ଜରାଶ୍ରମ ଖୋଜୁଛନ୍ତି ବଟକୃଷ୍ଣ

ଆରଡ଼ି, ୨୬।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଦୋହରାପାଟଣା ଗଁାର ୮୦ ବର୍ଷୀୟ ବୃଦ୍ଧ ବଟକୃଷ୍ଣ ଜେନା ଏବେ ଏକୁଟିଆ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି। ୨୦ ବର୍ଷ ତଳେ ମିଳିଥିବା ଇନ୍ଦିରା ଆବାସ ଭାଙ୍ଗିରୁଜି ଅସୁରକ୍ଷିତ ହୋଇପଡ଼ିଥିଲେ ବି ସେଠାରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି। ତିତ୍‌ଲୀ ବାତ୍ୟାରେ ଘର ଆଜବେଷ୍ଟସ ଭାଙ୍ଗି ଯାଇଥିଲେ ମଧ୍ୟ ଏହାକୁ ମରାମତି କରିପାରି ନାହାନ୍ତି। ଗୋଟିଏ ବଖରା ବିଶିଷ୍ଟ ଘରର ମୁଖ୍ୟ ଦ୍ୱାର କବାଟ ଭାଙ୍ଗିଯାଇଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାରୁ ଘରେ ବସିଉଠି ହେଉ ନାହିଁ। ଖାଇବାକୁ ନ ପାଇ ଅଧିକାଂଶ ଦିନ ସେ ଭୋକ ଉପାସରେ ରହୁଛନ୍ତି। ଏଭଳି ଅବସ୍ଥାରେ ଜରାଶ୍ରମ ତାଙ୍କ ପାଇଁ ଶ୍ରେୟସ୍କର ବୋଲି ସେ କହିଛନ୍ତି।
ବୟସର ଅପରାହ୍ନରେ ବଞ୍ଚିବାର ରାହା ଖୋଜୁଥିବା ବଟକୃଷ୍ଣ ଏବେ ସ୍ଥାନୀୟ ସରପଞ୍ଚଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଲାଗି କୌଣସି ଜରାଶ୍ରମର ସୁବିଧା କରାଇ ଦେବାକୁ ଅନୁରୋଧ କରିଛନ୍ତି। ଆଜିକୁ ୨୦ବର୍ଷ ତଳେ ରୋଗରେ ପଡ଼ି ତାଙ୍କ ସ୍ତ୍ରୀ ପ୍ରାଣ ହରାଇବା ପରେ ଦୁଇ ପିଲାଙ୍କ ସହ ପରିବାରକୁ କୌଣସି ପ୍ରକାରେ ଚଳାଇ ଆସୁଥିଲେ। ବାର୍ଦ୍ଧକ୍ୟର ଅସହାୟତା ଆବୋରି ବସିବାରୁ ସେ ଆଉ ଆଗ ଭଳି କାମଧନ୍ଦା କରିପାରୁ ନାହାନ୍ତି। ଦୁଇପୁଅ ନିଜ ପରିବାର ଓ ପେଟପାଟଣା ଚିନ୍ତାରେ ଘାରି ହେଉଥିବାରୁ ବଟକୃଷ୍ଣ ସେମାନଙ୍କ ଉପରେ ବୋଝ ନ ହେବାକୁ ସ୍ଥିର କରି ଏକୁଟିଆ ରହିଆସୁଛନ୍ତି। ବୟସ ବଢ଼ିବା ସାଙ୍ଗକୁ ରୋଗ ଯନ୍ତ୍ରଣା ତାଙ୍କ ଜୀବନକୁ ଅଧିକ ଅସହାୟ କରିଛି। ପାଖରେ କେହି ନ ଥିବାରୁ ସେ ଜରାଶ୍ରମରେ ରହିବାକୁ ସ୍ଥିର କରିଥିବା କହିଛନ୍ତି। ଅନାହାର ଓ ଅର୍ଦ୍ଧାହାରରେ ଦିନ ବିତାଉଥିବା ବଟକୃଷ୍ଣଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା

ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍‌ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri