ଜିଲାପାଳଙ୍କ ଆବସିକ କାର୍ଯ୍ୟାଳୟରୁ ସାପ ଉଦ୍ଧାର

ବାରିପଦା ଅଫିସ, ୧୩ା୬-ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଆବାସିକ କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ସନ୍ଧ୍ୟାରେ ଏକ ବିରଳ ତମ୍ବାମୁଣ୍ଡିଆ ଟ୍ରିଙ୍କେଟ ପ୍ରଜାତିର ବିରାଟକାୟ ସାପ ଉଦ୍ଧାର କରାଯାଇଛି। ସନ୍ଧ୍ୟାରେ କର୍ମଚାରୀମାନେ କାର୍ଯ୍ୟାଳୟରେ ସାପକୁ ଦେଖି ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। କିଛି ସମୟ ପରେ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ଆସି ସାପକୁ ଉଦ୍ଧାର କରିଥିଲେ।