ସର୍ଭିସ ସେକ୍ଟରରେ ମନ୍ଥର ଅବସ୍ଥା ଜାରି

ନୂଆଦିଲ୍ଲୀ,୬-୧୧: ଲଗାତାର ଦ୍ୱିତୀୟ ମାସ ଲାଗି ଦେଶର ସର୍ଭିସ ସେକ୍ଟରରେ ମନ୍ଥର ଅବସ୍ଥା ଲାଗି ରହିଛି। ଏହି ସମୟରେ ଦେଶର ସେବା କ୍ଷେତ୍ର କାର୍ଯ୍ୟକଳାପ ହ୍ରାସ ହୋଇ ୪୯.୨% ସ୍ତରରେ ରହିଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ଏଭଳି ଲଗାତାର ଭାବେ ଦୁଇଟି ତ୍ରୈମାସ ଧରି ସର୍ଭିସ କ୍ଷେତ୍ର କାର୍ଯ୍ୟକଳାପ ହ୍ରାସ ହୋଇଥିଲା। ଏଭଳି କାରଣ ଯୋଗୁ କମ୍ପାନୀଗୁଡିକର ବାଣିଜି୍ୟକ ଆତ୍ମବିଶ୍ୱାସ ନିମ୍ନ ସ୍ତରରେ ରହିଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି। ଆଇଏଚ୍‌ଏସ୍‌ ମାର୍କିଟ ସର୍ଭିସେସ୍‌ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ୪୯.୨%କୁ ବଢିଛି। ଏହା ସେପ୍ଟେମ୍ବରରେ ୪୮.୭% ରହିଥିଲା। ଉକ୍ତ ବର୍ଗରେ ୫୦%କୁ ସୀମା ଭାବେ ଧରା ଯାଉଛି। ହେଲେ ପରଫରମାନ୍ସ ଲଗାତର ଭାବେ ୫୦% ଠାରୁ ନିମ୍ନରେ ରହିଛି। ଏହା ସ୍ପଷ୍ଟ ଭାବେ ସୂଚାଉଛି ଯେ, ସେବା କ୍ଷେତ୍ରରେ କାର୍ଯ୍ୟକଳାପ ଧାରା ନିମ୍ନଗାମୀ ସ୍ତରରେ ରହିଛି।
ପାର୍ବଣ ଚାହିଦା ଯୋଗୁ ଅକ୍ଟୋବରରେ କିଛିଟା ଉନ୍ନତି ହେବ ବୋଲି ଆଶା କରାଯାଉଥିଲା। ଯାହା ୧୪ ବର୍ଷର ସବୁଠାରୁ ନିମ୍ନସ୍ତର ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଅର୍ଥବ୍ୟବସ୍ଥାରେ ବର୍ତ୍ତମାନ ବିଭିନ୍ନ ଚ୍ୟାଲେଞ୍ଜ ରହିଥିବାରୁ ଏହାକୁ ନେଇ ବଜାର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ବାଣିଜ୍ୟ କାର୍ଯ୍ୟକଳାପ, ଚାହିଦା ହ୍ରାସ ହେବା ଯୋଗୁ ସେବା କ୍ଷେତ୍ର ପରଫରମାନ୍ସ ନିମ୍ନଗାମୀ ହେଉଥିବା ଏକ ଚିନ୍ତାଜନକ ବିଷୟ ବୋଲି ଆଇଏଚ୍‌ଏସ୍‌ ମାର୍କିଟର ପ୍ରମୁଖ ଅର୍ଥନୀତିଜ୍ଞ ପଲିମା ଡେ.ଲୀନା କହିଛନ୍ତି। ସେବା କ୍ଷେତ୍ରରେ ୨୬ ମାସ ଧରି ନିଯୁକ୍ତି ବଢିଥିଲେ ମଧ୍ୟ ଏଥିରେ ମାନ୍ଦାବସ୍ଥାର ପ୍ରଭାବ ଦେଖାଯାଇଛି। ମାତ୍ର କିଛି କମ୍ପାନୀ ଅତିରିକ୍ତ କର୍ମଚାରୀ ରଖିବାକୁ ମନ ବଳାଉଛନ୍ତି। ଏହାବାଦ ଅକ୍ଟୋବରରେ ମାନୁଫାକଚରିଂ କାର୍ଯ୍ୟକଳାପ ଅକ୍ଟୋବରରେ ୨ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ଅନ୍ୟ ଏକ ସର୍ଭେରେ ପ୍ରକାଶ ପାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଚଳିତ ବର୍ଷ ଅକ୍ଟୋବରରେ ଦେଶର ଘରୋଇ କ୍ଷେତ୍ର କାର୍ଯ୍ୟକଳାପ ହ୍ରାସ ଘଟିଛି। ଶିଳ୍ପ ସଂସ୍ଥାଗୁଡିକରୁ ଉତ୍ପାଦନ ମଧ୍ୟ କମିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri