Categories: ଜାତୀୟ

ଜିରୋରେ ପାଭିଲିୟନ୍‌ ଫେରିଲା ଶିବସେନା: ମିଳିଲାନି ମୁଖ୍ୟମନ୍ତ୍ରୀ ପଦ; ହେଲାନି ୫୦-୫୦

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଐତିହାସିକ ମୋଡ଼ ଆସିଛି। ଏଭଳି ଘଟଣା ଅପ୍ରତ୍ୟାଶିତ ବୋଲି କୁହାଯାଉଛି। ସରକାର ଗଠନ ପାଇଁ ଶିବସେନା-ଏନ୍‌ସିପି ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ପରେ ଆଲୋଚନା ଜାରି ରହିଥିଲା। ତେବେ ଏନ୍‌ସିପିର ଅଜିତ୍‌ ପାଓ୍ବାର ଭାଜପା ସହିତ ମିଶି ସରକାର ଗଠନ କରିଛନ୍ତି। ଏହାଦ୍ୱାରା ଶିବସେନା ହତାସ ହୋଇଛି। ଦଳ ଅଡ଼ି ବସିଥିବା ମୁଖ୍ୟମନ୍ତ୍ରୀ ପଦ ପାଇ ପାରିନି କି ୫୦-୫୦ ଫର୍ମୂଲା ସମ୍ଭବ ହୋଇନି। ଶେଷରେ ଦଳ ସରକାର ଗଠନ ନ କରି ପାରି ଜିରୋରେ ପାଭିଲିୟନ୍‌ ଫେରିଛି। ମଉକା ଦେଖି ଭାଜପା ଛକା ମାରିଛି। ଭାଜପା ନେତୃତ୍ୱରେ ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହାକୁ ନେଇ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ କହିଛନ୍ତି ଅଜିତ୍‌ ପାଓ୍ବାର ବିଶ୍ୱାସ ଘାତକତା କରିଛନ୍ତି।

Share