ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର, ୭ା୨ (ସ୍ବ.ପ୍ର.)- ମଣିଷ ସଭ୍ୟତା ସହିତ ଜଙ୍ଗଲ ବହୁ ଆଗରୁ ଜଡିତ। ଏଣୁ ବନବାସୀମାନେ ବଣଜଙ୍ଗଲକୁ ଦେବଦେବୀ ଭାବେ ପୂଜା କରିଆସୁଛନ୍ତି। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଜଙ୍ଗଲ ଓ ପରିବେଶର ଅବକ୍ଷୟ ହେବାକୁ ଲାଗିଥିବାରୁ ଜଳବାୟୁରେ ପରିବର୍ତ୍ତନ ହେବା ସାଙ୍ଗକୁ ପ୍ରାକୃତିକ ଦୁର୍ବିପାକ ଘଟୁଛି। ଏଣୁ ଏବେ ଜଙ୍ଗଲର ଉପାଦେୟତା ସମସ୍ତେ ବୁଝି ପାରୁଛନ୍ତି। ଏଣୁ ବନୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ଜାଳେଣି ପାଇଁ କାଠର ଆବଶ୍ୟକତା ଅଧିକ ରହିଛି। ଏହାର ବିକଳ୍ପ ଯଦିଓ ଗ୍ୟାସ, ବିଦ୍ୟୁତ୍‌ ହିଟର ରହିଛି ତେବେ ବ୍ୟୟବହୁଳ ଓ ଚାହିଦା ମୁତାବକ ମିଳୁନଥିବାରୁ ଲୋକମାନେ ଜଙ୍ଗଲ ଉପରେ ନିର୍ଭରଶୀଳ ହେଉଛନ୍ତି ା ଏଣୁ ଜାଳେଣି ପାଇଁ ଜଙ୍ଗଲ କାଟିବା ଉପରେ ପ୍ରଶାସନ କିମ୍ବା ସରକାର ରୋକ ଲଗାଇପାରୁନାହାନ୍ତି। ଫଳରେ ଜଙ୍ଗଲ ଓ ପରିବେଶ ନଷ୍ଟ ହେବାକୁ ଲାଗିଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ପରିସ୍ଥିତିରେ ଜଙ୍ଗଲର ସୁରକ୍ଷା ଏବଂ ଜଙ୍ଗଲକୁ ଭୟାବହ ଅଗ୍ନିକାଣ୍ଡରୁ ରକ୍ଷା କରିବା ପାଇଁ କେନ୍ଦୁଝର ଜିଲାର ବହୁ ଅଞ୍ଚଳରେ ବିଶେଷ କରି ମହିଳାମାନେ ଗଛରୁ ପଡୁଥିବା ଶୁଖିଲା ପତ୍ରକୁ ସଂଗ୍ରହ କରି ଜାଳେଣି କାମରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ା ଯଦିଓ ଏହା ଜାଳେଣି ସମସ୍ୟାକୁ ସମ୍ପୂର୍ଣ୍ଣ ଦୂର କରି ପାରୁନାହିଁ ତେବେ ଏହା ଦ୍ୱାରା ଜଙ୍ଗଲର ସୁରକ୍ଷା କରିବା ସହ ଜାଳେଣି ସମସ୍ୟା ଅନେକାଂଶରେ ଦୂର ହୋଇ ପାରୁଛି ା ଏପରିକି ଶୁଖିଲା ପତ୍ରକୁ ଜଙ୍ଗଲରୁ ସଂଗ୍ରହ କରି ବର୍ଷକ ପାଇଁ ସାଇତି ରଖିଥାନ୍ତି ା
ଜିଲାର ସଦର, ପାଟଣା, ଘଟଗାଁ, ସାହାରପଡା, ଝୁମ୍ପୁରା, ଚମ୍ପୁଆ, ବାଂଶପାଳ, ତେଲକୋଇ ଆଦି ବ୍ଲକ ଅଞ୍ଚଳରେ ଲକ୍ଷ ଲକ୍ଷ ପରିବାର ଶୁଖିଲା ପତ୍ର ସଂଗ୍ରହ କରି ଜାଳେଣି କରିଥାନ୍ତି ା ଅନେକ ଅଞ୍ଚଳରେ ଗ୍ରାମ କମିଟି ଗଠନ କରି ଏହି ଶୁଖିଲା ପତ୍ରକୁ ବିକ୍ରି କରି ଦୁଇ ପଇସା ସଂଗ୍ରହ କରିଥାନ୍ତି ଏବଂ ଏହି ଅର୍ଥରେ ଜଙ୍ଗଲ ଦେଖାରଖା କରିଥାନ୍ତି। ଲୋକମାନେ ସଂରକ୍ଷିତ ଓ ଗ୍ରାମ ନିକଟରେ ଥିବା ଶାଳ, ଆକାଶିଆ,ୟୁକାଲିପଟାସ,ଝାଉଁ ଆଦି ଜଙ୍ଗଲରୁ ଗାଁ ଲୋକେ ଜାଳେଣି ପାଇଁ ତଳେ ପଡିଥିବା ଶୁଖିଲା ପତ୍ରକୁ ଝାଡୁରେ ସାଉଁଟି ଜାଲିରେ ଭର୍ତ୍ତି କରି ଘରକୁ ବୋହି ନିଅନ୍ତି। ଏହା ଦ୍ୱାରା ଜାଳେଣି ସମସ୍ୟା ଦୂର ହେବା ସହ ଜଙ୍ଗଲ ଓ ପରିବେଶର ସୁରକ୍ଷା କରାଯାଇପାରୁ ଥିବାରୁ ଏଥିପାଇଁ ଅଧିକ ଜନ ସଚେତନତାର ଆବଶ୍ୟକତା ରହୁଛି ବୋଲି କହିଛନ୍ତି ପରିବେଶବିତ୍‌ ରମେଶ ଚନ୍ଦ୍ର ମିଶ୍ର କହିଛନ୍ତି। ଏହି ପତ୍ର ବିକି ଅନେକ ଚଳୁଛନ୍ତି ତ ଅନେକ ରୋଷେଇ କାମରେ ବ୍ୟବହାର କରୁଛନ୍ତି ା ଗ୍ୟାସ ପର୍ଯ୍ୟାପ୍ତ ମିଳୁନାହିଁ ଓ ବ୍ୟୟ ବହୁଳ ହେଉଥିବାରୁ ଏହି ପତ୍ର ଆମର ବହୁତ କାମରେ ଲାଗୁଛି ବୋଲି ମିନା ମାଝି କହିଛନ୍ତି। ଏହା ଦ୍ୱାରା ଜଙ୍ଗଲରେ ନିଆଁ ଲାଗିବା ସମସ୍ୟା ଦୂର ହେବା ସହ ଜାଳେଣି ପାଇଁ ଗଛ କାଟିବାକୁ ପଡୁନଥିବାରୁ ଏଭଳି ଶୁଖିଲା ପତ୍ର ସଂଗ୍ରହ କରି ଜାଳେଣି କାର୍ଯ୍ୟରେ ବ୍ୟବହାର କରାଯିବା ସ୍ବାଗତ ଯୋଗ୍ୟ ଅଟେ ବୋଲି ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ପରିବେଶବିତ୍‌ ହରେକୃଷ୍ଣ ମହାନ୍ତ କହିଛନ୍ତି ା ଏଣୁ ଏ ଦିଗରେ ସଚେତନତା ସୃଷ୍ଟି କରି ପ୍ରୋତ୍ସାହିତ କରାଯିବା ଉଚିତ ବୋଲି ପରିବେଶବତ୍‌ମାନେ ମତବ୍ୟକ୍ତ କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri