ଜାତୀୟସ୍ତରରେ ବଣ୍ଟିଙ୍କ କୃତିତ୍ୱ

ଜଗତ୍‌ସିଂହପୁର ଅଫିସ୍‌,୭।୨: ନିଷ୍ଠା, ଆତ୍ମବିଶ୍ୱାସ ଓ କଠୋର ପରିଶ୍ରମ ଆଗରେ ଦାରିଦ୍ର୍ୟତା ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସ୍ଥାନୀୟ ଶିଶୁ ଆଶ୍ରମରେ। ଆଶ୍ରମର ଅନ୍ତେବାସୀ ତଥା ଜଗତ୍‌ସିଂହପୁର ଥାନା ପାଇକରାବାଟୀ ଅଧୀନ ଗଡ଼ମାର ନୟନା ମଲ୍ଲିକଙ୍କ ପୁଅ ବଣ୍ଟି (୧୬) କଠୋର ପରିଶ୍ରମ ବଳରେ ଜାତୀୟସ୍ତରରେ କୃତିତ୍ୱ ହାସଲ କରିଛନ୍ତି। ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକ ଦ୍ୱାରା ହେଉଥିବା ଜାତୀୟସ୍ତରୀୟ ହୌସଲା ପ୍ରତିଯୋଗିତାରେ ବଣ୍ଟି ରୋପ୍ୟ ପଦକ ଜିତି ଜଗତ୍‌ସିଂହପୁର ଜିଲା ପାଇଁ ଗୌରବ ଆଣିଛନ୍ତି। ଗତ ଡିସେମ୍ବର ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ପ୍ରତିଯୋଗିତାରେ ଭାଗନେଇ ସେ ଉଚ୍ଚ ଡିଆଁ (ହାଇ ଜମ୍ପ)ରେ ୨ୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଛନ୍ତି।
ଶିଶୁ ଆଶ୍ରମ ସୁପରିଣ୍ଟେଣ୍ଡେଣ୍ଟ ଅଞ୍ଜନେୟ ଆଚାର୍ଯ୍ୟ କହିଛନ୍ତି, ବଣ୍ଟି ଓ ତାଙ୍କ ସାନ ଭଉଣୀ ରାନୁ ଉଭୟ ୫ ବର୍ଷ ହେଲା ଆଶ୍ରମରେ ରହୁଛନ୍ତି। ବଣ୍ଟି ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀରେ ଶିକ୍ଷାଲାଭ କରୁଛନ୍ତି। ବଣ୍ଟି ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଗୋଟିଏ ବିଷୟରେ କମ୍‌ ନଂ. କାରଣରୁ ଫେଲ୍‌ ହୋଇଯାଇଛନ୍ତି। ସେମାନଙ୍କୁ ତାଙ୍କ ବାପା ପଚାରୁ ନଥିବାରୁ ଚାଳ ଘରଟିଏ ଥିଲେ ସୁଦ୍ଧା ସେମାନେ ମା’ଙ୍କ ସହ ବାରଣ୍ଡାରେ ରାତ୍ରିଯାପନ କରୁଥିଲେ। ଦିନରେ ତାଙ୍କ ମା’ ପାଖାପାଖି ୧୦ କି.ମି. ଚାଲି ଆସିି ସ୍ଥାନୀୟ କଲେଜ ଛକରେ ଥିବା ଏକ ଶପିଂ ମଲ୍‌ରେ ପହଞ୍ଚୁଥିଲେ। ମଲ୍‌ରେ ଘର ଓଳାଓଳି ପାଇଁ ତାଙ୍କୁ ମାସିକ ୯୫୦ଟଙ୍କା ପାରିଶ୍ରମିକ ମିଳୁଥିଲା। ଏହି ଟଙ୍କାରେ ପରିବାର ଚଳାଇବା କଷ୍ଟକର ହେବାରୁ ସେ ପିଲା ଦୁହିଁଙ୍କୁ ଶିଶୁ ଆଶ୍ରମରେ ରଖିବାକୁ ଚାହିଁଥିଲେ। ଏ ନେଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ)ରେ ଦରଖାସ୍ତ କରିଥିଲେ। ଏହାପରେ ବଣ୍ଟି ଓ ରାନୁଙ୍କୁ ଆଶ୍ରମରେ ରଖାଯାଇଥିଲା। ସେବେଠାରୁ ବଣ୍ଟି ଓ ରାନୁଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ବଣ୍ଟି ଖେଳିବାକୁ ଭଲ ପାଆନ୍ତି। ତାଙ୍କର କ୍ରୀଡ଼ା ପ୍ରେମ, ଦୃଢ଼ ମନୋବଳ ଓ ନିଷ୍ଠା ଯୋଗୁ ସେ ଏହି ସଫଳତା ପାଇଛନ୍ତି। ସେ କହିଛନ୍ତି, ଗତବର୍ଷ ଜିଲାସ୍ତରୀୟ ହୌସ୍‌ଲା ପ୍ରତିଯୋଗିତାରେ ବଣ୍ଟି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ। ଏବର୍ଷ ସେ ବିଭିନ୍ନ କ୍ରୀଡ଼ାରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତେଣୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଜାତୀୟ ହୌସ୍‌ଲା ପ୍ରତିଯୋଗିତାରେ ଭାଗ ନେବା ପାଇଁ ପଠାଯାଇଥିଲା। ସେଠାରେ ସେ ଉଚ୍ଚଡିଆଁରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ଜିଲା ଶିଶୁ ମଙ୍ଗଳ ସମିତି, ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଏବଂ ଶିଶୁ ଆଶ୍ରମ ପରିଚାଳନା କମିଟି ପକ୍ଷରୁ ବଣ୍ଟିଙ୍କୁ ସମ୍ମାନିତ କରାଯାଇଛି। କେବଳ ବଣ୍ଟି ନୁହେଁ, ରାନୁ ମଧ୍ୟ ରାଜ୍ୟସ୍ତରୀୟ ହୌସ୍‌ଲା ପ୍ରତିଯୋଗିତାକୁ ମନେନୀତ ହୋଇଥିଲେ। ସେ ଜଣେ ଭଲ ନୃତ୍ୟଶିଳ୍ପୀ। ବଣ୍ଟିଙ୍କ ଏହି ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri