ଜିରୋ ନାଇଟ୍‌ ସେଲିବ୍ରେଶନ: ବାଣ, ଡିଜେରେ କମ୍ପିଲା ସହର

ଅନୁଗୋଳ ଅଫିସ, ୧।୧- ସମସ୍ତେ ଅପେକ୍ଷା କରିଥିଲେ ଘଣ୍ଟାକୁ। ଘଣ୍ଟା କଣ୍ଟା, ମିନିଟ୍‌ କଣ୍ଟା, ସେକେଣ୍ଡ କଣ୍ଟା ମଧ୍ୟରାତ୍ର ୧୨ରେ ମିଶିବା କ୍ଷଣି ଉତ୍କଣ୍ଠାର ଅବସାନ ହେଲା। ଏହାପରେ ଆରମ୍ଭ ହେଲା ସେଲିବ୍ରେଶନ। ଡିଜେ ସାଉଣ୍ଡ ସାଙ୍ଗକୁ ବାଣରେ କମ୍ପିଲା ସହର। ଏହାକୁ ମନଭରି ଉପଭୋଗ କଲେ ଯୁବପିଢ଼ି। ଇଂଲିଶ ନବବର୍ଷକୁ ଏପରି ନିଆରା ଢଙ୍ଗରେ ଅନୁଗୋଳବାସୀ ସ୍ବାଗତ କରିଥିବାବେଳେ ସାରାରାତି ଜମିଥିଲା ଭୋଜିଭାତର ଆସର।
ଅନୁଗୋଳରେ ନବବର୍ଷକୁ ସ୍ବାଗତ କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷ କରି ହୋଟେଲଗୁଡ଼ିକରେ ଏଥିପାଇଁ ସ୍ବତନ୍ତ୍ର ଧରଣର ଆୟୋଜନ କରାଯାଇଛି। କପୁଲ ଏବଂ ବ୍ୟାଚଲରଙ୍କ ପାଇଁ ଅଲଗା ପାସ୍‌ ବ୍ୟବସ୍ଥା ହୋଇଛି। ବିଭିନ୍ନ ସ୍ଥାନକୁ ନିମନ୍ତ୍ରିତ ହୋଇ ଆସିଛନ୍ତି ଓଲିଉଡ ତାରକା।