ଜଳବାୟୁ ପରିବର୍ତ୍ତନ ବନାମ ବିବର୍ତ୍ତନ

”ଗୋଟିଏ ଅଞ୍ଚଳର ହାରାହାରି ଅଥବା ଦୀର୍ଘ ସମୟ ଧରି ଅନୁଭୂତ ପାଣିପାଗ ଅବସ୍ଥାକୁ ଜଳବାୟୁ କୁହାଯାଏ। ଅନ୍ୟପକ୍ଷରେ ବିଶ୍ୱ ତାପମାତ୍ରା, ବୃଷ୍ଟିପାତ, ବାୟୁ ପ୍ରବାହ ଏବଂ ଆନୁଷଙ୍ଗିକ ବିଷୟରେ କେତେ ଦଶନ୍ଧି ଅଥବା ତତୋଽଧିକ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ। ବିବର୍ତ୍ତନ ଧାରାରେ ତ୍ୱରିତ ଜୈବ ହସ୍ତକ୍ଷେପକୁ ମଧ୍ୟ ଜଳବାୟୁ ପରିବର୍ତ୍ତନ କୁହାଯାଇପାରିବ । ଏ ପୃଥିବୀରେ କେବେ ଜଳବାୟୁ ପରିବର୍ତ୍ତନ ହେଲା? ହୁଏତ ଯେତେବେଳେ ମଣିଷ ରନ୍ଧା/ପ୍ରକ୍ରିୟାକୃତ ଖାଦ୍ୟ ଖାଇଲା, କଳବୁଣା ପୋଷାକ ପିନ୍ଧିଲା, କୋଠାଘରେ ବାସକଲା ଏବଂ ଚାକିରି
ଅନ୍ବେଷଣରେ ସ୍ଥାନାନ୍ତର ହେଲା।“

ସମସ୍ତ ଜୀବଙ୍କ ପାଇଁ ମୁଖ୍ୟ କଥା ମଧ୍ୟରେ ପୃଥିବୀର ଆହ୍ନିକ ଓ ବାର୍ଷିକ ଗତି ନିୟନ୍ତ୍ରକ, ମାଧ୍ୟାକର୍ଷଣ ଶକ୍ତି, ସୂର୍ଯ୍ୟ, ଆକାଶ, ପୃଥିବୀ, ଜଳ, ଅଗ୍ନି, ବାୟୁ ଅନ୍ୟତମ। ପ୍ରଥମେ ଉଦ୍ଭିଦ ଓ ପରେ ପ୍ରାଣୀ ସୃଷ୍ଟି ହେଲେ। ସଂସାରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାଟି ହେଲା ଆଲୋକ ଶ୍ଳେଷଣ, ଯଦ୍ଦ୍ବାରା ଉଦ୍ଭିଦ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ (କାର୍ବନ ଡାଇଅକ୍ସାଇଡ୍‌), ମାଟିରୁ ଜଳ ନେଇ ସୌରଶକ୍ତି ସାହାଯ୍ୟରେ ପତ୍ରରେ ଶ୍ୱେତସାର ଓ ଅମ୍ଳଜାନ ପ୍ରସ୍ତୁତ କରିଥାଏ।
ପ୍ରକ୍ରିୟା: ଅଙ୍ଗାରକାମ୍ଳ ଗ୍ୟାସ୍‌, ଜଳ, ସୌରଶକ୍ତି ଆଲୋକ ଶ୍ଳେଷଣ/ଶ୍ୱାସକ୍ରିୟା ଶ୍ୱେତସାର, ଅମ୍ଳଜାନ। ଏହି ଶ୍ୱେତସାର ହିଁ ପ୍ରାଣୀଙ୍କ ପାଇଁ ଖାଦ୍ୟ ଓ ତନ୍ତୁ । (ପ୍ରକୃତରେ ସି-୩ ଉଦ୍ଭିଦ (ଧାନ, ବିରି ଇତ୍ୟାଦି), ସି-୪ ଉଦ୍ଭିଦ (ଆଖୁ, ମକା ଇତ୍ୟାଦି) ଏବଂ କାମ୍‌ ଉଦ୍ଭିଦ (ସିଜୁ, ସପୁରି ଇତ୍ୟାଦି) ଦ୍ୱାରା ଅଙ୍ଗାରକାମ୍ଳ ଗ୍ୟାସ୍‌ ଯଥାକ୍ରମେ ଜୈବିକ ପଦାର୍ଥ ୩ ଫସ୍‌ଫୋଗ୍ଲିସେରେଟ୍‌, ଅକ୍ସାଲୋଆସିଟେଟ୍‌ ଏବଂ କ୍ରାସୁଲାସିଆନ୍‌ ଅମ୍ଳରେ ପରିଣତ ହୁଏ)। ଅତଏବ ବିଷ ରୂପକ ଅଙ୍ଗାରକାମ୍ଳକୁ ଅମୃତରେ ପରିଣତ କରିବା ଶକ୍ତି ଉଦ୍ଭିଦଠାରେ ରହିଛି। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ କବକବିତ୍‌ ଏଏଚ୍‌ଆର୍‌ ବୁଲର (୧୯୦୬) ପୂର୍ବୋକ୍ତ ସମୀକରଣ ଆଧାରରେ କିଛି ଭିନ୍ନ ଭବିଷ୍ୟବାଣୀ କରିଥିଲେ, ”ଯଦି ଆଲୋକଶ୍ଳେଷଣ ପ୍ରକ୍ରିୟା ଅନବରତ ଚାଲୁରହେ ଏବଂ କାଠର ଧ୍ୱଂସ ପ୍ରକ୍ରିୟା ବନ୍ଦ ରହେ, ତେବେ ଆଗାମୀ ୨୦ ବର୍ଷ ମଧ୍ୟରେ ସମସ୍ତ ଜୀବଜଗତ ଅଙ୍ଗାରକାମ୍ଳ ଅଭାବରୁ ହୁଏତ ନିଶ୍ଚଳ ହୋଇଯିବ। ଅତଏବ ଜୈବିକ ବିଘଟନ (ଶ୍ୱାସକ୍ରିୟା) କାଠର ବିନିଯୋଗ ପାଇଁ ଉଭୟ ବଡ଼ ଆଶୀର୍ବାଦ ଏବଂ ଚରମସୀମା ।“ ବୋଧହୁଏ ମହାଶୟ ଏବର ଅବିଚାରିତ ବୃକ୍ଷଚ୍ଛେଦନ, ଜଙ୍ଗଲ ଅବକ୍ଷୟ ଏବଂ ସର୍ବୋପରି କଳକାରଖାନା ଓ ଯାନବାହନରୁ ନିର୍ଗତ ଅଙ୍ଗାରକାମ୍ଳ ବିଷୟରେ କଳ୍ପନାକରି ନ ଥିବେ।
ସାରା ବିଶ୍ୱରେ ମାଟିରେ ଗଚ୍ଛିତଥିବା ୨୭୦୦ ଗିଗାଟନ୍‌ (୧ଗିଗାଟନ୍‌ = ୧ଲକ୍ଷ କୋଟି କିଲୋଗ୍ରାମ୍‌) ଅଙ୍ଗାରକ (କାର୍ବନ) ମଧ୍ୟରୁ ଜୈବିକ ଅଙ୍ଗାରକ ୧୫୫୦ ଗିଗାଟନ, ଅଜୈବିକ ଅଙ୍ଗାରକ ୯୫୦ ଗିଗାଟନ୍‌, ପିଟ୍‌ ଓ ଆର୍ଦ୍ରଭୂମି ଅଙ୍ଗାରକ ୧୫୦ ଗିଗାଟନ୍‌ ଏବଂ ଭୂପୃଷ୍ଠ ଉଦ୍ଭିଦ ଅବଶେଷ ଅଙ୍ଗାରକ ୫୦ ଗିଗାଟନ୍‌। ଡିଜେଲ, ପେଟ୍ରୋଲ, କିରୋସିନ ଇତ୍ୟାଦି ଜୀବାଶ୍ମ ଇନ୍ଧନ ଯୋଗୁ ବର୍ଷକୁ ହାରାହାରି ୧୧ ଗିଗାଟନ୍‌ ଅଙ୍ଗାରକ ବାୟୁମଣ୍ଡଳରେ ମିଶୁଛି। ଏତଦ୍‌ବ୍ୟତୀତ ବାୟୁମଣ୍ଡଳରେ ୭୮୦ ଗିଗାଟନ୍‌ ଏବଂ ଜୀବମାନଙ୍କ ଶରୀରରେ ୬୦୦ ଗିଗାଟନ୍‌, ସାଗର, ମହାସାଗରରେ ୩୮,୨୦୦ ଗିଗାଟନ୍‌ ଅଙ୍ଗାରକ ଅଛି। ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ ଉଦ୍ଭିଦରାଜି ବାର୍ଷିକ ୧୨୦ ଗିଗାଟନ୍‌ ଅଙ୍ଗାରକ ଅଥବା ୪୩୯ ଗିଗାଟନ୍‌ ଅଙ୍ଗାରକାମ୍ଳ ଗ୍ୟାସ୍‌ ବାୟୁମଣ୍ଡଳରୁ ଗ୍ରହଣକରି ସେଥିରୁ ୬୦ ଗିଗାଟନ୍‌ ଅଙ୍ଗାରକକୁ ମାଟିରେ ଗଚ୍ଛିତ କରନ୍ତି। ଏକ ୧୦୦ କିଲୋଗ୍ରାମ ଓଜନ (ଶୁଷ୍କକାଠ) ବୃକ୍ଷରେ ୫୦କି.ଗ୍ରା. ଅଙ୍ଗାରକ, ୪୪କି.ଗ୍ରା. ଅମ୍ଳଜାନ, ୬କି.ଗ୍ରା. ଉଦ୍‌ଜାନ ସହିତ କିଛି ପରିମାଣରେ ଧାତବ ପଦାର୍ଥ ଥାଏ। ଏଣୁ ବୃକ୍ଷଟି ବାୟୁମଣ୍ଡଳରୁ ୧୮୩ କି.ଗ୍ରା. ଅଙ୍ଗାରକାମ୍ଳ ଗ୍ୟାସ୍‌ ଗ୍ରହଣ କରିଥାଏ। ଅନ୍ୟପକ୍ଷରେ ସାରା ପୃଥିବୀରେ ୧୩,୮୬,୦୦୦ ଟ୍ରିଲିୟନ ଟନ୍‌(୧ଟ୍ରିଲିୟନ ଟନ୍‌=୧ଲକ୍ଷ କୋଟି କିଲୋଗ୍ରାମ/ଲିଟର) ଜଳରାଶି ମଧ୍ୟରୁ ବରଫ ଓ ହିମବାହର ପରିମାଣ ୨୩,୮୭୪ ଟ୍ରି.ଟନ୍‌, ଭୂଗର୍ଭ ମଧୁରଜଳ ୧୦,୬୭୨ ଟ୍ରି.ଟନ, ଭୂପୃଷ୍ଠ (ନଦୀ, ହ୍ରଦ ଇତ୍ୟାଦି) ମଧୁରଜଳ ୧୦୪ ଟ୍ରି.ଟନ୍‌, ଭୂପୃଷ୍ଠ (ସାଗର, ମହାସାଗର) ଲବଣଜଳ ୧୩,୫୧,୩୫୦ ଟ୍ରି.ଟନ୍‌। ପରୀକ୍ଷାରୁ ଜଣାଯାଇଛି ଯେ, ଏକ ବୟସ୍କ ପୂର୍ଣ୍ଣାବୟବ ବୃକ୍ଷ ଏକ ଶୁଷ୍କ ଖରାଦିନରେ ମାଟିରୁ ୨୦୦-୪୦୦ ଲିଟର ଜଳ ଗ୍ରହଣ କରିଥାଏ। ପୁନଶ୍ଚ ବିଶ୍ୱ ଖାଦ୍ୟ ଓ କୃଷି ସଂସ୍ଥା ଅନୁସାରେ ଏକ କିଲୋଗ୍ରାମ୍‌ ପ୍ରତ୍ୟେକ ଦୁଗ୍ଧ, ଗହମ, ଧାନ, ଅଣ୍ଡା, ସୋୟାବିନ୍‌, କୁକୁଡ଼ାମାଂସ, ଘୁଷୁରି ମାଂସ ଏବଂ ଗୋମାଂସ ଉତ୍ପାଦନ ପାଇଁ ଯଥାକ୍ରମେ ୭୯୦,୧୧୬୦,୧୪୦୦,୨୭୦୦,୨୭୫୦,୪୧୦୦,୪୬୦୦ ଏବଂ ୧୩,୫୦୦ ଲିଟର ମଧୁର ଜଳର ଆବଶ୍ୟକତା ହୋଇଥାଏ।
ଗୋଟିଏ ଅଞ୍ଚଳର ହାରାହାରି ଅଥବା ଦୀର୍ଘ ସମୟ ଧରି ଅନୁଭୂତ ପାଣିପାଗ ଅବସ୍ଥାକୁ ଜଳବାୟୁ କୁହାଯାଏ। ଅନ୍ୟପକ୍ଷରେ ବିଶ୍ୱ ତାପମାତ୍ରା, ବୃଷ୍ଟିପାତ, ବାୟୁ ପ୍ରବାହ ଏବଂ ଆନୁଷଙ୍ଗିକ ବିଷୟରେ କେତେ ଦଶନ୍ଧି ଅଥବା ତତୋଽଧିକ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ। ବିବର୍ତ୍ତନ ଧାରାରେ ତ୍ୱରିତ ଜୈବ ହସ୍ତକ୍ଷେପକୁ ମଧ୍ୟ ଜଳବାୟୁ ପରିବର୍ତ୍ତନ କୁହାଯାଇପାରିବ। ଏ ପୃଥିବୀରେ କେବେ ଜଳବାୟୁ ପରିବର୍ତ୍ତନ ହେଲା? ହୁଏତ ଯେତେବେଳେ ମଣିଷ ରନ୍ଧା/ପ୍ରକ୍ରିୟାକୃତ ଖାଦ୍ୟ ଖାଇଲା, କଳବୁଣା ପୋଷାକ ପିନ୍ଧିଲା, କୋଠାଘରେ ବାସକଲା ଏବଂ ଚାକିରି ଅନ୍ବେଷଣରେ ସ୍ଥାନାନ୍ତର ହେଲା। ଏପରିକି ଗୁମ୍ଫା ମଧ୍ୟରେ ବାସ କରୁଥିବା ଲଙ୍ଗଳା ମଣିଷ, ପଥର ଅସ୍ତ୍ରରେ ବନ୍ୟ ପଶୁପକ୍ଷୀ ଶିକାର କରି, କଞ୍ଚାମାଂସ ଏବଂ ଫଳମୂଳ ଖାଉଥିବା ମଣିଷ ଯେତେବେଳେ ଅକ୍ଷତ ଜଙ୍ଗଲକୁ ସଫାକରି ଚାଷକାର୍ଯ୍ୟ ଆରମ୍ଭକଲା, ବୋଧହୁଏ ସେତେବେଳେ ଜଳବାୟୁ ପରିବର୍ତ୍ତନ ହେଲା। ସଭ୍ୟତାର ଅତି ଉନ୍ନତି ବିଷମ ଜଳବାୟୁର କାରଣ ।
ଜଣଙ୍କର ଆବଶ୍ୟକ ପାଇଁ ଭଗବାନ ସବୁ ସୃଷ୍ଟି କରିଛନ୍ତି, କିନ୍ତୁ ଲୋଭ ପାଇଁ ନୁହେଁ (ମହାତ୍ମା ଗାନ୍ଧୀ)। ଯଦି ସମ୍ପଦର ଉପଯୋଗ ଦେହଳି ସୀମା ଭିତରେ ରହୁଥାନ୍ତା, ତେବେ ପରିବର୍ତ୍ତନ ବିବର୍ତ୍ତନ ଧାରାର ନିୟନ୍ତ୍ରଣ ସୀମା ମଧ୍ୟରେ ରହନ୍ତା। ବୋଧହୁଏ ଅଧିକାଂଶ ଲୋକ ସମ୍ପଦର ବିନିଯୋଗ ବିଶେଷକରି ଅବିମୃଶ୍ୟକାରୀ ଭାବରେ ଶୋଷଣ କଲାବେଳେ ଶକ୍ତି ସଂରକ୍ଷଣ ନିୟମର ଅର୍ଥ ଠିକ୍‌ ଭାବରେ ବୁଝିପାରିନାହାନ୍ତି। ”ଶକ୍ତି ସୃଷ୍ଟି କରାଯାଇପାରିବ ନାହିଁ କି ଧ୍ୱଂସ କରାଯାଇ ପାରିବ ନାହିଁ, ଶକ୍ତି ଅକ୍ଷୟ ବରଂ ଏହାର ରୂପାନ୍ତର କରାଯାଇପାରିବ।“ ଏହି ରୂପାନ୍ତର ପ୍ରକ୍ରିୟା ସହିତ ଲୁକ୍କାୟିତ ହୋଇ ରହିଥିବା ତଥ୍ୟଟି ହେଉଛି ପାର୍ଶ୍ୱକ୍ରିୟା/ଉପଜାତ’ଉତ୍ପନ୍ନ ହୋଇଥାଏ/ହୋଇ ନ ଥାଏ। ଉଦାହରଣ ସ୍ବରୂପ ଏକ ଡିଜେଲ ଜେନେରେଟର ବିଦ୍ୟୁତ୍‌ ଆଲୋକ ଉତ୍ପାଦନ କଲାବେଳେ ଧୂଆଁ ଛାଡ଼ିଥାଏ (ସୀମା ଭିତରେ, ଉପଜାତ)। ବାଇସାଇକେଲ ଘଣ୍ଟିକୁ ଅନବରତ ବଜାଇଲେ ସ୍ଥିତିସ୍ଥାପକତା କ୍ଳାନ୍ତି ଆସିଥାଏ (ସୀମା ବାହାରେ)। ଏକ ପ୍ଲାଷ୍ଟିକ ଗିନାରେ ଅଳ୍ପ ଜଳ ରଖି ଖରାରେ ଥୋଇଦେଲେ (୩୦-୪୫ ଡିଗ୍ରୀ ସେଲସିୟସ୍‌) ଜଳ ଅଦୃଶ୍ୟ ହେବାକୁ ଲାଗେ (ସୀମାବାହାରେ, ପାର୍ଶ୍ୱ ପ୍ରତିକ୍ରିୟା ନାହିଁ)। ଜଳ ୧୦୦ ଡିଗ୍ରୀ ସେଲସିୟସ୍‌ରେ ତରଳ ଅବସ୍ଥାରୁ ଗ୍ୟାସୀୟ (ବାଷ୍ପୀକରଣ) ଅବସ୍ଥାକୁ ଯାଏ। ମାତ୍ର ନିମ୍ନ ତାପମାତ୍ରାରେ କିପରି ସମ୍ଭବ? ଏହା ସତ୍ୟ ଯେ, ପାତ୍ର ଜଳର ଉପର (ବାୟୁ ସଂସ୍ପର୍ଶ) ସ୍ତରରେ ଅଣୁକରଣ ପରିମିତ ସୂକ୍ଷ୍ମସ୍ତରରେ ଥିବା ଜଳ ଅଣୁଗୁଡ଼ିକର ତାପମାତ୍ରା ୧୦୦ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚତ୍ଥାଏ। ଫଳରେ ବାଷ୍ପୀକରଣ ଆରମ୍ଭ ହୋଇଥାଏ (ସୀମା ଭିତରେ)।

ମନୋରଞ୍ଜନ ମହାନ୍ତି
-ବୈଜ୍ଞାନିକ, କୃଷିବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ (ଓୟୁଏଟି), ମହିଷାପାଟ
ମୋ : ୯୪୩୭୬୭୧୪୦୨


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri