ଜାତୀୟ ସେବା ଯୋଜନା ପକ୍ଷରୁ ସ୍ବଚ୍ଛତା ପକ୍ଷ ପାଳିତ

ଚଣ୍ଡିଖୋଲ, ୧୪।୮(ଡି.ଏନ୍‌.ଏ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଓ ଜାତୀୟ ସେବା ଯୋଜନାର ସୁବର୍ଣ୍ଣ ଜୟନ୍ତୀ ବର୍ଷ ଉପଲକ୍ଷେ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ବଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ଅଗଷ୍ଟ ୧ତାରିଖରୁ ଆରମ୍ଭ କରି ୧୫ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଯିବ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଛାତ୍ରୀଛାତ୍ରମାନେ ଚାରାରୋପଣ, ବିଭିନ୍ନ ଗ୍ରାମାଞ୍ଚଳରେ ସଫେଇ, ସଚେତନତା ଶୋଭାଯାତ୍ରା ଓ ରକ୍ତଦାନ ଶିବିର ଆଦି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ମିଶ୍ର ଓ ପୂର୍ବତନ ଅଧକ୍ଷ କେଦାର ନାଥ ଦାସ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି, ଅଧ୍ୟାପିକା ସୁଜାତା ସେନାପତି, ନିରଞ୍ଜନ ବେହେରା ପ୍ରମୁଖ ପରିଚାଳନା କରିଥିଲେ।