Categories: ବାଣିଜ୍ୟ

ଜିଏସ୍‌ଟି ରିଟର୍ନ ଦାଖଲ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୧୦-୯: ଜିଏସ୍‌ଟି ରିଟର୍ନ ଦାଖଲ ଅବଧି ବୃଦ୍ଧି ପାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସେସ ଆଣ୍ଡ କଷ୍ଟମ୍ସ(ସିବିଆଇସି) ପକ୍ଷରୁ ଜାରି ସୂଚନା ମୁତାବକ ଜିଏସ୍‌ଟିଆର୍‌-୯, ଜିଏସ୍‌ଟିଆର୍‌-୯ଏ ଏବଂ ଜିଏସ୍‌ଟିଆର୍‌-୯ସି ଫର୍ମ ଦାଖଲ କରୁଥିବା ଟିକସଦାତା ଏଣିକି ନଭେମ୍ବର ୩୦ ପର୍ଯ୍ୟନ୍ତ ଏହାକୁ ଦାଖଲ କରିବା ଲାଗି ସୁଯୋଗ ପାଇବେ ବୋଲି ସିବିଆଇସି ପକ୍ଷରୁ ଏକ ଟୁଇଟ୍‌ କରାଯାଇଛି। ସୂଚନାଥାଉ କି, ଆର୍ଥତ୍କ ବର୍ଷ ୨୦୧୭-୧୮ ଲାଗି ଜିଏସ୍‌ଟି ରିଟର୍ନ ଦାଖଲ କରିବାର ଶେଷ ଅବଧି ଅଗଷ୍ଟ ୩୧ ଯାଏ ଥିଲା। ସମସ୍ତ ପଞ୍ଜୀକୃତ ବ୍ୟବସାୟୀଙ୍କୁ ଜିଏସ୍‌ଟିଆର୍‌-୯ ଫର୍ମ ଜରିଆରେ ନିଜର ବାର୍ଷିକ ରିଟର୍ନ ଦାଖଲ କରିବାକୁ ପଡିଥାଏ। ଏଥିରେ ଭିନ୍ନ ଭିନ୍ନ ଟିକସ ସ୍ଲାବ୍‌ ଅନୁସାରେ କ୍ରୟ-ବିକ୍ରୟ ତଥ୍ୟ ପ୍ରଦାନ କରିବାକୁ ପଡେ। ସମୟସୀମା ବୃଦ୍ଧି ପାଇବା କାରଣରୁ ଏଣିକି ବ୍ୟବସାୟୀଙ୍କୁ ରିଟର୍ନ ଦାଖଲ କରିବାକୁ ଯଥେଷ୍ଟ ସମୟ ମିଳିଯିବ। କାରଣ ଜିଏସ୍‌ଟିଆର୍‌-୯, ୯ଏ ଓ ୯ସି ଫର୍ମ ପୂରଣ କରିବାରେ ଅସୁବିଧା ହେଉଛି।

Share