ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି,୨୮।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଶନିବାର ସତୀଗୁଡ଼ା ଜଳଭଣ୍ଡାର ନିକଟରୁ ଉଦ୍ଧାର କରାଯାଇଛି। ଦେବନାରାୟଣ ଶୁକ୍ରବାର କାର୍ଯ୍ୟାଳୟକୁ ଯାଇ ଫେରି ନ ଥିଲେ। ଏ ନେଇ ପରିବାର ପକ୍ଷରୁ ମାଲକାନଗିରି ଥାନାରେ ଉକ୍ତ ଦିନ ଲିଖିତ ଅଭିଯୋଗ କରାଯାଇଥିଲା। ସକାଳେ ତାଙ୍କ ବାଇକ୍‌ ସତୀଗୁଡ଼ା ଜଳଭଣ୍ଡାର ନିକଟରୁ ମିଳିଥିଲା। ଏହାପରେ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ଜଳଭଣ୍ଡାର ମଧ୍ୟରୁ ମୃତଦେହ ଉଦ୍ଧାର କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।