ଜିଲାସ୍ତରୀୟ କଳା ଉତ୍ସବ ପ୍ରତିଯୋଗିତା; ଗୋଡ଼ରେ ଚିତ୍ର ଆଙ୍କି ବିରଞ୍ଚି ପ୍ରଥମ

ବ୍ରହ୍ମପୁର ଅଫିସ୍‌,୭ା୧୧-ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟରେ ବୁଧବାର ଗଞ୍ଜାମ ଜିଲାସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚିତ୍ରାଙ୍କନରେ ଛଣମେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବିରଞ୍ଚି ବାଡ଼ତ୍ୟା ପ୍ରଥମ ଏବଂ ବେଗୁନିଆପଡ଼ା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ମିତାରାଣୀ ମହାପାତ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି କଣ୍ଠସଂଗୀତ ଖଲ୍ଲିିକୋଟ ଓଏଭିର ଶୁଭସ୍ମିତା ସାହୁ ପ୍ରଥମ ଏବଂ ପାକିଡ଼ିଡିଲ୍‌ ଓଏଭିର ଶ୍ରୀମନ୍ତ ସେଠୀ ଦ୍ୱିତୀୟ ସ୍ଥାନ ରହିଥିଲେ। ସେହିଭଳି ବାଦ୍ୟଯନ୍ତ୍ରରେ ଭି.ଭି.ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ଶୁଭସ୍ମିତା ପାଢୀ ପ୍ରଥମ ଏବଂ ଦିଗପହଣ୍ଡି ବି.କେ. ହାଇସ୍କୁଲର ଜିତେନ ମହାପାତ୍ର ଦ୍ୱିତୀୟ ହୋଇଛନ୍ତି। ସେହିଭଳି ନୃତ୍ୟରେ କବିସୂର୍ଯ୍ୟନଗର ଏଓଭିର ଯଶସ୍ବିନୀ ମିଶ୍ର ଏବଂ ଭାଟକୁମରଡ଼ା ଏଓଭିର ସୁବ୍ରତ କୁମାର ଗୌଡ଼ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗୀଙ୍କ ମଧ୍ୟରୁ ବିରଞ୍ଚିଙ୍କ ପ୍ରତିଭା ସମସ୍ତଙ୍କୁ ଚକିତ କରିଥିଲା। ନବମ ଶ୍ରେଣୀ ଛାତ୍ର ବିରଞ୍ଚି ଜନ୍ମରୁ ଭିନ୍ନକ୍ଷମ। ତାଙ୍କ ଉଭୟ ହାତ କାମ କରୁନି। ପିଲାଟି ଦିନରୁ ସେ ଗୋଡ଼ରେ ଖାଇବାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ନିତ୍ୟକର୍ମ କରନ୍ତି। ପାଠପଢ଼ା ଏବଂ ଲେଖା ମଧ୍ୟ ଗୋଡ଼ରେ ହିଁ ହୁଏ। ହେଲେ ପିଲା ଦିନରୁ ଚିତ୍ରାଙ୍କନ ପ୍ରତି ତାଙ୍କର ଦୁର୍ବଳତା ଥିଲା। ପରିବାର ବର୍ଗ ମଧ୍ୟ ତାଙ୍କୁ ଉତ୍ସାହିତ ଏବଂ ପ୍ରୋତ୍ସାହନ ଦେଇଥିଲେ। ଏଣୁ ବିରଞ୍ଚି ଗୋଡ଼ରେ ଚିତ୍ରଆଙ୍କିବା ଆରମ୍ଭ କରିଥିଲେ। ‘ସୁରଭି’ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକସ୍ତରୀୟ, ଏପରିକି ଜିଲାସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେ ସଫଳ ହୋଇଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତାରେ ଏକମାତ୍ର ଭିନ୍ନକ୍ଷମ ଥିଲେ ବିରଞ୍ଚି। ସମସ୍ତ ସକ୍ଷମଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏବେ ଜୋନାଲ୍‌ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।
ତାଙ୍କ କଠିନ ପରିଶ୍ରମକୁ ସବୁଆଡ଼ୁ ପ୍ରଶଂସା କରାଯାଉଛି।
ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ପ୍ରଭାତୀ ମହାପାତ୍ର ଉଦ୍‌ଘାଟନ କରିଥିଲେ। ଲୋକକଳାକୁ ଲୋକାଭିମୁଖୀ କରାଇବାକୁ ଏହି ଉତ୍ସବର ପ୍ରୟାସ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଡୁରା ନ୍ୟାଶନାଲ୍‌ ହାଇସ୍କୁଲ ପ୍ରଧାନ ଶିକ୍ଷକ ରାମକୃଷ୍ଣ ରାଓ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବିଜ୍ଞାନ ନିରୀକ୍ଷକ ପ୍ରନ୍ନଗ ଭୂଷଣ ମାଝି ସ୍ବାଗତ ତଥା ଅତିଥ ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା କୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ଛାତ୍ରୀଛାତ୍ର ଦୁଇଜଣ ଲେଖାଏ ଆସନ୍ତା ୧୧ତାରିଖରେ ଖୋର୍ଦ୍ଧାରେ ଜୋନାଲ୍‌ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରସନ୍ନ କୁମାର ପାଢୀ, ସୀମାନ୍ତିନି ମିଶ୍ର, ଦେବଶ୍ରୀ ଦାସ, ପି.ଦଣ୍ଡାସୀ, ସ୍ମିତା ସୁରଦର୍ଶିନୀ, ସୁଶୀଲ କୁମାର ତ୍ରିପାଠୀ, ଜୟନ୍ତ ଆଚାର୍ଯ୍ୟ, ସିପ୍ରାରାଣୀ ଜେନା, ଗୀତାଞ୍ଜଳି ପାଣି, ସରସି ଦାସ ଏବଂ ସନ୍ତୋଷ କୁମାର ରାଉତରାୟ ବିଚାରକ ଭାବେ ଯୋଗ ଦେଇଥିଲେ।
ପ୍ରମୋଦ ପଣ୍ଡା, କେଦାରନାଥ ଚୌଧୁରୀ, କେ.ଶରତ କୁମାର, କିଶୋର କୁମାର ଏବଂ ସୁଧାଂଶୁ ଶେଖର ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri