Categories: ଗଞ୍ଜାମ

ଜିଲାସ୍ତରୀୟ ଆଥଲେଟିକ୍‌ ମିଟ୍‌ ଉଦ୍‌ଯାପିତ

ଛତ୍ରପୁର,୨୬ା୧୨(ଡି.ଏନ.ଏ)- ଗଞ୍ଜାମ ଓ ଛତ୍ରପୁର ଆଥଲେଟିକ୍‌ ଆସୋସିଏଶନ ପକ୍ଷରୁ ଛତ୍ରପୁର ଷ୍ଟାଡିୟମରେ ୨ ଦିନ ଧରି ଚାଲିଥିବା ଜିଲା ଆଥଲେଟିକ୍‌ ମିଟ୍‌ ବୁଧବାର ଉଦଯାପିତ ହୋଇଯାଇଛି ା ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ, ଜିଲା ଆଥଲେଟିକ୍‌ ଆସୋସିଏଶନର ସଭାପତି ଏନ. ସି. ପାଢୀ, ଛତ୍ରପୁର ଆଥଲେଟିକ୍‌ ଆସୋସିଏଶନ ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଜିଲା କ୍ରୀଡା ଅଧିକାରୀ ପ୍ରଶାନ୍ତ ସାହୁ , ସୁଧୀର ପଟ୍ଟନାୟକ ପ୍ରମୁଖ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ା ୫୦୦୦ ମିଟର ଦୌଡ ପୁରୁଷ ବର୍ଗରେ ବି. ବିଶ୍ୱନାଥ, ୩୦୦୦ ମିଟର ୱାକିଂ (ଅଣ୍ଡର-୧୮) ରେ ସତ୍ୟଜିତ୍‌ ପ୍ରଧାନ, ୩୦୦୦ ମିଟର ଦୌଡରେ ସାଇକିରଣ ସାହୁ, ଲଙ୍ଗ ଜମ୍ପରେ ରାହୁଲ ଦାସ, ଡିସକସ୍‌ରେ ଅଂଶୁମାନ ମହାପାତ୍ର, ଟ୍ରିପଲ୍‌ ଜମ୍ପରେ ଅନିଲ କୁମାର ପାତ୍ର, ଲଙ୍ଗ ଜମ୍ପ ମହିଳା ବର୍ଗରେ ଶୈଳେନ୍ଦ୍ରୀ ବେହେରା, ଡିସକସ୍‌ ଥ୍ରୋରେ ଅଙ୍କିତା ପଟ୍ଟନାୟକ, ୬୦୦ ମିଟର ଦୌଡରେ ଆଦିତ୍ୟ ସାମନ୍ତରାୟ, ୬୦୦ ମିଟର ଦୌଡ ବାଳିକା ବର୍ଗରେ ଅକ୍ଷରା ପ୍ରଧାନ ପ୍ରଥମ ହୋଇ
ପୁରସ୍କୃତ ହୋଇଥିଲେ ା