ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ୭ଦିନ ମଧ୍ୟରେ ଦାଖଲ ହେବ କଣ୍ଟିଜେଣ୍ଟ ପ୍ଲାନ୍‌

ଖୋର୍ଦ୍ଧା ଅଫିସ,୧ା୬: ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ଶୁକ୍ରବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲାପାଳଙ୍କ ସଦ୍‌ଭାବନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂପିନ୍ଦର ସିଂ ପୁନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ। ବାତ୍ୟା ଫନୀରେ ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା ସମେତ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାର ମୁକାବିଲା ନିମନ୍ତେ ସମସ୍ତଙ୍କର ସହଯୋଗ ଓ ସମନ୍ବୟ ନିହାତି ଆବଶ୍ୟକ ବୋଲି ବିଧାୟକମାନେ ମତ ରଖିଥିଲେ। ତେବେ ଦୁର୍ବଳ ନଦୀବନ୍ଧ ଓ କେନାଲ ବନ୍ଧଗୁଡିକର ଯୁଗ୍ମ ତଦନ୍ତ ଜଳସେଚନ ବିଭାଗ ଓ ସ୍ଥାନୀୟ ତହସିଲଦାରମାନେ ଜୁନ ୧୦ ତାରିଖ ସୁଦ୍ଧା କରି ରିପୋର୍ଟ ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଦୁର୍ବଳ ନଦୀବନ୍ଧ ଓ କେନାଲ ବନ୍ଧଗୁଡିକର ମରାମତି କାର୍ଯ୍ୟ ମୌସୁମୀ ଆସିବା ପୂର୍ବରୁ ଶେଷ କରିବାକୁ ଅନୁରୂପ ନିର୍ଦ୍ଦେଶ ରହିଛି। ପୁଣି ନଦୀ, ଜଳ ନିଷ୍କାସନ ନାଳ ଓ କେନାଲଗୁଡିକରୁ ଦଳ ସଫା କରିବାକୁ କୁହାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଓ ଅନ୍ୟ ସହରାଞ୍ଚଳରୁ ଜମି ରହିଥିବା ବର୍ଷାଜଳକୁ ତୁରନ୍ତ ନିଷ୍କାସନ କରିବାକୁ ଡ୍ରେନେଜ ବିଭାଗକୁ ନିର୍ଦ୍ଦେଶ ରହିଛି। ବିଡିଓ, ପୌର ସଂସ୍ଥାର ନିର୍ବାହୀ ଅଧିକାରୀ, ସିଡିଏମ୍‌ଓ, ସିଡିଭିଓ, କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମେତ ଇଞ୍ଜିନିୟରିଂ ବିଭାଗଗୁଡିକ ବାତ୍ୟା ଓ ବନ୍ୟାର ପ୍ରତିକାର ଉଦ୍ଦେଶ୍ୟରେ କଣ୍ଟିଜେଣ୍ଟ ପ୍ଲାନ ୭ ଦିନ ମଧ୍ୟରେ କରିବାକୁ ପରାମର୍ଶ ରହିଛି। ବାତ୍ୟା ଓ ବନ୍ୟା ସମୟରେ ଡଙ୍ଗା ମୁତୟନ କରିବା ନିମନ୍ତେ ଚିଲିକା ଡଙ୍ଗା ମାଲିକମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନମାନଙ୍କୁ ସହଯୋଗ କରିବାକୁ ଆବଶ୍ୟକ ଖାଦ୍ୟ ପଦାର୍ଥ ଗଚ୍ଛିତ କରି ରଖିବାକୁ କୁହାଯାଇଛି। ଆରଡବ୍ଲ୍ୟୁଏସଏସ୍‌, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ ଓ ପ୍ରାଣୀ ବିଭାଗ ମଧ୍ୟ ତତ୍ପର ରହି ଅନୁରୂପ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି। ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ପାଇଁ ବ୍ଲକ, ବିଜ୍ଞାପିତ ଅଞ୍ଚଳ ଓ ପୌରାଞ୍ଚଳକୁ ଗୋଟିଏ ଲେଖାଏ ସର୍କଲରେ ବିଭକ୍ତ କରାଯାଇଛି। ରିଲିଫ୍‌ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ସରକାରୀ ଓ ଅଣ ଆନୁଷ୍ଠାନିକ ସଂସ୍ଥାର କର୍ମକର୍ତ୍ତାମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ରିଲିଫ୍‌ ଦଳ ଗଠନ କରିବାକୁ ନିର୍ଦ୍ଦେଶ ରହିଛି। ବିପର୍ଯ୍ୟୟ ସମୟରେ ବିଦ୍ୟୁତ୍‌ ସରବରାହ ଓ ଟେଲିଫୋନ ସେବାକୁ ଚାଲୁ ରଖିବା ଉଦ୍ଦେଶ୍ୟରେ ପଦକ୍ଷେପ ନେବାକୁ ଅନୁରୂପ ନିର୍ଦ୍ଦେଶ ରହିଛି। ପୁଣି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଉଦ୍ଦେଶ୍ୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଜୁନ ୧ରୁ ନଭେମ୍ବର ପର୍ଯ୍ୟନ୍ତ କାମ କରିବ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଏସ୍‌ପି, ପିଡି ଡିଆରଡିଏ, ଖୋର୍ଦ୍ଧା ଉପଜିଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Iran Israel War: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କୁ ଆଲର୍ଟ, ଦୂତାବାସ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ,୨୮।୨: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଇରାନର ରାଜଧାନୀ ତେହେରାନ ସମେତ ଅନେକ ସ୍ଥାନକୁ…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଏମିତି କହିଲେ ସଂତୃପ୍ତ

ଭୁବନେଶ୍ୱର,୨୮।୨: ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ କୃତଜ୍ଞତା ଜଣାଇଲେ ସଂତୃପ୍ତ ମିଶ୍ର। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଖଙ୍କୁ କୃତଜ୍ଞତା ଜଣାଇବା ସହ ମୋତେ ମିଳିଥିବା…

ଇସ୍ରାଏଲ ପ୍ରତିବର୍ଷ ୧୦ ହଜାର ଭାରତୀୟଙ୍କୁ ଦେବ ଚାକିରି? ମୋଦି-ନେତାନ୍ୟାହୁଙ୍କ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ/ଜେରୁଜେଲମ,୨୮।୨: ଭାରତ ଏବଂ ଇସ୍ରାଏଲ ଗୁରୁବାର (୨୬ ଫେବୃଆରୀ) ରାଜି ହୋଇଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫୦,୦୦୦ ପର୍ଯ୍ୟନ୍ତ ଅଧିକ ଭାରତୀୟ ଶ୍ରମିକ ଇସ୍ରାଏଲକୁ…

ଲାଞ୍ଚ ମାମଲା: ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ୩ବର୍ଷ ଜେଲ

ଭବାନୀପାଟଣା,୨୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ଜଳଛାୟା ପ୍ରକଳ୍ପ -୧ର ପୂର୍ବତନ ପ୍ରକଳ୍ପ କାର୍ଯ୍ୟକାରୀ କର୍ତ୍ତୃପକ୍ଷ ତଥା କନିଷ୍ଠ ମୃତ୍ତିକା ସଂରକ୍ଷଣ ଅଧିକାରୀ ଅମର କୁମାର…

କ୍ଷୀରସିନ୍ଧୁ ସଗରିଆ ସି. ସୁବ୍ରମନ୍ୟମ୍‌ ସମ୍ମାନରେ ସମ୍ମାନିତ

ଖଡ଼ିଆଳ,୨୮ା୨ (ସୁଜିତ କୁମାର ପ୍ରଧାନ): ସୂଚନା କର୍ମୀ ରୂପେ ପରିଚିତ ନୂଆପଡ଼ା ଜିଲା ଖଡିଆଳ ବ୍ଲକ କୁସମାଲ ଗ୍ରାମର କ୍ଷୀରସିନ୍ଧୁ ସଗରିଆ ସି. ସୁବ୍ରମନ୍ୟମ୍‌ ସମ୍ମାନରେ ସମ୍ମାନିତ…

ରାଜ୍ୟ ସଭା ପାଇଁ ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ନବୀନ, ଜାଣନ୍ତୁ କିଏ…

ଭୁବନେଶ୍ୱର,୨୮ା୨: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି।  ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ୨ ପ୍ରାର୍ଥୀଙ୍କ…

ନବଜାତ ଶିଶୁକନ୍ୟାକୁ ବୁଦାମୂଳେ ଫିଙ୍ଗିଦେଲେ, କାନ୍ଦଶୁଣି ଆଶାକର୍ମୀ କଲେ ଏମିତି କାମ…

ମୋରଡ଼ା,୨୮ା୨(ସ୍ମାରକ ମାଜୀ): ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଏକ ନବଜାତ ଶିଶୁକନ୍ୟାକୁ କେହି ବୁଦାମୂଳରେ ଫିଙ୍ଗି ଦେଇଥିବାବେଳେ କାନ୍ଦ ଶୁଣି ଶନିବାର ଉଦ୍ଧାର କରିଛନ୍ତି ଆଶାକର୍ମୀ। ମୟୂରଭଞ୍ଜ…

ହୋଲିରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା! ସତର୍କ ସୂଚନା ଜାରି କଲା ଆଇଏମଡି

ନୂଆଦିଲ୍ଲୀ,୨୮।୨: ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ରାଜ୍ୟରେ ପ୍ରବଳ ଗରମ ହେବାକୁ ଯାଉଛି। ମାର୍ଚ୍ଚ ମାସ ଆରମ୍ଭରୁ ଅନେକ ରାଜ୍ୟର ଲୋକମାନେ ଗରମ ଅନୁଭବ କରିବେ। ଏହି ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri