ଜିଲାସ୍ତରୀୟ କଳା ଉତ୍ସବ ପ୍ରତିଯୋଗିତା; ଗୋଡ଼ରେ ଚିତ୍ର ଆଙ୍କି ବିରଞ୍ଚି ପ୍ରଥମ

ବ୍ରହ୍ମପୁର ଅଫିସ୍‌,୭ା୧୧-ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟରେ ବୁଧବାର ଗଞ୍ଜାମ ଜିଲାସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚିତ୍ରାଙ୍କନରେ ଛଣମେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବିରଞ୍ଚି ବାଡ଼ତ୍ୟା ପ୍ରଥମ ଏବଂ ବେଗୁନିଆପଡ଼ା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ମିତାରାଣୀ ମହାପାତ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି କଣ୍ଠସଂଗୀତ ଖଲ୍ଲିିକୋଟ ଓଏଭିର ଶୁଭସ୍ମିତା ସାହୁ ପ୍ରଥମ ଏବଂ ପାକିଡ଼ିଡିଲ୍‌ ଓଏଭିର ଶ୍ରୀମନ୍ତ ସେଠୀ ଦ୍ୱିତୀୟ ସ୍ଥାନ ରହିଥିଲେ। ସେହିଭଳି ବାଦ୍ୟଯନ୍ତ୍ରରେ ଭି.ଭି.ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ଶୁଭସ୍ମିତା ପାଢୀ ପ୍ରଥମ ଏବଂ ଦିଗପହଣ୍ଡି ବି.କେ. ହାଇସ୍କୁଲର ଜିତେନ ମହାପାତ୍ର ଦ୍ୱିତୀୟ ହୋଇଛନ୍ତି। ସେହିଭଳି ନୃତ୍ୟରେ କବିସୂର୍ଯ୍ୟନଗର ଏଓଭିର ଯଶସ୍ବିନୀ ମିଶ୍ର ଏବଂ ଭାଟକୁମରଡ଼ା ଏଓଭିର ସୁବ୍ରତ କୁମାର ଗୌଡ଼ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗୀଙ୍କ ମଧ୍ୟରୁ ବିରଞ୍ଚିଙ୍କ ପ୍ରତିଭା ସମସ୍ତଙ୍କୁ ଚକିତ କରିଥିଲା। ନବମ ଶ୍ରେଣୀ ଛାତ୍ର ବିରଞ୍ଚି ଜନ୍ମରୁ ଭିନ୍ନକ୍ଷମ। ତାଙ୍କ ଉଭୟ ହାତ କାମ କରୁନି। ପିଲାଟି ଦିନରୁ ସେ ଗୋଡ଼ରେ ଖାଇବାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ନିତ୍ୟକର୍ମ କରନ୍ତି। ପାଠପଢ଼ା ଏବଂ ଲେଖା ମଧ୍ୟ ଗୋଡ଼ରେ ହିଁ ହୁଏ। ହେଲେ ପିଲା ଦିନରୁ ଚିତ୍ରାଙ୍କନ ପ୍ରତି ତାଙ୍କର ଦୁର୍ବଳତା ଥିଲା। ପରିବାର ବର୍ଗ ମଧ୍ୟ ତାଙ୍କୁ ଉତ୍ସାହିତ ଏବଂ ପ୍ରୋତ୍ସାହନ ଦେଇଥିଲେ। ଏଣୁ ବିରଞ୍ଚି ଗୋଡ଼ରେ ଚିତ୍ରଆଙ୍କିବା ଆରମ୍ଭ କରିଥିଲେ। ‘ସୁରଭି’ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକସ୍ତରୀୟ, ଏପରିକି ଜିଲାସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେ ସଫଳ ହୋଇଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତାରେ ଏକମାତ୍ର ଭିନ୍ନକ୍ଷମ ଥିଲେ ବିରଞ୍ଚି। ସମସ୍ତ ସକ୍ଷମଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏବେ ଜୋନାଲ୍‌ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।
ତାଙ୍କ କଠିନ ପରିଶ୍ରମକୁ ସବୁଆଡ଼ୁ ପ୍ରଶଂସା କରାଯାଉଛି।
ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ପ୍ରଭାତୀ ମହାପାତ୍ର ଉଦ୍‌ଘାଟନ କରିଥିଲେ। ଲୋକକଳାକୁ ଲୋକାଭିମୁଖୀ କରାଇବାକୁ ଏହି ଉତ୍ସବର ପ୍ରୟାସ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଡୁରା ନ୍ୟାଶନାଲ୍‌ ହାଇସ୍କୁଲ ପ୍ରଧାନ ଶିକ୍ଷକ ରାମକୃଷ୍ଣ ରାଓ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବିଜ୍ଞାନ ନିରୀକ୍ଷକ ପ୍ରନ୍ନଗ ଭୂଷଣ ମାଝି ସ୍ବାଗତ ତଥା ଅତିଥ ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା କୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ଛାତ୍ରୀଛାତ୍ର ଦୁଇଜଣ ଲେଖାଏ ଆସନ୍ତା ୧୧ତାରିଖରେ ଖୋର୍ଦ୍ଧାରେ ଜୋନାଲ୍‌ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରସନ୍ନ କୁମାର ପାଢୀ, ସୀମାନ୍ତିନି ମିଶ୍ର, ଦେବଶ୍ରୀ ଦାସ, ପି.ଦଣ୍ଡାସୀ, ସ୍ମିତା ସୁରଦର୍ଶିନୀ, ସୁଶୀଲ କୁମାର ତ୍ରିପାଠୀ, ଜୟନ୍ତ ଆଚାର୍ଯ୍ୟ, ସିପ୍ରାରାଣୀ ଜେନା, ଗୀତାଞ୍ଜଳି ପାଣି, ସରସି ଦାସ ଏବଂ ସନ୍ତୋଷ କୁମାର ରାଉତରାୟ ବିଚାରକ ଭାବେ ଯୋଗ ଦେଇଥିଲେ।
ପ୍ରମୋଦ ପଣ୍ଡା, କେଦାରନାଥ ଚୌଧୁରୀ, କେ.ଶରତ କୁମାର, କିଶୋର କୁମାର ଏବଂ ସୁଧାଂଶୁ ଶେଖର ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଲୋଇସିଂହାର ଭବ୍ୟ ସାଗତ ସମ୍ବର୍ଦ୍ଧନା

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri