ଜିଡିପିର ନୂଆ ବେସ୍‌ ଇୟର ନିଷ୍ପତ୍ତି ଶୀଘ୍ର

ନୂଆଦିଲ୍ଲୀ,୬-୧୧: ମୋଟ ଘରୋଇ ଉତ୍ପାଦ(ଜିଡିପି)ର ନୂଆ ବେସ୍‌ ଇୟର ନେଇ ସରକାର ଆଉ କିଛି ମାସ ମଧ୍ୟରେ ନିଷ୍ପତ୍ତି ନେବେ। ବର୍ତ୍ତମାନ ଜିଡିପି ଲାଗି ବେସ୍‌ ଇୟର ଭାବେ ୨୦୧୧-୧୨କୁ ବିଚାର କରାଯାଉଛି। ନୂଆ ବେସ୍‌ ଇୟର ଭାବେ ୨୦୧୭-୨୮କୁ ସରକାର ଗ୍ରହଣ କରିବା ନେଇ ବିଚାର କରାଯାଉଛି ବୋଲି ଶୁଣାଯାଉଛି। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଏ ନେଇ ନିଷ୍ପତ୍ତି ନେବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ଏକ ବିଶେଷଜ୍ଞ କମିଟି ନେବ। ଚୂଡାନ୍ତ ହେବା ଆଗରୁ କିଛି ଡାଟା ଉପରେ କମିଟି ବିଚାର କରିବା ନେଇ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। ଏହା ମଧ୍ୟରେ ଶିଳ୍ପଗୁଡିକର ବାର୍ଷିକ ସର୍ଭେ ଏବଂ ଖାଉଟିଙ୍କ ବ୍ୟୟ ସର୍ଭେ ସାମିଲ ରହିଛି। ଏଥିଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି।
ସମସ୍ତ ରିପୋର୍ଟ ଆସିଲା ପରେ ଏହାକୁ ନିର୍ଦ୍ଦିଷ୍ଟ କମିଟି ସାମ୍ନାରେ ରଖାଯିବ। ମନ୍ତ୍ରଣାଳୟର ସଚିବ ପ୍ରଭୀନ ଶ୍ରୀବାସ୍ତବ କହିଛନ୍ତି। ଅର୍ଥନୀତିରେ ସୁଧାର ଆସୁଛି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ବର୍ତ୍ତମାନ କିଛି ଠିକ୍‌ ଭାବେ କହି ହେବନି। ନଭେମ୍ବର ୧୫ ସୁଦ୍ଧା ଶିଳ୍ପ ଉତ୍ପାଦନ ସୂଚୀ, ଖାଉଟି ମୂଲ୍ୟ ସୂଚୀ, ପାଇକାରୀ ମୂଲ୍ୟ ସୂଚୀ ଆସିବ। ଏହାକୁ ବିଚାର କଲା ପରେ ଯାଇ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗର ଉତ୍ତର ଦେଇ ହେବ। ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଥିବା ବେଳେ ଅର୍ଥନୀତି ସୁଧାର ଲାଗି ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି। ସେପ୍ଟେମ୍ବରରେ କୋର୍‌ ସେକ୍ଟର ଅଭିବୃଦ୍ଧି ୫.୨% ଖସିଛି। ଶିଳ୍ପ ଉତ୍ପାଦନ କମିଥିବା ଏଥିରୁ ସ୍ପଷ୍ଟ ଜଣାପଡିଛି। ଅର୍ଥନୀତିରେ ହେଉଥିବା ପରିବର୍ତ୍ତନକୁ ଜାଣିବା ଲାଗି ସରକାର ବେସ୍‌ ଇୟର ପରିବର୍ତ୍ତନ କରୁଥିବା ଶ୍ରୀବାସ୍ତବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri