ଜିତୁ ମୁଣ୍ଡାଙ୍କୁ ମିଳୁ ନ୍ୟାୟ: ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡିି

ପାଟଣା,୨୯।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କାଲାରା ମୁଣ୍ଡାଙ୍କ କଙ୍କାଳ ଖୋଳି ମଲ୍ଲିପୋଷି ଓଡିଶା ଗ୍ରାମୀଣ ବ୍ୟାଙ୍କ ଗ୍ରିଲ ସମ୍ମୁଖରେ ରଖିବା ପରେ ମଙ୍ଗଳବାର ପ୍ରଶାସନ ତରଫର ୁଜମା ଟଙ୍କା ସହ ସହ ରେଡକ୍ରସରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ ଏକ ଫ୍ୟାକ୍ଟ୍ଟଫାଇଣ୍ଡିଂ ଟିମ ବିଜେଡ଼ି ରାଜ୍ୟ ଉପସଭାପତି ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ ଜିତୁ ମୁଣ୍ଡାଙ୍କ ଡିଆନଳିସ୍ଥିତ ବାସଭବନରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହ ସମବେଦନା ଜଣାଇଛନ୍ତି।

ଜିତୁଙ୍କୁ ଭେଟିବା ପରେ ପ୍ରତିକ୍ରିୟାରେ ପାତ୍ର କହିଛନ୍ତି, ସରକାରଙ୍କ ଆରଡିସି ନିଜ ଅଧନରେ ଥିବାରୁ ଏଥିରେ ଆମର ଭରଷା ନାହିଁ। ଆମେ ଜିତୁଙ୍କ ପରିବାର ପ୍ରତି ହୋଇଥିବା ଅନ୍ୟାୟର ଖୁଲାସା ଓ ସମସ୍ତ ଦୋଷୀ କଠୋର ଦଣ୍ଡ ପାଇବା ପାଇଁ ବିଚାବିଭାଗୀୟ ତଦନ୍ତ ଦାବି କରୁଛୁ।
ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ବିଜେଡ଼ି ଜିଲା ସଭପତି ଆଶିଷ ଚକ୍ରବର୍ତ୍ତୀ, ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ପୂର୍ବତନ ଆଦିବାସୀ ଉନ୍ନୟନ ଅଧ୍ୟକ୍ଷ ରାମରାୟ ମୁନ୍ଦିୟା, ଉପାଧ୍ୟକ୍ଷ ନାରଣ ପୂର୍ତ୍ତିର, ବିଜେଡ଼ି ପାଟଣା ବ୍ଲକ ସଭାପତି ମାଧବା ନନ୍ଦ ପୃଷ୍ଟି, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତ ନାଏକ,୨୩ନମ୍ବର ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ବଡ ପାଟଣା ସରପଞ୍ଚ ବିନତୀ ବାନାରା ସହ ଅନେକ ବିଜେଡ଼ି ନେତା କର୍ମୀ ପହଞ୍ଚି ଜିତୁଙ୍କ ସହ ଆଲୋଚନା, ପ୍ରଶାସନର ବିଧି ବ୍ୟବସ୍ଥାକୁ ଦାୟୀ କରିଛି। ବିଜେଡ଼ି ଘଟଣା ଘଟିବାର ଗୋଟେ ଦିନରେ ପରେ ଟଙ୍କା ମିଳିବା ସହ ମୃତ୍ୟୁ ପ୍ରମାଣ ପତ୍ର ଆଗରୁ କାହିଁକି ବାହାରିଲାନି ବୋଲି ଅଭିଯୋଗ ଆଣିଛି ବିଜେଡି। ବ୍ୟାଙ୍କ, ତହସିଲ, ବ୍ଲକ ଓ ପୋଲିସ କର୍ତ୍ତୃପକ୍ଷ ଜିତୁଙ୍କୁ ନ୍ୟାୟ ଦେବା ଦେବା ବଦଳରେ ଓଲଟି ଦୁର୍ବ୍ୟହାର ଓ ଦଣ୍ଡିତ କରିଛି ବୋଲି ବିଜେଡ଼ି ନେତାମାନେ ଅଭିଯୋଗ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶରୁ ମୋଦିଙ୍କ ବଡ଼ ବୟାନ, ପଶ୍ଚିମବଙ୍ଗ ଭୋଟିଂ ଭିତରେ ଚହଳ!

କୋଲକାତା,୨୯।୪: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଉପରେ ମତ…

ଆନନ୍ଦପୁର ବଜାରରେ ଚାଞ୍ଚଲ୍ୟ: ମାଛ କଟା ପନିକି ଗଳିଲା ଛାତିରେ, ଜଣେ ଗୁରୁତର…

ବଞ୍ଚୋ,୨୯(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। କାଳନ୍ଦୀ ବେହେରା ନାମକ ଜଣେ ମାଛ ବ୍ୟବସାୟୀ ବୁଧବାର ତାଙ୍କ ଦୋକାନରେ ମାଛ…

ବିଧାନସଭା ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା କଡାକଡି: ଲୋୟର ପିଏମ୍‌ଜିରେ ୧୪୪ ଧାରା

ଭୁବନେଶ୍ୱର,୨୯।୪: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା।…

୫ହାଜର ନୁହେଁ ମାସକୁ ୯ହଜାର ଦେବେ ସରକାର, ଛାତ୍ରୀଛାତ୍ର ଏମିତି କରନ୍ତୁ ଆପ୍ଲାଏ…

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଯୁବବର୍ଗମାନେ ଶିକ୍ଷା ଏବଂ କାର୍ଯ୍ୟ ଅଭିଜ୍ଞତା ଉଭୟ ପାଇପାରିବେ ଯାହା…

ବୁଲିବାକୁ ଯାଉଥିବା ସମୟରେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର

ଜୟପୁର,୨୯।୪ (ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ୨୩ ତାରିଖ ସକାଳେ ଯୁବତୀ ନିକଟସ୍ଥ…

ଏହି ଦିନ ପରଦାକୁ ଆସିବ ଥାଲାପତି ବିଜୟଙ୍କ ଶେଷ ଅଭିନୀତ ଚଳଚ୍ଚିତ୍ର

ମୁମ୍ବାଇ: ଶେଷରେ ସିନେମା ହଲ୍‌କୁ ଆସିବାକୁ ପ୍ରସ୍ତୁତ ଅଭିନେତା-ରାଜନେତା ଥାଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟାଗନ’। ରାଜନୀତିକୁ ଆସିବା ପୂର୍ବରୁ ତାମିଲ ଫିଲ୍ମ ସୁପରଷ୍ଟାର ବିଜୟଙ୍କର ଏହା…

କେଭିର ଉନ୍ନତିରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ସମାଜ-ସ୍କୁଲ ମିଶି ଶିକ୍ଷାକୁ ଆଗକୁ ନେବ ବିଦ୍ୟାଞ୍ଜଳି ଯୋଜନା

ଭଞ୍ଜନଗର,୨୯/୪(ବାବୁଲା ପ୍ରଧାନ):ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକର ଉନ୍ନତ ପାଇଁ ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗ ଲୋଡ଼ିଥାଆନ୍ତି। ଛାତ୍ରୀଛାତ୍ରମାନେ ଯେତିକି ସହଯୋଗ କରନ୍ତି ସେଥିରେ ରାଜ୍ୟ ସରକାର ଦୁଇଗୁଣା ଆର୍ଥିକ ସହାୟତା…

ବାଇକ୍‌ ଦୁର୍ଘଟଣାକୁ ନେଇ ତେଜିଲା ଗୋଷ୍ଠୀ ସଂଘର୍ଷ

ବାଲେଶ୍ବର,୨୯।୪: ବାଲେଶ୍ୱର ପୋଲାଡ଼ି ଛକରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏକ ବାଇକ୍‌ ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri