Categories: ଖେଳ

ଜାନୁୟାରୀ ୧୦ରୁ ମୁସ୍ତାକ ଅଲି ଟି୨୦

ନୂଆଦିଲ୍ଲୀ, ୧୩।୧୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବହୁ ବିଳମ୍ବରେ ଆୟୋଜନ କରିବାକୁ ଯାଉଛି ଘରୋଇ ସିଜନର ସୟଦ ମୁସ୍ତାକ ଅଲି ଟ୍ରଫି। ଏହି ଟି୨୦ ଭିତ୍ତିକ ଇଭେଣ୍ଟ ଜାନୁୟାରୀ ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ୬ଟି ରାଜ୍ୟରେ ଆୟୋଜନ କରାଯିବ। ସମସ୍ତ ଭେନ୍ୟୁରେ ବାଇଓ ସିକ୍ୟୁର ହବ ପ୍ରସ୍ତୁତ ହେବ। ଅଂଶଗ୍ରହଣକାରୀ ଦଳ ଜାନୁୟାରୀ ୨ ତାରିଖ ସୁଦ୍ଧା ନିର୍ଦ୍ଧାରିତ ଭେନ୍ୟୁରେ ରିପୋର୍ଟ କରିବାକୁ ପଡ଼ିବ।

ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରତ୍ୟେକ ରାଜ୍ୟଙ୍କୁ ମେଲ ଜରିଆରେ ମୁସ୍ତାକ ଅଲି ଟୁର୍ନାମେଣ୍ଟ ଆରମ୍ଭ କରାଯାଉଥିବା ସୂଚନା ଦେଇଛନ୍ତି। ତେବେ ରଣଜୀ ଟ୍ରଫି କେବେ ଠାରୁ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ରାଜ୍ୟମାନଙ୍କଠାରୁ ମିଳିଥିବା ପ୍ରତିକ୍ରିୟା ପରେ ମୁଁ ଖସିର ସହ ଜଣାଇବାକୁ ଚାହୁଁଚି ଯେ, ବିସିସିଆଇ ୨୦୨୦-୨୧ ଘରୋଇ ସିଜନ ଟି୨୦ ଟୁର୍ନାମେଣ୍ଟ ସହ ଆରମ୍ଭ କରିବାକୁ ଯୋଜନା କରୁଛି। ଜାନୁୟାରୀ ୨ ତାରିଖ ସୁଦ୍ଧା ପ୍ରତ୍ୟେକ ଦଳକୁ ହବରେ ରିପୋର୍ଟି କରିବାକୁ ପଡ଼ିବ ବୋଲି ଶାହା କହିଛନ୍ତି।

Share