୍ରଧାନମନ୍ତ୍ରୀ କୃଷକ ସିଚାଇ ଯୋଜନା, ମୃତ୍ତିକା ସଂରକ୍ଷଣ ଏବଂ ଏମଜିଏନଆରଇଜିଏସରେ ଚାରାରୋପଣ କାର୍ଯ୍ୟକ୍ରମର ତଦାରଖ କରିବେ। ଏଥିସହିତ କୃଷିସେବା କେନ୍ଦ୍ରଗୁଡିକର ସ୍ଥିତି ଓ ଏହାର ପରିଚାଳନା,‘ଆତ୍ମା’ର କାର୍ଯ୍ୟକାରିତା, ବ୍ଲକ ସ୍ତରରେ ଫାର୍ମ ଇନଫରମେଶନ ଆଡଭାଇଜରି କେନ୍ଦ୍ରର ନିୟମିତ ବୈଠକ, ଆଡପ୍ଟ(ଏଡିଏପିଟି) କାର୍ଯ୍ୟକ୍ରମରେ ତଥ୍ୟଗୁଡିକ ଅପଲୋଡ କରିବା, ଭିଏଡବ୍ଲ୍ୟୁମାନଙ୍କର ଗ୍ରାମ ପଞ୍ଚାୟତରେ ଉପସ୍ଥାପନ, ଜନଜାତି ଅଧ୍ୟୁଷିତ ଜିଲାଗୁଡ଼ିକରେ ଓଡ଼ିଶା ମିଲେଟ ମିଶନର କାର୍ଯ୍ୟର ଅଗ୍ରଗତି, ପରମ୍ପରାଗତ କୃଷି ବିକାଶ ଯୋଜନାରେ ଜୈବିକ ଉପାୟରେ କୃଷି କାର୍ଯ୍ୟ ଆଦି ସମ୍ପର୍କରେ ଅଧିକାରୀମାନେ ତଦାରଖ କରିବେ। ଏଥିସହିତ ଅଧିକାରୀମାନେ ସ୍ବୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦନ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟିବା ସହିତ ଜିଲାସ୍ତରରେ ବୈଠକ କରି ଜିଲାର କୃଷି ପରିସ୍ଥିତି ସମ୍ପର୍କରେ ଆକଳନ କରିବେ।
କୃଷି ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଅତିରିକ୍ତ ଶାସନ ସଚିବ ଦୁଃଖୀଶ୍ୟାମ ପାଇକ କୋରାପୁଟ ଓ ରାୟଗଡା ଜିଲା ଗସ୍ତ କରିବା ବେଳେ ମେରି ଲାକ୍ରା ଅନୁଗୋଳ ଓ ଢେଙ୍କାନାଳ, ଚିତ୍ତରଞ୍ଜନ ପାତ୍ର କନ୍ଧମାଳ ଓ ବଲାଙ୍ଗୀର, ବନାନୀ ମହାନ୍ତି ସୁବର୍ଣ୍ଣପୁର ଓ ବୌଦ୍ଧ, ମନ୍ମଥ କୁମାର ପାଣି କେନ୍ଦୁଝର ଓ ଦେବଗଡ଼, ଚିନ୍ମୟ କବି ଭଦ୍ରକ ଓ ଯାଜପୁର ଜିଲା ଗସ୍ତ କରିବେ। ସେହିପରି ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ମୟୂରଭଞ୍ଜ ଓ ବାଲେଶ୍ୱର, ଓଡ଼ିଶା ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ସୁନ୍ଦରଗଡ ଓ ଝାରସୁଗୁଡା, ଅତିରିକ୍ତ ନିର୍ଦ୍ଦେଶକ ଶିବ ନାରାୟଣ ନନ୍ଦ ଖୋର୍ଦ୍ଧା ଓ ପୁରୀ, ଆପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭେନ୍ଦୁ ଶେଖର ଦେ କଟକ ଓ ନୟାଗଡ ଜିଲା ଗସ୍ତ କରିବେ। ଉପଶାସନ ସଚିବ ପ୍ରାଚୀ ମହାପାତ୍ର କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର, ଯୁଗ୍ମ ଶାସନ ସଚିବ ପଦ୍ମଲୋଚନ ନାୟକ ମାଲକାନଗିରି ଓ ନବରଙ୍ଗପୁର, ଯୁଗ୍ମ ଶାସନ ସଚିବ ଅଶ୍ୱିନୀ କୁମାର ସୁରଜିତ କଳାହାଣ୍ଡି ଓ ନୂଆପଡ଼ା, ଉପଶାସନ ସଚିବ ବିପିନ ବିହାରୀ ପାଣିଗ୍ରାହୀ ଗଞ୍ଜାମ ଓ ଗଜପତି ଏବଂ ଉପଶାସନ ସଚିବ ଗୋବର୍ଦ୍ଧନ ଦେବତା ସମ୍ବଲପୁର ଓ ବରଗଡ଼ ଜିଲା ଗସ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri