ଜିଏସ୍‌ଟି ବୃଦ୍ଧିକୁ ରାଜ୍ୟଗୁଡିକର ବିରୋଧ

ନୂଆଦିଲ୍ଲୀ,୧୯-୧୨: ବୁଧବାର ଜିଏସ୍‌ଟି ପରିଷଦର ୩୮ତମ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ସ୍ଲାବରେ ପରିବର୍ତ୍ତନ ଏବଂ ଜିଏସ୍‌ଟି ବୃଦ୍ଧିକୁ ଏଠାରେ ଅଧିକାଂଶ ରାଜ୍ୟ ବିରୋଧ କରିଛନ୍ତି। ଏବେ ମାନ୍ଦାବସ୍ଥା ଲାଗି ରହିଥିବାରୁ ଟିକସ ବୃଦ୍ଧି ହେଲେ ଏହା ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇବ ବୋଲି ରାଜ୍ୟଗୁଡିକ ଆଶଙ୍କା ପ୍ରକାଶ କରିଥିବା ଜଣାପଡିଛି। ଲଟେରି ଉପରେ ଟିକସ ନିଷ୍ପତ୍ତି ନେବା ଲାଗି ପ୍ରଥମଥର ଜିଏସ୍‌ଟି ପରିଷଦ ବୈଠକରେ ଭୋଟିଂ ବ୍ୟବସ୍ଥାର ବିକଳ୍ପ କରାଯାଇଥିଲା। ଅପରପକ୍ଷରେ ଜିଏସ୍‌ଟି ରାଜସ୍ବ ହ୍ରାସ ଏବଂ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣରେ ବିଳମ୍ବ ହେଉଥିବାରୁ ଏହାକୁ ନେଇ ରାଜ୍ୟ ଅର୍ଥମନ୍ତ୍ରୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଜିଏସ୍‌ଟି ସଂଗ୍ରହ ହ୍ରାସ,ଟିକସ ହାରରେ ପରିବର୍ତ୍ତନ ଯୋଗୁ ଏଭଳି ହୋଇ ନ ଥିବା ରାଜ୍ୟଗୁଡିକ ମତ ରଖିଛନ୍ତି। ମାତ୍ର ଅର୍ଥ ବ୍ୟବସ୍ଥାରେ ଆସିଥିବା ମାନ୍ଦାବସ୍ଥା ଯୋଗୁ ଟିକସ ସଂଗ୍ରହ କମ୍‌ ରହିଥିବା ରାଜ୍ୟ ଅର୍ଥମନ୍ତ୍ରୀମାନେ ମତ ପ୍ରକାଶ କରିଥିବା ଜଣାପଡିଛି।
ବର୍ତ୍ତମାନ ସ୍ଲାବ ପରିବର୍ତ୍ତନ ହେଲେ ଏହା ଅସୁବିଧା ସ୍ଥିତି ସୃଷ୍ଟି କରିବ। ଏଭଳି ସ୍ଥିତିରେ ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବା ଏବଂ ଅନୁପାଳନକୁ ବ୍ୟବସ୍ଥିତ କରିବା ନେଇ ରାଜ୍ୟଗୁଡିକ ଦାବି ରଖିଥିବା ବୈଠକ ଅବସରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆ ସୂଚନା ଦେଇଛନ୍ତି। ରାଜସ୍ବ ବୃଦ୍ଧି ନେଇ ଗଠନ ହୋଇଥିବା ଅଧିକାରୀ କମିଟି ନିଜର ରିପୋର୍ଟ ପ୍ରଦାନ କରିଛି। ସ୍ଲାବରେ ପରିବର୍ତ୍ତନ ଏବଂ ଟିକସ ହାର ବଢାଇବା ନେଇ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ପ୍ରାକ୍‌ ସାଧାରଣ ବଜେଟ ବୈଠକରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର କହିଛନ୍ତି ଯେ, ସାମାଜିକ ଯୋଜନା ବାବଦ ଖର୍ଚ୍ଚ କମ୍‌ ହେଉଥିବା କେତେକ ରାଜ୍ୟ ଅନୁଭବ କରିଛନ୍ତି। ଆଗାମୀ ସାଧାରଣ ବଜେଟରେ ଏହା ଯେଭଳି ନ ହୁଏ ତାକୁ କେନ୍ଦ୍ର ସରକାର ଧ୍ୟାନରେ ରଖିବା ଆବଶ୍ୟକ। ଆଗାମୀ ଫେବୃୟାରୀ ସୁଦ୍ଧା କେନ୍ଦ୍ର ନିକଟରେ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ଲାଗି କୌଣସି ଅର୍ଥ ନ ରହିବା ଭଳି ପ୍ରତୀୟମାନ ହେଉଥିବା ମିତ୍ର କହିଛନ୍ତି। ରାଜ୍ୟଗୁଡିକ ଠିକ୍‌ ସମୟରେ କ୍ଷତିପୂରଣ ପାଇବେ କି ନାହିଁ ଆଶଙ୍କା ପ୍ରକାଶ ପାଉଥିବା ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ କହିଛନ୍ତି। ଏବେ ରାଜସ୍ବ ସଂଗ୍ରହ ସ୍ଥିତି ପ୍ରଭାବିତ ରହିଛି ହେଲେ ଜିଏସ୍‌ଟି ପରିଷଦକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଠିକ୍‌ ସମୟରେ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ କାହିଁକି ପ୍ରତିଶ୍ରୁତି ଦେଉ ନାହାନ୍ତି। ସାମ୍ବିଧାନିକ ଭାବେ ସରକାର କ୍ଷତିପୂରଣ ଦେବାର ନିୟମ ରହିଥିଲେ ମଧ୍ୟ ଏହାକୁ ରକ୍ଷା କରିବା ଲାଗି କେନ୍ଦ୍ର ସକ୍ଷମ ହେଉନାହିଁ। ଏହା ଏକ ଦୁଃଖର ଦିନ ବୋଲି ବାଦଲ କହିଛନ୍ତି।
ଦୀର୍ଘ ୫ ଘଣ୍ଟାର ଜିଏସ୍‌ଟି ବୈଠକ ପରେ ନିର୍ମଳା ସୀତାରାମନ ଗଣମାଧ୍ୟମକୁ ବିବୃତ୍ତି ଦେଇଥିଲେ। ସେ କହିଛନ୍ତି ଯେ, ରାଜସ୍ବ ବୃଦ୍ଧି ନେଇ ରଜ୍ୟ-କେନ୍ଦ୍ର ପ୍ରତିନିଧି ଏବଂ ଅଧିକାରୀ କମିଟି ବୈଠକରେ ସାମିଲ ହୋଇଥିଲେ। ବୈଠକରେ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ବୃଦ୍ଧି କିମ୍ବା ହ୍ରାସ ନେଇ କୌଣସି ପ୍ରସ୍ତାବ ଉପରେ ଆଲୋଚନା ହୋଇନାହିଁ। ବିଭିନ୍ନ ପ୍ରସଙ୍ଗ ଆଗାମୀ ବୈଠକରେ ଆଲୋଚନା ଲାଗି ରଖାଯାଇଛି। ଜିଏସ୍‌ଟି ବୈଠକ ପରେ ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମାର୍ଚ୍ଚ ୨୦୨୦ରୁ ଲଟେରୀ ଉପରେ ନୂଆ ଟିକସ ହାର ଲାଗୁ କରାଯିବ। ସେହଭଳି ଓଭେନ ନନ୍‌ ଓଭେନ ବ୍ୟାଗ ଉପରେ ଟିକସ ହାରକୁ ହ୍ରାସ କରାଯିବା ସହ ୧୮% ଧାର୍ଯ୍ୟ କରାଯାଇଛି। ଶିଳ୍ପପାର୍କ ସ୍ଥାପନ ଲାଗି ପ୍ଲଟର ଦୀର୍ଘମିଆଦି ଲିଜ ଉପରେ ଅପଫ୍ରଣ୍ଟ ଦେୟ ଛାଡ, ଜୁଲାଇ ୨୦୧୭ ପରଠାରୁ ଜିଏସ୍‌ଟି-ଆର୍‌୧ ନ ପ୍ରଦାନ କରିବା କ୍ଷେତ୍ରରେ ଲାଗୁ ହେଉଥିବା ଜରିମାନାରେ କୋହଳ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri