ଜଷ୍ଟିସ ଅରିଜିତ ପଶାୟତ ପାଇବେ ଭୂମି ଗୌରବ ସମ୍ମାନ

କଟକ ଅଫିସ, ୧୧।୮: ଆସନ୍ତା ୧୭ରେ କଟକ ସାରଳା ଭବନଠାରେ ବିଶିଷ୍ଟ ଆଇନଜ୍ଞ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରିଜିତ ପଶାୟତଙ୍କୁ ଭୂମି ଗୌରବ ସମ୍ମାନରେ ସମ୍ମାନିତ କରାଯିବ। ସାରଳା ସାହିତ୍ୟ ସଂସଦ ଏବଂ ଚେଳିତୋଳ କଲଚରାଲ ଏକାଡମୀ ପକ୍ଷରୁ ଜଷ୍ଟିସ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ଓ ସିଦ୍ଧିର ସ୍ବୀକୃତି ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସାହିତ୍ୟ ସଂସଦ ପକ୍ଷରୁ କୁହାଯାଇଛି। ଜଷ୍ଟିସ ପଶାୟତ ହାଇକୋର୍ଟର କାର୍ଯ୍ୟନିର୍ବାହୀ ମୁଖ୍ୟବିଚାରପତି ଓ ମୁଖ୍ୟ ବିଚାରପତି, କେରଳ ଓ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି, ସୁପ୍ରିମକୋର୍ଟର ବିଚାରପତି ଭାବେ ବହୁ ଐତିହାସିକ ରାୟ ଦେଇଛନ୍ତି। ୧୯୪୪ ମେ ୧୦ରେ ଜଗତ୍‌ସିଂହପୁର ଜିଲାର ରାଣୀପଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।