ଜିଲାରେ ବେଆଇନ ଗୋଚାଲାଣ ବନ୍ଦ ଦାବି: ଏସ୍‌ପିଙ୍କୁ ସାକ୍ଷାତ କଲେ ଏମ୍‌ପି, ବିଧାୟକ

ବାରିପଦା ଅଫିସ,୧୪ା୧୦- ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ସୀମାବର୍ତ୍ତୀ ଜିଲା ହେଉଛି ମୟୂରଭଞ୍ଜ। ଏଠାରେ ପ୍ରତିଦିନ ବେଆଇନ ଭାବେ ଗୋଚାଲାଣ କରାଯାଉଛି। ଏହି ଘଟଣାରେ ଜିଲା ପୋଲିସ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନ ଥିବାରୁ କ୍ଷୋଭ ପ୍ରକାଶ କରି ମୟୂରଭଞ୍ଜ ଏମ୍‌ପି ଇଂ. ବିଶେଶ୍ୱର ଟୁଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ବେଆଇନ ଗୋଚାଲାଣ ଉପରେ ରୋକ୍‌ ଲଗାଇବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ଉଦଳା ବିଧାୟକ ଭାସ୍କର ମଢ଼େଇ, ବାରିପଦା ବିଧାୟକ ପ୍ରକାଶ ଚନ୍ଦ୍ର ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡା.ବୁଢ଼ାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶୀପୁର ବିଧାୟକ ଗଣେଶରାମ ଖୁଣ୍ଟିଆ, ଭାଜପା ଜିଲା ମୁଖପାତ୍ର କବି ବିଷ୍ଣୁ ଶତପଥୀ ପ୍ରମୁଖ ସାମିଲ ଥିଲେ।