ଜିଏସ୍‌ଟି ବୃଦ୍ଧିକୁ ରାଜ୍ୟଗୁଡିକର ବିରୋଧ

ନୂଆଦିଲ୍ଲୀ,୧୯-୧୨: ବୁଧବାର ଜିଏସ୍‌ଟି ପରିଷଦର ୩୮ତମ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ସ୍ଲାବରେ ପରିବର୍ତ୍ତନ ଏବଂ ଜିଏସ୍‌ଟି ବୃଦ୍ଧିକୁ ଏଠାରେ ଅଧିକାଂଶ ରାଜ୍ୟ ବିରୋଧ କରିଛନ୍ତି। ଏବେ ମାନ୍ଦାବସ୍ଥା ଲାଗି ରହିଥିବାରୁ ଟିକସ ବୃଦ୍ଧି ହେଲେ ଏହା ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇବ ବୋଲି ରାଜ୍ୟଗୁଡିକ ଆଶଙ୍କା ପ୍ରକାଶ କରିଥିବା ଜଣାପଡିଛି। ଲଟେରି ଉପରେ ଟିକସ ନିଷ୍ପତ୍ତି ନେବା ଲାଗି ପ୍ରଥମଥର ଜିଏସ୍‌ଟି ପରିଷଦ ବୈଠକରେ ଭୋଟିଂ ବ୍ୟବସ୍ଥାର ବିକଳ୍ପ କରାଯାଇଥିଲା। ଅପରପକ୍ଷରେ ଜିଏସ୍‌ଟି ରାଜସ୍ବ ହ୍ରାସ ଏବଂ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣରେ ବିଳମ୍ବ ହେଉଥିବାରୁ ଏହାକୁ ନେଇ ରାଜ୍ୟ ଅର୍ଥମନ୍ତ୍ରୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଜିଏସ୍‌ଟି ସଂଗ୍ରହ ହ୍ରାସ,ଟିକସ ହାରରେ ପରିବର୍ତ୍ତନ ଯୋଗୁ ଏଭଳି ହୋଇ ନ ଥିବା ରାଜ୍ୟଗୁଡିକ ମତ ରଖିଛନ୍ତି। ମାତ୍ର ଅର୍ଥ ବ୍ୟବସ୍ଥାରେ ଆସିଥିବା ମାନ୍ଦାବସ୍ଥା ଯୋଗୁ ଟିକସ ସଂଗ୍ରହ କମ୍‌ ରହିଥିବା ରାଜ୍ୟ ଅର୍ଥମନ୍ତ୍ରୀମାନେ ମତ ପ୍ରକାଶ କରିଥିବା ଜଣାପଡିଛି।
ବର୍ତ୍ତମାନ ସ୍ଲାବ ପରିବର୍ତ୍ତନ ହେଲେ ଏହା ଅସୁବିଧା ସ୍ଥିତି ସୃଷ୍ଟି କରିବ। ଏଭଳି ସ୍ଥିତିରେ ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବା ଏବଂ ଅନୁପାଳନକୁ ବ୍ୟବସ୍ଥିତ କରିବା ନେଇ ରାଜ୍ୟଗୁଡିକ ଦାବି ରଖିଥିବା ବୈଠକ ଅବସରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆ ସୂଚନା ଦେଇଛନ୍ତି। ରାଜସ୍ବ ବୃଦ୍ଧି ନେଇ ଗଠନ ହୋଇଥିବା ଅଧିକାରୀ କମିଟି ନିଜର ରିପୋର୍ଟ ପ୍ରଦାନ କରିଛି। ସ୍ଲାବରେ ପରିବର୍ତ୍ତନ ଏବଂ ଟିକସ ହାର ବଢାଇବା ନେଇ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ପ୍ରାକ୍‌ ସାଧାରଣ ବଜେଟ ବୈଠକରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର କହିଛନ୍ତି ଯେ, ସାମାଜିକ ଯୋଜନା ବାବଦ ଖର୍ଚ୍ଚ କମ୍‌ ହେଉଥିବା କେତେକ ରାଜ୍ୟ ଅନୁଭବ କରିଛନ୍ତି। ଆଗାମୀ ସାଧାରଣ ବଜେଟରେ ଏହା ଯେଭଳି ନ ହୁଏ ତାକୁ କେନ୍ଦ୍ର ସରକାର ଧ୍ୟାନରେ ରଖିବା ଆବଶ୍ୟକ। ଆଗାମୀ ଫେବୃୟାରୀ ସୁଦ୍ଧା କେନ୍ଦ୍ର ନିକଟରେ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ଲାଗି କୌଣସି ଅର୍ଥ ନ ରହିବା ଭଳି ପ୍ରତୀୟମାନ ହେଉଥିବା ମିତ୍ର କହିଛନ୍ତି। ରାଜ୍ୟଗୁଡିକ ଠିକ୍‌ ସମୟରେ କ୍ଷତିପୂରଣ ପାଇବେ କି ନାହିଁ ଆଶଙ୍କା ପ୍ରକାଶ ପାଉଥିବା ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ କହିଛନ୍ତି। ଏବେ ରାଜସ୍ବ ସଂଗ୍ରହ ସ୍ଥିତି ପ୍ରଭାବିତ ରହିଛି ହେଲେ ଜିଏସ୍‌ଟି ପରିଷଦକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଠିକ୍‌ ସମୟରେ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ କାହିଁକି ପ୍ରତିଶ୍ରୁତି ଦେଉ ନାହାନ୍ତି। ସାମ୍ବିଧାନିକ ଭାବେ ସରକାର କ୍ଷତିପୂରଣ ଦେବାର ନିୟମ ରହିଥିଲେ ମଧ୍ୟ ଏହାକୁ ରକ୍ଷା କରିବା ଲାଗି କେନ୍ଦ୍ର ସକ୍ଷମ ହେଉନାହିଁ। ଏହା ଏକ ଦୁଃଖର ଦିନ ବୋଲି ବାଦଲ କହିଛନ୍ତି।
ଦୀର୍ଘ ୫ ଘଣ୍ଟାର ଜିଏସ୍‌ଟି ବୈଠକ ପରେ ନିର୍ମଳା ସୀତାରାମନ ଗଣମାଧ୍ୟମକୁ ବିବୃତ୍ତି ଦେଇଥିଲେ। ସେ କହିଛନ୍ତି ଯେ, ରାଜସ୍ବ ବୃଦ୍ଧି ନେଇ ରଜ୍ୟ-କେନ୍ଦ୍ର ପ୍ରତିନିଧି ଏବଂ ଅଧିକାରୀ କମିଟି ବୈଠକରେ ସାମିଲ ହୋଇଥିଲେ। ବୈଠକରେ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ବୃଦ୍ଧି କିମ୍ବା ହ୍ରାସ ନେଇ କୌଣସି ପ୍ରସ୍ତାବ ଉପରେ ଆଲୋଚନା ହୋଇନାହିଁ। ବିଭିନ୍ନ ପ୍ରସଙ୍ଗ ଆଗାମୀ ବୈଠକରେ ଆଲୋଚନା ଲାଗି ରଖାଯାଇଛି। ଜିଏସ୍‌ଟି ବୈଠକ ପରେ ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମାର୍ଚ୍ଚ ୨୦୨୦ରୁ ଲଟେରୀ ଉପରେ ନୂଆ ଟିକସ ହାର ଲାଗୁ କରାଯିବ। ସେହଭଳି ଓଭେନ ନନ୍‌ ଓଭେନ ବ୍ୟାଗ ଉପରେ ଟିକସ ହାରକୁ ହ୍ରାସ କରାଯିବା ସହ ୧୮% ଧାର୍ଯ୍ୟ କରାଯାଇଛି। ଶିଳ୍ପପାର୍କ ସ୍ଥାପନ ଲାଗି ପ୍ଲଟର ଦୀର୍ଘମିଆଦି ଲିଜ ଉପରେ ଅପଫ୍ରଣ୍ଟ ଦେୟ ଛାଡ, ଜୁଲାଇ ୨୦୧୭ ପରଠାରୁ ଜିଏସ୍‌ଟି-ଆର୍‌୧ ନ ପ୍ରଦାନ କରିବା କ୍ଷେତ୍ରରେ ଲାଗୁ ହେଉଥିବା ଜରିମାନାରେ କୋହଳ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?