୧୦ ହଜାର କର୍ମଚାରୀ ଛଟେଇ କରିବ ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୬-୧୧: ଦେଶରେ ମାନ୍ଦାବସ୍ଥା ଚାଲିଥିବା ବେଳେ କଗ୍‌ନିଜାଣ୍ଟ ପରେ ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ରେ କର୍ମଚାରୀ ଛଟେଇ ନେଇ ମଙ୍ଗଳବାର ଜଣାପଡିଛି। କମ୍ପାନୀ ଏହାର ମଧ୍ୟମ ଏବଂ ବରିଷ୍ଠ ସ୍ତରର ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। କର୍ମଚାରୀଙ୍କ ବାବଦକୁ ହେଉଥିବା ଖର୍ଚ୍ଚକାଟ ଏବଂ କମ୍ପାନୀର ପୁନର୍ଗଠନ ଦିଗରେ ଏଭଳି ପଦକ୍ଷେପ ଇନ୍‌ଫୋସିସ୍‌ ଗ୍ରହଣ କରୁଥିବା ଶୁଣାଯାଉଛି। ବାଙ୍ଗାଲୋର ଭିତ୍ତିକ ଏହି କମ୍ପାନୀ ସିନିୟର ମ୍ୟାନେଜର ସ୍ତରର ଜଏଲ୍‌-୬ ବ୍ୟାଣ୍ଡ(ଜବ୍‌ ଲେଭଲ-୬) ୧୦% ବା ପ୍ରାୟ ୨,୨୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ସୂଚନା ରହିଛି। ଜବ୍‌ ଲେଭଲ୍‌ ୬,୭ ଏବଂ ୮ ବର୍ଗରେ କମ୍ପାନୀ ନିକଟରେ ମୋଟ୍‌ ୩୦,୦୯୨ କର୍ମଚାରୀ କାର୍ଯ୍ୟ କରୁଛନ୍ତି।
ଏହାବାଦ ଆସୋସିଏଟ୍‌(ଜବ୍‌ ଲେଭଲ୍‌-୩) ବର୍ଗରେ ପ୍ରାୟ ୨ରୁ ୫% ଶ୍ରମ ଶକ୍ତି କାଟ କରିବାର ଯୋଜନା ରହିଥିବା କମ୍ପାନୀ ସୂତ୍ରରୁ ଖବର ଆସିଥିବା ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଏହି ବର୍ଗରେ ମୋଟ ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୪ରୁ ୧୦ ହଜାର ଛୁଇଁପାରେ। ଇନ୍‌ଫୋସିସ୍‌ରେ ଆସୋସିଏଟ୍‌ ଏବଂ ମଧ୍ୟମ ବ୍ୟାଣ୍ଡରେ ଯଥାକ୍ରମେ ୮୬,୫୫୮ ଏବଂ ୧.୧ ଲକ୍ଷ କର୍ମଚାରୀ କାମ କରୁଥିବା ଜଣାପଡିଛି। ଏହା ବାଦ ଆସଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ, ଭାଇସ ପ୍ରେସିଡେଣ୍ଟ, ସିନିୟର ଭାଇସ ପ୍ରେସିଡେଣ୍ଟ, ଏକଜିକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟଙ୍କ ଭଳି ବରିଷ୍ଠ ବର୍ଗରେ ୨-୫% ବା ୯୭୧ ଏକ୍‌ଜିକ୍ୟୁଟିଭ୍‌ଙ୍କୁ କାର୍ଯ୍ୟରୁ ଅନ୍ତର ହେବାକୁ କମ୍ପାନୀ କହିପାରେ। ଏହାବାଦ ତାଲିକାରେ ପ୍ରାୟ ୫୦ ଏକ୍‌ଜିକ୍ୟୁଟିଭ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏକ ଭଲ ପର୍‌ଫରମାନ୍ସ କରୁଥିବା ଅନୁଷ୍ଠାନରେ ବିଭିନ୍ନ ପ୍ରସଙ୍ଗରେ କିଛି କର୍ମଚାରୀଙ୍କ ହ୍ରାସ ଭଳି ନିଷ୍ପତ୍ତିକୁ ସାମୁହିକ ଛଟେଇ କୁହାଯାଇ ପାରିବ ନାହିଁ ବୋଲି ଇନ୍‌ଫୋସିସ୍‌ ଗଣମାଧ୍ୟମକୁ ଏହାର ପ୍ରତିକ୍ରିୟାରେ କହିଛି। ଏଭଳି ଛଟେଇ ପୂର୍ବରୁ କେବେ ହୋଇ ନ ଥିବା କମ୍ପାନୀ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି। କମ୍ପାନୀ ପୂର୍ବରୁ କିଛି କର୍ମଚାରୀଙ୍କୁ ପର୍‌ଫର୍‌ମାନ୍ସ ଭିତ୍ତିରେ ଛଟେଇ କରିଛି। ମାତ୍ର ବର୍ତ୍ତମାନର ପ୍ରସଙ୍ଗ ଭିନ୍ନ ରହିଛି। ଏବେ କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିଥିବା ଅଧିକାରୀ ଜଣକ କହିଛନ୍ତି।

କମ୍ପାନୀଙ୍କ କୌଶଳରେ ପରିବର୍ତ୍ତନ
ଏବେ ସମୟ ସହ କମ୍ପାନୀଗୁଡିକ ସେମାନଙ୍କ ପରିଚାଳନା ଶୈଳୀ ବା କୌଶଳ ବଦଳାଉଥିବା ଦେଖାଯାଉଛି। କମ୍ପାନୀ ସେମାନଙ୍କ ସ୍ଥିତିକୁ ଦେଖି ବେଲ୍‌ଟ ଟାଇଟ କରୁଥିବା ବଜାର ବିଶେଷଜ୍ଞ କହୁଛନ୍ତି। ପାରମ୍ପରିକ ସର୍ପୋଟ ସର୍ଭିସ ଲାଗି ସ୍ବଳ୍ପ ସଂଖ୍ୟକ କର୍ମଚାରୀ ରଖିବାକୁ କମ୍ପାନୀ ମନ ବଳାଉଛନ୍ତି। ଗ୍ରାହକଙ୍କ ପରିବର୍ତ୍ତିତ ଆବଶ୍ୟକତା ଆଧାରରେ ସର୍ବୋତ୍ତମ କୌଶଳ, ଅତ୍ୟାଧୁନିକ ଅଟୋମେଶନ ଭଳି ଅନ୍ୟ ଯୋଜନା ଉପରେ କମ୍ପାନୀ ଧ୍ୟାନ କେନ୍ଦ୍ରିତ କରୁଥିବା ଆମେରିକା ଭିତ୍ତିକ ଏଚ୍‌ଏଫ୍‌ଏସ୍‌ ରିସର୍ଚ୍ଚର ସିଇଓ ଫିଲ୍‌ ଫର୍ସଥ କହିଛନ୍ତି।

ଛଟେଇ ଯୋଜନା ରଖିଛନ୍ତି କ୍ୟାପଜେମିନି, କଗ୍‌ନିଜାଣ୍ଟ
ଗ୍ଲୋବାଲ ଆଇଟି କମ୍ପାନୀ କ୍ୟାପ୍‌ଜେମିନି ମଧ୍ୟ ଛଟେଇ ଯୋଜନା ରଖିଛି। କମ୍ପାନୀ ଏହାର ମୋଟ ଶ୍ରମଶକ୍ତିରୁ ୫୦୦ କର୍ମଚାରୀଙ୍କୁ ବାଦ ଦେବ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ଏହି କମ୍ପାନୀର ଭାରତରେ ୧.୮ ଲକ୍ଷ କର୍ମଚାରୀ ରହିଛନ୍ତି। ସାରା ବିଶ୍ୱର ଥିବା ମୋଟ କର୍ମଚାରୀଙ୍କର ଏହା ପ୍ରାୟ ଅଧା। ସେହିଭଳି ଅନ୍ୟ ଏକ ପ୍ରମୁଖ ଆଟି କମ୍ପାନୀ କଗ୍‌ନିଜାଣ୍ଟ ଆଗାମୀ ତ୍ରୈମାସଗୁଡିକରେ ପ୍ରାୟ ୭୦୦ କର୍ମଚାରୀଙ୍କୁ ଛଟେଈ କରିବା ନେଇ ନିକଟରେ ଏକ ଖବର ଆସିଥିଲା। କମ୍ପାନୀ ଏହାର କଣ୍ଟେଣ୍ଟ ମଡେରେଶନ ବିଜ୍‌ନେସ ବାଦ ଦେବାକୁ ଥିବା ବେଳେ ଏଥିରୁ ପ୍ରାୟ ୬,୦୦୦ କର୍ମଚାରୀ ଛଟେଇ ହେବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri