ସର୍ଭିସ ସେକ୍ଟରରେ ମନ୍ଥର ଅବସ୍ଥା ଜାରି

ନୂଆଦିଲ୍ଲୀ,୬-୧୧: ଲଗାତାର ଦ୍ୱିତୀୟ ମାସ ଲାଗି ଦେଶର ସର୍ଭିସ ସେକ୍ଟରରେ ମନ୍ଥର ଅବସ୍ଥା ଲାଗି ରହିଛି। ଏହି ସମୟରେ ଦେଶର ସେବା କ୍ଷେତ୍ର କାର୍ଯ୍ୟକଳାପ ହ୍ରାସ ହୋଇ ୪୯.୨% ସ୍ତରରେ ରହିଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ଏଭଳି ଲଗାତାର ଭାବେ ଦୁଇଟି ତ୍ରୈମାସ ଧରି ସର୍ଭିସ କ୍ଷେତ୍ର କାର୍ଯ୍ୟକଳାପ ହ୍ରାସ ହୋଇଥିଲା। ଏଭଳି କାରଣ ଯୋଗୁ କମ୍ପାନୀଗୁଡିକର ବାଣିଜି୍ୟକ ଆତ୍ମବିଶ୍ୱାସ ନିମ୍ନ ସ୍ତରରେ ରହିଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି। ଆଇଏଚ୍‌ଏସ୍‌ ମାର୍କିଟ ସର୍ଭିସେସ୍‌ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ୪୯.୨%କୁ ବଢିଛି। ଏହା ସେପ୍ଟେମ୍ବରରେ ୪୮.୭% ରହିଥିଲା। ଉକ୍ତ ବର୍ଗରେ ୫୦%କୁ ସୀମା ଭାବେ ଧରା ଯାଉଛି। ହେଲେ ପରଫରମାନ୍ସ ଲଗାତର ଭାବେ ୫୦% ଠାରୁ ନିମ୍ନରେ ରହିଛି। ଏହା ସ୍ପଷ୍ଟ ଭାବେ ସୂଚାଉଛି ଯେ, ସେବା କ୍ଷେତ୍ରରେ କାର୍ଯ୍ୟକଳାପ ଧାରା ନିମ୍ନଗାମୀ ସ୍ତରରେ ରହିଛି।
ପାର୍ବଣ ଚାହିଦା ଯୋଗୁ ଅକ୍ଟୋବରରେ କିଛିଟା ଉନ୍ନତି ହେବ ବୋଲି ଆଶା କରାଯାଉଥିଲା। ଯାହା ୧୪ ବର୍ଷର ସବୁଠାରୁ ନିମ୍ନସ୍ତର ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଅର୍ଥବ୍ୟବସ୍ଥାରେ ବର୍ତ୍ତମାନ ବିଭିନ୍ନ ଚ୍ୟାଲେଞ୍ଜ ରହିଥିବାରୁ ଏହାକୁ ନେଇ ବଜାର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ବାଣିଜ୍ୟ କାର୍ଯ୍ୟକଳାପ, ଚାହିଦା ହ୍ରାସ ହେବା ଯୋଗୁ ସେବା କ୍ଷେତ୍ର ପରଫରମାନ୍ସ ନିମ୍ନଗାମୀ ହେଉଥିବା ଏକ ଚିନ୍ତାଜନକ ବିଷୟ ବୋଲି ଆଇଏଚ୍‌ଏସ୍‌ ମାର୍କିଟର ପ୍ରମୁଖ ଅର୍ଥନୀତିଜ୍ଞ ପଲିମା ଡେ.ଲୀନା କହିଛନ୍ତି। ସେବା କ୍ଷେତ୍ରରେ ୨୬ ମାସ ଧରି ନିଯୁକ୍ତି ବଢିଥିଲେ ମଧ୍ୟ ଏଥିରେ ମାନ୍ଦାବସ୍ଥାର ପ୍ରଭାବ ଦେଖାଯାଇଛି। ମାତ୍ର କିଛି କମ୍ପାନୀ ଅତିରିକ୍ତ କର୍ମଚାରୀ ରଖିବାକୁ ମନ ବଳାଉଛନ୍ତି। ଏହାବାଦ ଅକ୍ଟୋବରରେ ମାନୁଫାକଚରିଂ କାର୍ଯ୍ୟକଳାପ ଅକ୍ଟୋବରରେ ୨ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ଅନ୍ୟ ଏକ ସର୍ଭେରେ ପ୍ରକାଶ ପାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଚଳିତ ବର୍ଷ ଅକ୍ଟୋବରରେ ଦେଶର ଘରୋଇ କ୍ଷେତ୍ର କାର୍ଯ୍ୟକଳାପ ହ୍ରାସ ଘଟିଛି। ଶିଳ୍ପ ସଂସ୍ଥାଗୁଡିକରୁ ଉତ୍ପାଦନ ମଧ୍ୟ କମିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣରେ ଚାନ୍ଦି ଭଣ୍ଡାରର ‘ଅରଣ୍ୟ’ ସମ୍ଭାର

ଭୁବନେଶ୍ୱର,୬ା୧୦(ସନ୍ତୋଷ ବେହେରା): ଚାନ୍ଦିଭଣ୍ଡାର ପକ୍ଷରୁ ଚଳିତ ପାର୍ବଣରେ ଗ୍ରାହକମାନଙ୍କ ଲାଗି ଅକ୍ସିଡାଇଜ୍‌ଡ୍‌ ରୁପା ଗହଣା ସମ୍ଭାର ‘ଅରଣ୍ୟ’ ଉପଲବ୍ଧ କରାଯାଇଛି। ନବରାତ୍ରି ଏବଂ ଦୁର୍ଗାପୂଜା ଅବସରରେ ଏହି…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?