Categories: ଖେଳ

ଜାପାନ ଓପନ: ଶେଷ ହେଲା ଭାରତର ଅଭିଯାନ

ଟୋକିଓ,୨୭।୭(ପି.ଟି.)- ଚଳିତ ଜାପାନ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ସାଢ଼େ ୭ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଇଭେଣ୍ଟର ସେମିଫାଇନାଲରେ ବି. ସାଇ ପ୍ରଣୀଥ ବିଶ୍ୱର ନଂ ୧ ର଼୍ୟାଙ୍କ୍‌ କେଣ୍ଟୋ ମୋମୋଟାଙ୍କଠାରୁ ହାରିଯାଇଛନ୍ତି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଣୀଥ ୧୮-୨୧, ୧୨-୨୧ ଗେମ୍‌ରେ ପରାସ୍ତ ହୋଇଛନ୍ତି। ଏକତରଫା ମ୍ୟାଚ୍‌ ୪୫ ମିନିଟ୍‌ ଧରି ଚାଲିଥିଲା। ମ୍ୟାଚ୍‌ ଆରମ୍ଭରୁ ଅଣସିଡ୍‌ ଭାରତୀୟ ଖେଳାଳି ଭଲ ଖେଳ ଦେଖାଇଥିଲେ। ହେଲେ ସେ ମ୍ୟାଚ୍‌ର ପରବର୍ତ୍ତୀ ସମୟରେ ଜାପାନିଜ ଷ୍ଟାରଙ୍କ ସମ୍ମୁଖୀନ ହୋଇପାରିଥିଲେ। ଜାନ ଓ ଜର୍ଗେସେନ ଓ ଜୋନାଥନ ଖ୍ରିଷ୍ଟିଙ୍କ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲ ବିଜେତା ଫାଇନାଲରେ ମୋମୋଟାଙ୍କୁ ଭେଟିବେ।

Share