Categories: ଜାତୀୟ

ଜଳ ସଙ୍କଟ ଉତ୍କଟ: ଦେଶର ୯୧ ଜଳାଶୟରେ ରହିଛି ୨୦ ପ୍ରତିଶତ ଜଳ

ନୂଆଦିଲ୍ଲୀ,୩।୬: ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଦେଶର ୯୧ ଟି ଜଳାଶୟରେ ମାତ୍ର ୨୦ ପ୍ରତିଶତ ଜଳ ରହିଥିବା କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ ମେ ୩୦ ସୁଦ୍ଧା ଏହି ଜଳାଶୟ ଗୁଡ଼ିକର ଜଳଧାରଣ କ୍ଷମତା ସମ୍ପର୍କିତ ତଥ୍ୟ ଏଥିରେ ପ୍ରକାଶ ପାଇଛି। ଏବେ ଏହି ଜଳାଶୟ ଗୁଡ଼ିକରେ ମୋଟ ୩୧.୬୫ ଶହ କୋଟି କ୍ୟୁବିକ୍‌ ମିଟର ଜଳ ରହିଛି। ପ୍ରାକ୍‌ ମୌସୁମୀରେ ଅନିୟମିତତା ଯୋଗୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର,ମହାରାଷ୍ଟ୍ର, କର୍ନାଟକ, ଗୁଜରାଟ ଏବଂ ରାଜସ୍ଥାନ ଆଦି ରାଜ୍ୟରେ ମରୁଡ଼ି ଦେଖାଦେଇଛି। ଚଳିତ ମୋସୁମୀରେ ଦେଶର ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକରେ କମ୍‌ ବର୍ଷ ହେବାର ଆଶଙ୍କ ଦେଖାଦେଇଛି। ଏବେ ମୌସୁମୀ ଉପରେ ଭରସା। ଚଳିତ ବର୍ଷ ଭଲ ବର୍ଷା ହେଲେ ଏହା ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି କରାଇବାକୁ ସକ୍ଷମ ହେବ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ କୁହାଯାଇଛି।

Share