ଜିଲାସ୍ତରୀୟ ସ୍ବାଧୀନତା ଦିବସ: ‘ଓଡ଼ିଶା ବିକାଶର ଭୂଖଣ୍ଡ ପାଲଟିଛି’

ଢେଙ୍କାନାଳ ଅଫିସ, ୧୫।୮-ତୁଳନାତ୍ମକ ଦୃଷ୍ଟିକୋଣରୁ ଓଡ଼ିଶା ଏବେ ବିକାଶର ଭୂଖଣ୍ଡ ପାଲଟିଛି। ୨୦୦୦ରେ ୫ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗୃହୀତ ହୋଇଥିଲା। ଚଳିତ ବର୍ଷ ଏହା ୬୫ଲକ୍ଷ ମେଟ୍ରିକ ଟନ୍‌କୁ ଛୁଇଁଛି। ଅର୍ଥାତ୍‌ ଓଡ଼ିଶା ଏବେ ବଳକା ରାଜ୍ୟରେ ପରିଣତ ହୋଇଛି। ଚାଷୀଙ୍କୁ ସମ୍ମାନ ନ ଦେଲେ ସ୍ବାଧୀନତା
ସଂଗ୍ରାମୀଙ୍କ କାହାଣୀ ଅଧୁରା ରହିଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ୭୦ ଲକ୍ଷ ଏସ୍‌ଏଚ୍‌ଜି ମହିଳା ଜୀବନ ଜୀବିକାର ରାହା ଦେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ମହାମନ୍ତ୍ର ବିକାଶ ପର୍ବକୁ ମହାପର୍ବରେ ପରିଣତ କରିଛି। ମହିଳା ଏବଂ ପୁରୁଷ ସମତାଳରେ ଆଗକୁ ବଢ଼ିଲେ ସମାଜ ସମୃଦ୍ଧ ହେବ ବୋଲି କହିଛନ୍ତି କୃଷି, ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ଢେଙ୍କାନାଳ ଷ୍ଟାଡିୟମରେ ଗୁରୁବାର ଆୟୋଜିତ ୭୩ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସାହୁ ଏହା କହିଛନ୍ତି। ଏହି ଅବସରରେ ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।
ସାରା ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଥିବାରୁ ମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମହାତ୍ମା ଗାନ୍ଧୀ ଥିଲେ ଅହିଂସାର ପ୍ରବର୍ତ୍ତକ। ଅହିଂସା ଥିଲା ତାଙ୍କର ପରମ ଧର୍ମ। ଏହାକୁ ପୁଞ୍ଜିକରି ସେ ସମଗ୍ର ବିଶ୍ୱରେ ଜଣେ ଶ୍ରେଷ୍ଠ ମଣିଷ ଭାବେ ବିବେଚିତ ହୋଇଥିଲେ। ଅହିଂସା ଶବ୍ଦକୁ ସମ୍ବିଧାନରେ ସ୍ଥାନିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଏବେକାର ସମୟରେ ଦେଶରେ ଅହିଂସା ଓ ଶାନ୍ତିର ଆବଶ୍ୟକତା ରହିଛି। ଢେଙ୍କାନାଳ ହେଉଛି ବୀର ସଂଗ୍ରାମୀଙ୍କ ମାଟି। ଏହି ମାଟିର ୧୨ବର୍ଷର ବାଳକ ଶହୀଦ ବାଜି ରାଉତ ଦେଶ ପାଇଁ ଆତ୍ମବଳିଦାନ ଦେଇ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ଏହାକୁ ସମସ୍ତେ ହୃଦୟଙ୍ଗମ କରି ଦେଶପ୍ରେମରେ ଉଦ୍‌ବୁଦ୍ଧ ହେବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।
ଚଳିତବର୍ଷ ମିଳିତ ପରେଡ୍‌ରେ ୪୧ଦଳ ଅଂଶଗ୍ରହଣ କରିଥିଲେ। ରିଜର୍ଭ ଇନ୍ସପେକ୍ଟର କବିରଞ୍ଜନ ସେଠୀ ପରେଡ ପରିଚାଳନା କରିଥିଲେ। ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା କାମାକ୍ଷାନଗର ବଡ଼ସୁଅଁାଳ ଗ୍ରାମର ଯବାନ ଅଜିତ କୁମାର ସାହୁଙ୍କୁ ମରୋଣତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶହୀଦଙ୍କ ବଡ଼ଭାଇ ସମ୍ମାନ ଗ୍ରହଣ କରିଥିଲେ। ସେହିପରି ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ ସ୍ମୃତି ସମ୍ମାନରେ କିକ୍‌ବକ୍ସର କୀର୍ତ୍ତିରାଣୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାକୁ ବାଦ୍‌ଦେଲେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି, ଅନୁଷ୍ଠାନ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ପରେଡରେ ଦିଲ୍ଲୀ ପବ୍ଲିକ ସ୍କୁଲର ଜୁନିୟର ଏନ୍‌ସିସି ଦଳକୁ ଶ୍ରେଷ୍ଠ ସମର ଶିକ୍ଷାର୍ଥୀ ଦଳ ଭାବେ ସିଲ୍ଡ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବେସାମରିକ ଦଳ ଭାବେ ଆନନ୍ଦମାର୍ଗ ପବ୍ଲିକ ସ୍କୁଲ (ବାଳିକା), ସେଣ୍ଟ ଜାଭିୟର୍ସ ସ୍କୁଲ (ବାଳକ)କୁ ସିଲ୍ଡ ପ୍ରଦାନ କରାଯାଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ଶ୍ରେଷ୍ଠ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲା।
ସମାରୋହରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଏସ୍‌ପି ଅନୁପମା ଜେମ୍‌ସଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ପରେଡ ଉତ୍ସବ ପରେ ମୁଖ୍ୟଅତିଥି ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳବଣ୍ଟନ କରିଥିଲେ। ପ୍ରାରମ୍ଭରେ ସହରରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri