ଜିଆର୍‌ଏସ୍‌ ସଂଯୁକ୍ତା ହତ୍ୟା ମାମଲା,୨ ମିଲିସିଆ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୮ା୧- ସାଧାରଣ ନିର୍ବାଚନ ବେଳେ କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଲଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ଏହି ଘଟଣାରେ ଗୋଚ୍ଛାପଡା ଥାନା ପୋଲିସ ୨ ମିଲିସିଆଙ୍କୁ ଗିରଫ କରିଛି। ସେମାନେ ହେଲେ ପାଙ୍ଗା ଉପରସାହିର ସମିତି ସଭ୍ୟ ଗୁନି ଦିଗାଲ ଓ ସିଡ଼ା ଦିଗାଲ ା ତଦନ୍ତ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି ା
ପୋଲିସ ସୂଚନା ଅନୁସାରେ, ଗୁନି ଓ ସିଡ଼ା ମାଓବାଦୀଙ୍କ ସମର୍ଥକ ଥିଲେ ା ସବୁ ଖବର ମାଓବାଦୀଙ୍କୁ ପଠାଉଥିଲେ ା ମାଓବାଦୀଙ୍କ ସହ ମିଶି ବିଭିନ୍ନ ଆଲୋଚନାରେ ଭାଗ ନେଇ ଗ୍ରାମରେ ଉପସ୍ଥିତି ଜାହିର କରୁଥିଲେ ା ନିର୍ବାଚନ ଭଣ୍ଡୁର କରିବା ଏବଂ ପୋଲିଂ ପାର୍ଟି ଉଡ଼ାଇ ଦେବାକୁ ସେମାନେ ନିଷ୍ପତ୍ତି ନେଇଥିଲେ ା ଏ ନେଇ ଏସ୍‌ପି ପ୍ରତୀକ ଗୀତା ସିଂ କହିଛନ୍ତି, ମାଓବାଦୀଙ୍କ ସହ ମିଶି ବୈଠକ କରିଥିଲେ ା ଗାଁ ଗାଁ ବୁଲି ମାଓବାଦୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ସେମାନଙ୍କ ଟାର୍ଗେଟ ଇଲେକ୍ସନ ପାର୍ଟି ଉପରେ ଥିଲା ା ସଂଯୁକ୍ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ା ଏହି ଘଟଣାରେ ଅନ୍ୟମାନେ ବି ସାମିଲ ଥିବା ଏସ୍‌ପି କହିଛନ୍ତି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୭ ତାରିଖରେ ସାଧାରଣ ନିର୍ବାଚନ ପାଇଁ ପୋଲିଂ ପାର୍ଟି ଚେକିଂ ପାଇଁ ଏକ ଗାଡ଼ିରେ ଯାଉଥିଲେ ା ସେଥିରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପ୍ରକାଶ ଦାସ, ମେସେଞ୍ଜର ତଥା ଲୁଇସିଂ ପଞ୍ଚାୟତ ଜିଆରଏସ୍‌ ସଂଯୁକ୍ତା ଏବଂ ଅନ୍ୟମାନେ ଥିଲେ ା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡାଠାରୁ ୧୦/୧୨ କିମି ଦୂର କୋଏରମାଣ୍ଡୁ ପଞ୍ଚାୟତ ବାରାହାଲାଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଗାଡି ଡ୍ରାଇଭର ତୁରନ୍ତ ଗାଡି ଅଟକାଇ ପଛକୁ ବୁଲାଇ ଫେରିବାକୁ ଚେଷ୍ଟା କରୁଥିବା ବେଳେ ଗୁଳି ଫୁଟିଥିଲା ା ଗୁଳିଟି ସଂଯୁକ୍ତାଙ୍କ ମୁଣ୍ଡରେ ବାଜିଥିଲା ା ଡ୍ରାଇଭର ଗାଡି ନ ଅଟକାଇ ବାଲନ୍ଦାପଡା ମେଡିକାଲ ନେଇ ଆସିଥିଲେ ା ସେଠାରେ ସଞ୍ଜୁକ୍ତାଙ୍କ ମୃତ୍ୟୁ ଘଟିଥିଲା ା