ଜାତୀୟ ମହିଳା ଆୟୋଗ ସଦସ୍ୟଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ ଅଫିସ,୧୫ା୯-ଜାତୀୟ ମହିଳା ଆୟୋଗ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ କନ୍ଧମାଳ ଗସ୍ତରେ ଆସି ମହିଳାମାନଙ୍କ ବିଭିନ୍ନ ସମସ୍ୟା ଉପରେ ଅବଗତ ହେବା ସହ ସମୀକ୍ଷା କରିଛନ୍ତି। ଶନିବାର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ସମାଜରେ ଲିଙ୍ଗଗତ ଭେଦଭାବ ଦୂର କରିବା, ବାଳିକା ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ମହିଳାମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଅବଗତ କରାଇଥିଲେ। ୨୦୧୩ ରୁ ୧୯ ଅଗଷ୍ଟ ଶେଷ ସୁଦ୍ଧା ବିଭିନ୍ନ ପ୍ରକାର ଯୌନ ଶୋଷଣର ଶିକାର ହୋଇଥିବା ୨୦୬ ମହିଳାଙ୍କୁ ୮୫ ଲକ୍ଷ ୫୨ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଛି। ବାଲିଗୁଡ଼ାସ୍ଥିତ ଆଦିମ ଜାତି ଦେବ ସଂଘ ଏବଂ ଜି.ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ କାର୍ଯ୍ୟକାରୀ ହେଉଥିବା ସ୍ବଧାର ଗୃହରେ ଯଥାକ୍ରମେ ୩୦ ଓ ୨୩ ଜଣ ଅନ୍ତେବାସିନୀ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ବାଲିଗୁଡ଼ାରେ ୧୧ ଜଣ ଓ ଜି.ଉଦୟଗିରିରେ ୫ ଜଣ ୧୮ ବର୍ଷରୁ କମ୍‌ ବୟସ୍କ ଅଛନ୍ତି। ଏମାନଙ୍କ ଜୀବନଯାପନ, ସୁରକ୍ଷା ସମେତ ବୃତିଗତ ଦକ୍ଷତା ବିକାଶ ପାଇଁ ଜିଲା ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ସଦସ୍ୟାଙ୍କୁ ଅବଗତ କରାଯାଇଥିଲା। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା, ଓର୍‌ମାସ୍‌ ଏବଂ ସମନ୍ବିତ ଜରିଆରେ ବାଲିଗୁଡ଼ା, ଜି.ଉଦୟଗିରି ସ୍ଥିତ ସ୍ବଧାର ଗୃହରୁ ଚଳିତ ବର୍ଷ ଯଥାକ୍ରମେ ୧୧ ଓ ୨୫ ଜଣ କର୍ମସଂସ୍ଥାନ ପାଇଥିବାରୁ ସଦସ୍ୟା ସନ୍ତୋଷ ବ୍ୟକ୍ତ କରିଥିଲେ। ଯୌନ ଉପତ୍ୀଡ଼ନର ଶୀକାର ହେଉଥିବା ମହିଳାମାନଙ୍କୁ ସୁରକ୍ଷା ଓ ସେବା ଯୋଗାଇ ଦେବା ପାଇଁ ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେଉଥିବା ମହିଳା ଓ ଶିଶୁ ଡେସ୍କ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଖୋଲାଯାଇଥିବା ସଖୀ କେନ୍ଦ୍ରର ସମସ୍ତ ଦିଗ ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସଦସ୍ୟା ଦେବୀ ପଚାରି ବୁଝିଥିଲେ। ଜିଲାରେ ବତ୍ତର୍ର୍ମାନ ସୁଦ୍ଧା ୧୪ ହଜାର ୭୨୧ ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରେ ୧ ଲକ୍ଷ ୬୬ ହଜାର ୧୫୫ ଜଣ ସଦସ୍ୟା ରହିଛନ୍ତ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ଅଂଶୀଦାର କରାଯାଇଛି। ଏତଦ୍‌ବ୍ୟତୀତ ଜୀବନ ଜୀବିକାର ଉନ୍ନତି ଲାଗି ଛତୁଚାଷ, ମତ୍ସ୍ୟଚାଷ, ଛେଳି ଓ କୁକୁଡ଼ା ପାଳନ, ଖାଦ୍ୟ ପ୍ରକ୍ରୀୟାକରଣ ଆଦି ଉପରେ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରାଯାଉଛି। ସେମାନଙ୍କ ଦ୍ୱାରା ଉପତ୍ାଦିତ ସାମଗ୍ରୀର ବଜାର ବ୍ୟବସ୍ଥା ଉପଲବ୍ଧ କରାଯାଇଛି ବୋଲି ବୈଠକରେ କୁହା ଯାଇଥିଲା। ସେହିପରି ବାଳିକା ବିଦ୍ୟାଳୟ, କନ୍ୟାଶ୍ରମ, ଛାତ୍ରୀନିବାସ ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସମ୍ପର୍କୀତ ସବିଶେଷ ତଥ୍ୟ ସଦସ୍ୟା ଦେବୀଙ୍କୁ ଦିଆଯାଇଥିଲା।
ଅକ୍ଟୋବର ୨ରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଗ୍ରାମ ସଭାରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଥିବା ମହିଳାମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ରୋଲ୍‌ ମଡ଼େଲ୍‌ ଭାବେ ଉପସ୍ଥାପିତ କରିବା, ବାଲ୍ୟ ବିବାହକୁ ବନ୍ଦ କରିବା ଦିଗରେ ପଞ୍ଚାୟତ ସମିତି ବୈଠକରେ ପଦକ୍ଷେପ ନେବା, ପଞ୍ଚାୟତ କାର୍ଯ୍ୟଳୟର ବାହାର କାନ୍ଥରେ ଏବଂ ବିଦ୍ୟାଳୟରେ ମହିଳାଙ୍କ ଅଧିକାର ଓ ସେମାନଙ୍କ ପାଇଁ ଆବଶ୍ୟକୀୟ ତଥ୍ୟ ସମ୍ବଳିତ ୱାଲ୍‌ ପେଣ୍ଟିଂ କରିବା, ହୋର୍ଡ଼ିଂ ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଜିଲାପାଳ ଡା. ବୃନ୍ଦା ଡି., ଏସ୍‌ପି ପ୍ରତୀକ ଗୀତା ସିଂ, ରାଜ୍ୟ ମହିଳା ଆୟୋଗର ବରିଷ୍ଠ କ୍ଷେତ୍ର ଅଧିକାରିଣୀ ବିଜୟା ବେରୁଆଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri