Posted inଜାତୀୟ

ଜଷ୍ଟିସ୍‌ ତାହିଲରମଣିଙ୍କ ବିରୋଧରେ ଅନିୟମିତତା ଅଭିଯୋଗ: ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧ା୧୦: ଗୋଇନ୍ଦା ବ୍ୟୁରୋ (ଆଇବି) ରିପୋର୍ଟ ଆଧାରରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭି.କେ. ତାହିଲରମଣିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଚେନ୍ନାଇରେ ଦୁଇଟି ଫ୍ଲାଟ କିଣିବା, ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବା ଏକ ମୂର୍ତ୍ତି ଚୋରି ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ଖଣ୍ଡପୀଠକୁ ଭାଙ୍ଗିଦେବା ଏବଂ ତାମିଲନାଡୁର ଜଣେ ମନ୍ତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ଭଳି ଅନିୟମିତା ଅଭିଯୋଗ ହୋଇଥିଲା।
ଜଷ୍ଟିସ୍‌ ତାହିଲରମଣିଙ୍କୁ ମେଘାଳୟ ହାଇକୋର୍ଟକୁ ବଦଳି କରାଯିବାରୁ ସେ ଇସ୍ତଫା ଦେଇଥିଲେ। ସୁପ୍ରିମକୋର୍ଟ କଲେଜିୟମ ଅଗଷ୍ଟ ୨୮ରେ ତାଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରିବା ଲାଗି ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ସେ ଅନୁରୋଧ କରିଥିଲେ ହେଁ କଲେଜିୟମ ତାହାକୁ ଗ୍ରହଣ ନ କରିବାରୁ ସେ ସେପ୍ଟେମ୍ବର ୬ରେ ଇସ୍ତଫା ଦେଇଥିଲେ। ତାଙ୍କୁ ହଇରାଣ କରିବା ଲାଗି ଉଦ୍ଦେଶ୍ୟମୂଳକ ଭାବେ ବଡ଼ ହାଇକୋର୍ଟରୁ ଏକ ଛୋଟ ହାଇକୋର୍ଟକୁ ବଦଳି କରାଯାଇଥିବା ଗୋଟିଏ ଗୋଷ୍ଠୀ ଆଇନଜୀବୀ ଅଭିଯୋଗ କରିଥିଲେ।
ଆଇବି ରିପୋର୍ଟ ଅନୁଯାୟୀ ଜଷ୍ଟିସ୍‌ ତାହିଲରମଣି ଚେନ୍ନାଇ ଉପକଣ୍ଠରେ ଥିତ୍ବା ଲୋରେନ୍‌ ଟାଓ୍ବାରରେ ଦୁଇଟି ଫ୍ଲାଟ ୩.୧୮ କୋଟି ଟଙ୍କାରେ କିଣିଛନ୍ତି। ଏଥିପାଇଁ ୧.୬୨ କୋଟି ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଋଣ କରିଥିବାବେଳେ ଗତ ଜୁନ୍‌-ଜୁଲାଇରେ ଅବଶିଷ୍ଟ ୧.୫୬ କୋଟି ନିଜସ୍ବ ଆୟରୁ ଦେଇଛନ୍ତି। ତାହିଲରମଣିଙ୍କର ୬ଟି ବ୍ୟାଙ୍କ ଆକାଉଣ୍ଟରୁ ୧.୬୧ କୋଟି ଟଙ୍କା ତାଙ୍କର ମୁମ୍ବାଇର ମହିମଠାରେ ଥିବା ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। । ୬ ଆକାଉଣ୍ଟ ମଧ୍ୟରୁ ତିନୋଟି ସେ ଓ ତାଙ୍କ ସ୍ବାମୀଙ୍କ ନାଁରେ ଜଏଣ୍ଟ ଆକାଉଣ୍ଟ ହୋଇଥିବାବେଳେ ଗୋଟିଏରେ ସେ ଓ ତାଙ୍କ ମାଆଙ୍କ ନାଁ ରହିଛି। ଅନ୍ୟ ଏକ ଆକାଉଣ୍ଟ ପୁଅ ନାଁରେ ଥିବାବେଳେ ଗୋଟିଏ ସାଲାରି ଆକାଉଣ୍ଟ। ଜୁଲାଇ ୮ରେ ୧୮ ଲକ୍ଷ ଟଙ୍କା ବିଚାରପତିଙ୍କ ଆକାଉଣ୍ଟକୁ ସେ ଓ ତାଙ୍କ ମାଆଙ୍କ ନାଁରେ ଥିବା ଯୁଗ୍ମ ଆକାଉଣ୍ଟରୁ ଆସିଥିବାବେଳେ ତା ପରମାସରେ ଏହାକୁ ଚେକ୍‌ ମାଧ୍ୟମରେ ଫେରାଇ ଦିଆଯାଇଛି। ସେହିପରି ଜଷ୍ଟିସ ମହାଦେବନଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠକୁ ଭାଙ୍ଗିଦିଆଯିବା ନେଇ ପ୍ରଶ୍ନ ଉଠିଛି। ମୂର୍ତ୍ତି ଚୋରି ମାମଲାର ଶୁଣାଣି କରୁଥିବା ଏହି ଖଣ୍ଡପୀଠକୁ ତାମିଲନାଡୁ ମନ୍ତ୍ରୀଙ୍କ ପ୍ରରୋଚନାରେ ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି। ଏହାବ୍ୟତୀତ ଜଷ୍ଟିସ ତାହିଲରମଣି କେତେଜଣ ଆଇନଜୀବୀଙ୍କୁ ଅନୁକମ୍ପା ଦେଖାଉଥିବା ମଧ୍ୟ ଆଇବି ରିପୋର୍ଟରେ ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri