ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୯୨୩୫୨ ମେଟ୍ରିକ ଟନ୍‌ ସଂଗ୍ରହ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୮।୧୧-ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚଳିତ ମାସ ୨୯ରୁ ଧାନ ସଂଗ୍ରହ ଆରମ୍ଭ ହୋଇ ମାର୍ଚ୍ଚ ୩୧ ଯାଏ ଚାଲିବ। ଧାନ ସଂଗ୍ରହର ୧୫ଦିନ ପୂର୍ବରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ରାଜ୍ୟସ୍ତରରୁ ଟୋକନ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୯୨,୩୫୨ ମେଟ୍ରିକ ଧାନ ଏବଂ ୫୯,୮୪୦ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି କୃଷି ବିଭାଗ ଚଳିତ ବର୍ଷ ୧ଲକ୍ଷ ୪୨ହଜାର ୩୦ ମେଟ୍ରିକ ଟନ୍‌ ବଳକା ଧାନ ସଂଗ୍ରହ କରିବାକୁ ଆକଳନ କରିଛି।
୨୦୧୯-୨୦ ବର୍ଷର ଖରିଫ୍‌ ଧାନ ବିକ୍ରି ଲାଗି ୩୯,୫୦୩ ଚାଷୀ ଅନ୍‌ଲାଇନରେ ପଞ୍ଜୀକୃତ ହୋଇଛନ୍ତ। ଅନ୍‌ଲାଇନରେ ଭି-ପାସ୍‌, ଭି-୨.୦ ଏବଂ ଆଇ.ଆର.ଆଇ.ଏସ୍‌ ସ୍କାନର ମାଧ୍ୟମରେ ଧାନ ସଂଗୃହୀତ ହେବ। ଚଳିତବର୍ଷ କୁଇଣ୍ଟାଲ ପିଛା ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୧୫ ଟଙ୍କା ଏବଂ ଏ-ଗ୍ରେଡ୍‌ ଧାନ ପାଇଁ ୧୮୩୫ ଟଙ୍କା ରଖାଯାଇଛି। ରାଜ୍ୟ ସମବାୟ ବ୍ୟାଙ୍କ ଦ୍ୱାରା ୨୪ରୁ ୪୮ ଘଣ୍ଟା ଭିତରେ ଚାଷୀଙ୍କ ପ୍ରାପ୍ୟ ସିଧାସଳଖ ଆକାଉଣ୍ଟକୁ ଯିବ। ଧାନ କିଣାବିକାକୁ ଶୃଙ୍ଖଳିତ କରିବା ଚାଷୀଙ୍କୁ ତାଲିମ ଦିଆଯିବ। ଧାନର ଏଫ୍‌ଏକ୍ୟୁ ମାନ, ସର୍ବନିମ୍ନ ସହାୟକ ମୂଲ୍ୟ, କ୍ରୟକେନ୍ଦ୍ର ନିରୂପଣ, କ୍ରୟ ତାରିଖ, ପ୍ରତିଦିନ ସର୍ବାଧିକ ଧାନକ୍ରୟର ପରିମାଣ ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ନିର୍ଦ୍ଧାରିତ ହେବ। ଲିଫ୍‌ଲେଟ୍‌, ବ୍ୟାନର, ମାଇକ ପ୍ରଚାର, କର୍ମଶାଳା, ଗଣମାଧ୍ୟମ ଦ୍ୱାରା ସଚେତନତା ସୃଷ୍ଟି କରାଯିବ। ଆଞ୍ଚଳିତ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସମସ୍ତ ଯନ୍ତ୍ରାଂଶ ଯୋଗାଇ ଦିଆଯିବ ା
ଚଳିତ ଖରିଫ୍‌ ଋତୁରେ ୧୪ଜଣ ମିଲର ଏବଂ ସମସ୍ତ ୮୦ ପ୍ୟାକ୍ସ ଧାନକ୍ରୟରେ ଅଂଶଗ୍ରହଣ କରିବେ। ଜିଲାସ୍ତରରେ ଅତିରିକ୍ତ ଜିଲାପାଳ, ଉପଖଣ୍ଡସ୍ତରରେ ଉପଜିଲାପାଳ,