ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: ବାଲିପୁଟ ପଞ୍ଚାୟତ ୩୬ ଘଣ୍ଟା ଶଟ୍‌ଡାଉନ

ପୁରୀ ଅଫିସ,୧୮ା୫: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଜିଲାପାଳ କ୍ଷମତାକୁ ପୁରୀ ଜିଲାର ପ୍ରଥମ ସରପଞ୍ଚ ଭାବେ ସଦର ବ୍ଲକ ବାଲିପୁଟର ମଧୁଛନ୍ଦା ଫାରାକ୍‌ ପ୍ରୟୋଗ କରିଛନ୍ତି। ବାଲିପୁଟ ପଞ୍ଚାୟତକୁ କରୋନାମୁକ୍ତ ରଖିବା ଲାଗି ସେ ରବିବାର ପଞ୍ଚାୟତକୁ ଶଟ୍‌ଡାଉନ୍‌ କରିଥିବା ବେଳେ ୬ଟି ୱାର୍ଡ(ବାଲିପୁଟ, ବେତାଳ, ପୋଡ଼ପଡ଼ା, କଣ୍ଟାପଡ଼ା, ବିଲିବେହେରା ସାହି, ପୋଡାପଲ୍ଲୀ)କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ସୋମବାର ସକାଳ ୬ଟାରୁ ଏହା ୩୬ ଘଣ୍ଟା ଅର୍ଥାତ୍‌ ୧୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସରପଞ୍ଚ ଫାରାକ୍‌ କହିଛନ୍ତି।
ଫାରାକ୍‌ଙ୍କ ସୂଚନା ମୁତାବକ, ବାଲିପୁଟ ପଞ୍ଚାୟତ, ସତ୍ୟବାଦୀ ବ୍ଲକର ମହୁରା ପଞ୍ଚାୟତ ଏବଂ ଗୋପ ବ୍ଲକର ଡଭାର ପଞ୍ଚାୟତ ସୀମାନ୍ତରେ ଅବସ୍ଥିତ। ମହୁରା ଓ ଡଭାର ପଞ୍ଚାୟତରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ବାଲିପୁଟ ପଞ୍ଚାୟତର ପିଏନ୍‌ବି ବ୍ୟାଙ୍କ, ପୁରୀ ସଦର ବ୍ଲକର ଶାସ୍ତ୍ରୀ ସ୍ମୃତି ମହାବିଦ୍ୟାଳୟ ଏବଂ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଥିବାରୁ କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବକୁ ଏଡାଇବା ପାଇଁ ବାଲିପୁଟ ପଞ୍ଚାୟତକୁ ୩୬ ଘଣ୍ଟା ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ସରପଞ୍ଚ ସାମାଜିକ ଦୂରତ୍ୱ ରକ୍ଷା କରି ଗ୍ରାମସଭା ଆୟୋଜନ କରି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ନିଷ୍ପତ୍ତିର ଆବଶ୍ୟକ ପରିବର୍ତ୍ତନ କରାଯାଇପାରେ ବୋଲି ସରପଞ୍ଚ ଜଣାଇଛନ୍ତି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ ଔଷଧ ଦୋକାନ ଖୋଲା ରହିବ। ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ବୋଲି ସରପଞ୍ଚ ଫାରାକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri