ଜିଏସ୍‌ଟି ସ୍ଲାବ୍‌ ୩କୁ ଖସିପାରେ

ନୂଆଦିଲ୍ଲୀ,୨୬।୧୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ଏବେ ୪ଟି ସ୍ଲାବ ରହିଛି। ଏହାକୁ ସରକାର ୩କୁ ହ୍ରାସ କରିପାରନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ଜଣେ ସଦସ୍ୟ ନାମ ଗୋପନ ରଖି ଏନେଇ ସୂଚନା ଦେଇଛନ୍ତି। ଜିଏସ୍‌ଟି ସ୍ଲାବ ସଂଖ୍ୟା ହ୍ରାସ କରିବା ନେଇ ସରକାର ଯୋଜନା କରୁଛନ୍ତି। ଜିଏସ୍‌ଟି ହାରରେ ପରିବର୍ତ୍ତନ ନେଇ ମଧ୍ୟ ପ୍ରସ୍ତାବ ରହିଛି। ଏହି ପ୍ରସଙ୍ଗ ଉପରେ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। ଆଗାମୀ ଦିନରେ ଜିଏସ୍‌ଟି ପରିଷଦ ବୈଠକ ବସିବାକୁ ଥିବା ବେଳେ ଏହା ସଂଶୋଧିତ ଦର ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର କରିବ। ଜିଏସ୍‌ଟି ସଂକ୍ରାନ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ କମିଟି ୧୦ ଏବଂ ୨୦% ଟିକସ ସ୍ଲାବ ନେଇ ପ୍ରସ୍ତାବ ଦେଇଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ କରିଛି। ଏହାବାଦ ୧୮% ସ୍ଲାବରେ ଥିବା କିଛି ସାମଗ୍ରୀକୁ ୨୮% ସ୍ଲାବକୁ ନିଆଯାଇ ପାରିବ ବୋଲି ଏହି କମିଟି ପ୍ରସ୍ତାବ ରଖିଛି।
ଜିଏସ୍‌ଟିର ଟିକସ ଢାଞ୍ଚାରେ ଥିବା ସମସ୍ୟା ଏବଂ ସିଷ୍ଟମର ସରଳୀକରଣ ଏବଂ ପରୋକ୍ଷ ଟିକସ ରାଜସ୍ବ ବୃଦ୍ଧି ନେଇ ଜିଏସ୍‌ଟି ପରିଷଦ ପରାମର୍ଶ ଦେଇଛି। କିଛି କ୍ଷେତ୍ରରେ କଞ୍ଚାମାଲ ଲାଗି ଅଧିକ ଟିକସ ଏବଂ ଚୂଡାନ୍ତ ପ୍ରଡକ୍ଟ କ୍ଷେତ୍ରରେ ଟିକସ କମିବା ଯୋଗୁ ଇନପୁଟ ଟାକ୍ସ କ୍ରେଡିଟ ବାବଦ ଅଧିକ ଟଙ୍କା ସରକାରଙ୍କୁ ଦେବାକୁ ପଡୁଛି। ଏହି ବାବଦରେ ସରକାର ପ୍ରାୟ ୨୦ ହଜାର କୋଟି ଟଙ୍କା ବ୍ୟବସାୟୀଙ୍କୁ ଦେଉଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ୬୩,୨୦୦ କୋଟି ଟଙ୍କାର ଜିଏସ୍‌ଟି କମିବ ବୋଲି ଆକଳନ କରାଯାଇଛି। ୨୦୨୧ ପର୍ଯ୍ୟନ୍ତ ୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ହ୍ରାସ ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ୧୮ ତାରିଖରେ ହୋଇଥିବା ଜିଏସ୍‌ଟି ପରିଷଦ ବୈଠକରେ ଟିକସ ରାଜସ୍ବ ବଢାଇବା ନେଇ ଆଲୋଚନା ହୋଇଥିଲା। ଜିଏସ୍‌ଟି ଢାଞ୍ଚାରେ ବର୍ତ୍ତମାନ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି। ଜିଏସ୍‌ଟିରେ ପରିବର୍ତ୍ତନ ନେଇ ବର୍ତ୍ତମାନ ଠିକ୍‌ ସମୟ ନୁହେଁ ବୋଲି ସେ ମତ ଦେଇଥିଲେ। ମାନ୍ଦାବସ୍ଥା ଲାଗି ରହିଥିବାରୁ ଏବେ ରାଜସ୍ବ କମୁଛି। କେନ୍ଦ୍ର କିମ୍ବା ରାଜ୍ୟ ଏହି ସମୟ ମଧ୍ୟରେ ରାଜସ୍ବ ବୃଦ୍ଧି ସପକ୍ଷରେ ନ ଥିବା ସେ କହିଛନ୍ତି।

ଟିକସଦାତାଙ୍କ ଅଭିଯୋଗ ସମାଧାନ ଲାଗି ଆସିବ ବ୍ୟବସ୍ଥା
ଜିଏସ୍‌ଟି ବ୍ୟବସ୍ଥାରେ ଟିକସଦାତାଙ୍କ ଅଭିଯୋଗ ସମାଧାନ କରିବା ଲାଗି ଜିଏସ୍‌ଟି ପରିଷଦ ପକ୍ଷରୁ ଅଭିଯୋଗ ସମାଧାନ ବ୍ୟବସ୍ଥା ଆସିବ। ନିକଟରେ ବସିଥିବା ଜିଏସ୍‌ଟି ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଜିଏସ୍‌ଟି ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ଏଭଳି ଏକ ବ୍ୟବସ୍ଥା ଆସିବ ବୋଲି ବୁଧବାର ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଜିଏସ୍‌ଟି ପରିଷଦ ପକ୍ଷରୁ ଜୋନାଲ ଏବଂ ରାଜ୍ୟ ସ୍ତରରେ ଗ୍ରିଭାନ୍ସ ରିଡ୍ରେସାଲ କମିଟି(ଜିଆର୍‌ସି) ଗଠନ କରାଯିବ। ଏଥିରେ କେନ୍ଦ୍ରୀୟ ଏବଂ ରାଜ୍ୟ ଟିକସ ପ୍ରଶାସନର ଅଧିକାରୀମାନେ ରହିବେ। ଏହା ସହ ବାଣିଜ୍ୟ ଏବଂ ଶିଳ୍ପଜଗତରୁ ପ୍ରତିନିଧିମାନେ ଏଠାରେ ରହିବେ ବୋଲି ସୂଚନା ରହିଛି। କମିିଟିର ସଦସ୍ୟମାନେ ୨ ବର୍ଷ ଲାଗି କାର୍ଯ୍ୟ କରିବେ।

୨ ସ୍ଲାବ୍‌ ନେଇ ନୀତି ଆୟୋଗ ସଦସ୍ୟଙ୍କ ପରାମର୍ଶ
ଜିଏସ୍‌ଟିରେ ୨ ଟିକସ ସ୍ଲାବ ନେଇ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ସଦସ୍ୟ ରମେଶ କୁମାର ଚାନ୍ଦ ବୁଧବାର ପରାମର୍ଶ ଦେଇଛନ୍ତି। ସରକାର ଅନେକ ସ୍ଲାବ ପରିବର୍ତ୍ତେ କେବଳ ଦୁଇ ସ୍ଲାବ ରଖିବାର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି। ସେହିଭଳି ବାରମ୍ବାର ଟିକସ ପରିବର୍ତ୍ତନ ହେବା ଦ୍ୱାରା ଏହାର ପ୍ରଭାବ ନକାରାତ୍ମକ ହେଉଛି। ଆବଶ୍ୟକତା ହେଲେ ବାର୍ଷିକ ଥରେ ଟିକସ ହାରରେ ପରିବର୍ତ୍ତନ କରାଯାଇପାରିବ ବୋଲି ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri