ଜଗତ୍ସିଂହପୁର ଅଫିସ,୧୪।୩: ସ୍ଥାନୀୟ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଜଣେ ନାବାଳକ ଛାତ୍ରଙ୍କୁ ଶିକ୍ଷା ଅଧିକାରରୁ ବଞ୍ଚିତ କରାଯିବା ସହ ମାନସିକ ନିର୍ଯାତନା ଦିଆଯାଇଥିଲା। ଏଥିସହ ସିବିଏସ୍ଇ ନିର୍ଦ୍ଦେଶନାମାର ଖିଲାପ କରାଯାଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଛାତ୍ର ଓ ତାଙ୍କ ବାପା ୨୦୧୫ରେ ଜଗତ୍ସିଂହପୁର ଜିଲା ଖାଉଟି ବିବାଦ ପ୍ରତିକାର ମଞ୍ଚରେ ଅଭିଯୋଗ କରିଥିଲେ। ଏହି ମାମଲାର ବିଚାର କରି ମଞ୍ଚର ଭାରପ୍ରାପ୍ତ ସଭାପତି ସକୁନ୍ତଳା ଚୌଧୁରୀ ଓ ସଭ୍ୟ ଲକ୍ଷ୍ମୀ ନାରାୟଣ ଦାଶ ଚୌଧୁରୀ ହାଇସ୍କୁଲର ସମ୍ପାଦକ ଓ ଅଧ୍ୟକ୍ଷଙ୍କୁ ସମ୍ପୃକ୍ତ ଛାତ୍ରଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ସମ୍ପାଦକ ଓ ଅଧ୍ୟକ୍ଷ ଅଭିଯୋଗକାରୀଙ୍କୁ କ୍ଷତିପୂରଣ ବାବଦ ୫.୨୦ ଲକ୍ଷ ଟଙ୍କା ଦେବେ। ୩୦ ଦିନ ମଧ୍ୟରେ ଏହା ଦେବାକୁ ନିର୍ଦ୍ଦେଶ ରହିଛି।
ନିର୍ଦ୍ଦେଶରେ ଉଲ୍ଲେଖ ଅଛି, ସ୍ଥାନୀୟ କଣ୍ଟାବଲ୍ଲଭପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ପି. ଶକ୍ତିପ୍ରୟାସ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିକ୍ଷାଲାଭ କରୁଥିବା ବେଳେ ତାଙ୍କୁ ବାଧ୍ୟତାମୂଳକ ଟିସି ଦିଆଯିବା ପାଇଁ ୧୪ା୯ା୧୫ରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରି କି ଶିକ୍ଷାବର୍ଷ ଶେଷରେ ଛାତ୍ରଙ୍କୁ ହାଇସ୍କୁଲ ସମ୍ପାଦକ ଓ ଅଧ୍ୟକ୍ଷ ପୁନଃ ନାମଲେଖାଇବା ପାଇଁ ସୁଯୋଗ ଦେଇ ନ ଥିଲେ। ଏହାର ପ୍ରତିବାଦରେ ଅଭିଯୋଗକାରୀ ଓଏସ୍ସିପିସିଆର୍ (ଓଡ଼ିଶା ଷ୍ଟେଟ୍ କମିଶନ ଫର ପ୍ରୋଟେକ୍ସନ୍ ଫର ଚାଇଲ୍ଡ ରାଇଟ୍ସ)ର ଆଶ୍ରୟ ନେଇଥିଲେ। ଓଏସ୍ସିପିସିଆର୍ ପକ୍ଷରୁ ମାମଲା ସଂଖ୍ୟା ୭୬୪/୧୫ ରୁଜୁ କରାଯାଇ ୭ଦିନ ମଧ୍ୟରେ ଛାତ୍ରଙ୍କୁ ପୁନଃ ନାମଲେଖାଇବା ପାଇଁ ପ୍ରତିପକ୍ଷଦ୍ୱୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରତିପକ୍ଷ କୌଣସି ପଦକ୍ଷେପ ନେଇ ନ ଥିଲେ। ଅନ୍ୟପଟେ ସିବିଏସ୍ଇ ଆଞ୍ଚଳିକ ନିର୍ଦ୍ଦେଶକ ଓ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସେମାନେ ମଧ୍ୟ ବିନା ଅନୁଧ୍ୟାନରେ ବିଦ୍ୟାଳୟକୁ ଆଫିଲିଏସନ୍ ଦେଇଥିଲେ। ଅଭିଯୋଗକାରୀ ଏକଥା ମଧ୍ୟ ଦର୍ଶାଇଥିଲେ ଯେ, ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରୁଥିବା କେତେକ ଶିକ୍ଷକଙ୍କ ଆବଶ୍ୟକ ଯୋଗ୍ୟତା ନାହିଁ। କେବଳ ଏତିକି ନୁହେଁ, ବିଦ୍ୟାଳୟର ଖେଳ ପଡିଆ ଓ କମ୍ପ୍ୟୁଟର ଲାବ୍ ନ ଥିବା ସାଙ୍ଗକୁ ଶିକ୍ଷକ-ଛାତ୍ର ଅନୁପାତ ପାଳନ କରାଯାଉନାହିଁ। ଯାହାକି ସିବିଏସ୍ଇ ନିର୍ଦ୍ଦେଶନାମାର ଖିଲାପ। କିନ୍ତୁ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପାଇଁ ଅର୍ଥ ଆଦାୟ ଚାଲିଛି। ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କଠାରୁ ଫି’ବାବଦ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା। ତେବେ ଏହା ଉପରେ ମଞ୍ଚ ପକ୍ଷରୁ ସମସ୍ତ ୪ ଜଣ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଥିଲା। ପ୍ରତିପକ୍ଷମାନେ ମଞ୍ଚରେ ସେମାନଙ୍କ ଯୁକ୍ତି ଉପସ୍ଥାନ କରିଥିଲେ। ବିଦ୍ୟାଳୟ ସମ୍ପାଦକ ଓ ଅଧ୍ୟକ୍ଷ ସେମାନଙ୍କ ନାଁରେ କରାଯାଇଥିବା ଅଭିଯୋଗକୁ ଅସ୍ବୀକାର କରିଥିଲେ। ସିବିଏସ୍ଇର ଦୁଇ ଅଧିକାରୀ ଅନୁରୂପ ଭାବେ ସେମାନଙ୍କ ଯୁକ୍ତି ଶୈଳୀରେ ଆଇନର ଭୁଲ ଧାରଣା ସୃଷ୍ଟି ପାଇଁ ଉଦ୍ୟମ ହୋଇଥିବା ପ୍ରମାଣ କରିବାକୁ ଚାହିଁଥିଲେ। ସେମାନେ କହିଥିଲେ ଅଭିଯୋଗ ଉପରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଗାଇଡ ଲାଇନ୍ ଅନୁଯାୟୀ ପଦକ୍ଷେପ ନିଆଯାଇଛି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଉପରେ ମଞ୍ଚ ପକ୍ଷରୁ ରାୟରେ ଉଲ୍ଲେଖ କରାଯାଇଛି ୨୦୦୯ ଶିକ୍ଷା ଅଧିକାର ଆଇନର ଅନୁଚ୍ଛେଦ ୨୧(ଏ) ଅନୁଯାୟୀ କୌଣସି ପିଲାର ବୟସ ୬ରୁ ୧୪ ବର୍ଷ ଭିତରେ ହୋଇଥିଲେ ତାଙ୍କୁ ଶିକ୍ଷାନୁଷ୍ଠାନ ନାମଲେଖାରୁ ବଞ୍ଚତ୍ତ କରିପାରବେ ନାହିଁ। ଏପରି କି ବିଦ୍ୟାଳୟରୁ ବହିଷ୍କାର କରିପାରିବ ନାହିଁ। ଏଥିରୁ ସ୍ପଷ୍ଟ ଅଭିଯୋଗକାରୀଙ୍କ ପ୍ରତି ଅନ୍ୟାୟ ହୋଇଛି। ଶିକ୍ଷା ଅଧିକାର ଆଇନର ଉଲ୍ଲଙ୍ଘନ ହୋଇଛି। ତେଣୁ ଏନେଇ ଅଭିଯୋଗକାରୀଙ୍କୁ ବିଦ୍ୟାଳୟ ସମ୍ପାଦକ ଓ ଅଧ୍ୟକ୍ଷ କ୍ଷତିପୂରଣ ବାବଦରେ ୪ ଲକ୍ଷ, ସେବା ଦେବାରେ ଖିଲାପ ଓ ମାନସିକ ଯନ୍ତ୍ରଣା ଦେଇଥିବାରୁ ୧ ଲକ୍ଷ, ବିବାଦ ସୃଷ୍ଟି କରିଥିବାରୁ ୨୦ ହଜାର ଏହିପରି ମୋଟ ୫.୨୦ ଲକ୍ଷ ଟଙ୍କା ଦେବେ। ୩୦ ଦିନ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ମଞ୍ଚ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।
Posted inଆମ ଜିଲା ଖବର, ଜଗତ୍ସିଂହପୁର, ରାଜ୍ୟ View All
ନବୀନଙ୍କ ଟାର୍ଗେଟ୍ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍ ବସିବାକୁ ଧୈର୍ଯ୍ୟ ନାହିଁ’
ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...
ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା
ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...
ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା
ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...
୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…
ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...
ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ
ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...
ଯାଉଥିବାବେଳେ ହଠାତ୍ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…
ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...
Archives


